ମାଟ୍ରିକ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ; ୩୦ରୁ ୪୨ ନମ୍ବର ରଖିଲେ ଛାତ୍ର

ନିଆଳି(ଓଡ଼ିଶା ରିପୋର୍ଟର): ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ଅଭିଯୋଗ ହୋଇଛି। ବିଜ୍ଞାନ ସବଜେକ୍ଟିଭ୍‌ରେ ମୋଟ ୩୦ ମାର୍କ ଥିବା ବେଳେ ଜଣେ ଛାତ୍ର ରଖିଛନ୍ତି ୪୨ ମାର୍କ। ଏପରିକି ଉକ୍ତ ଛାତ୍ର ହିନ୍ଦୀରେ କିଛି ବି ମାର୍କ ପାଇନାହାନ୍ତି। ଏପରି ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ନିଆଳୀ ବ୍ଲକ୍ ସିଠାଳୋ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ବିକାଶ ସ୍ୱାଇଁ । ସୂଚନାଯୋଗ୍ୟ, କୋଭିଡ୍ ପାଇଁ ବିଜ୍ଞାନରେ ମୋଟ ୮୦ ମାର୍କର ପରୀକ୍ଷା ହୋଇଥିଲା । ଅବଜେକ୍ଟିଭ […]

niali

Niharika Rout
  • Published: Friday, 23 October 2020
  • , Updated: 23 October 2020, 10:22 AM IST

ନିଆଳି(ଓଡ଼ିଶା ରିପୋର୍ଟର): ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ଅଭିଯୋଗ ହୋଇଛି। ବିଜ୍ଞାନ ସବଜେକ୍ଟିଭ୍‌ରେ ମୋଟ ୩୦ ମାର୍କ ଥିବା ବେଳେ ଜଣେ ଛାତ୍ର ରଖିଛନ୍ତି ୪୨ ମାର୍କ। ଏପରିକି ଉକ୍ତ ଛାତ୍ର ହିନ୍ଦୀରେ କିଛି ବି ମାର୍କ ପାଇନାହାନ୍ତି। ଏପରି ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ନିଆଳୀ ବ୍ଲକ୍ ସିଠାଳୋ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ବିକାଶ ସ୍ୱାଇଁ ।

ସୂଚନାଯୋଗ୍ୟ, କୋଭିଡ୍ ପାଇଁ ବିଜ୍ଞାନରେ ମୋଟ ୮୦ ମାର୍କର ପରୀକ୍ଷା ହୋଇଥିଲା । ଅବଜେକ୍ଟିଭ ୫୦ ମାର୍କ ଓ ସବଜେକ୍ଟିଭରେ ୩୦ ମାର୍କର ପରୀକ୍ଷା ହୋଇଥିଲା । ହେଲେ ସବଜେକ୍ଟିଭ୍‌ରେ ବିକାଶ ୩୦ରୁ ୪୨ ମାର୍କ ରଖିଥିବା ଅଭିଯୋଗ ହୋଇଛି ।

ଏ ନେଇ ଶିକ୍ଷା ବିଭାଗ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

 

Related story