ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ, ଇନସୁରାନ୍ସକୁ ନା’

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନଗୋ): ଚାରି ବର୍ଷ ହେଲା ଆୟୁଷ୍ମାନ ଭାରତ ଯୋଜନାକୁ ନାଁ କରୁଛି ଓଡ଼ିଶା। ହେଲେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ଖୋଲିବାରେ ପ୍ରଥମ। ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟରେ ରହିଛି ୫ ଲକ୍ଷ ଟଙ୍କାର ଇନୁସରାନ୍ସ କଭରେଜ୍। ସ୍ୱାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ, ରାଜ୍ୟ ହରାଉଛି କେନ୍ଦ୍ରୀୟ ସହାୟତା। ବ୍ରାଣ୍ଡିଂରେ କେନ୍ଦ୍ର ଓ ରାଜ୍ୟର ମିଳିତ ନାଁ ରହିବାରେ ନାହିଁ ଅସୁବିଧା। କିଛି ରାଜ୍ୟ କେନ୍ଦ୍ର ଯୋଜନା ସହ ମିଶାଇଛନ୍ତି ନିଜର ଯୋଜନା। ଅଯଥା ରାଜନୀତି ପାଇଁ […]

Ayushman Bharat

Ayushman Bharat

Manoranjan Sial
  • Published: Wednesday, 14 December 2022
  • Updated: 14 December 2022, 10:20 PM IST

Sports

Latest News

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନଗୋ): ଚାରି ବର୍ଷ ହେଲା ଆୟୁଷ୍ମାନ ଭାରତ ଯୋଜନାକୁ ନାଁ କରୁଛି ଓଡ଼ିଶା। ହେଲେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ଖୋଲିବାରେ ପ୍ରଥମ। ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟରେ ରହିଛି ୫ ଲକ୍ଷ ଟଙ୍କାର ଇନୁସରାନ୍ସ କଭରେଜ୍। ସ୍ୱାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ, ରାଜ୍ୟ ହରାଉଛି କେନ୍ଦ୍ରୀୟ ସହାୟତା। ବ୍ରାଣ୍ଡିଂରେ କେନ୍ଦ୍ର ଓ ରାଜ୍ୟର ମିଳିତ ନାଁ ରହିବାରେ ନାହିଁ ଅସୁବିଧା। କିଛି ରାଜ୍ୟ କେନ୍ଦ୍ର ଯୋଜନା ସହ ମିଶାଇଛନ୍ତି ନିଜର ଯୋଜନା। ଅଯଥା ରାଜନୀତି ପାଇଁ ଓଡ଼ିଶା ଲୋକଙ୍କର ହେଉଛି କ୍ଷତି!

ଆୟୁଷ୍ମାନ ଭାରତ ହେଲଥ୍ ଆକାଉଣ୍ଟ ବା ABHA ଆଇଡି ଖୋଲିବାରେ ପ୍ରଥମ ହୋଇଛି ଓଡ଼ିଶା। ନିକଟରେ ବାରଣାସୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶା ଅଧିକାରୀ। ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶିକା ବୃନ୍ଦା ଡି. ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସ୍ୱାସ୍ଥ୍ୟ ଆକାଉଣ୍ଟ ହେଉଛି ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ-ଏନଏଚଏ ଦ୍ବାରା ପରିଚାଳିତ ଏକ ଡିଜିଟାଲ ଡାଟା ପ୍ଲାଟଫର୍ମ। ଏଥିରେ ରୋଗୀଙ୍କ ସହ ଡାକ୍ତରଙ୍କର ସମସ୍ତ ତଥ୍ୟ ଉପଲବ୍ଧ ରହୁଛି। ଆଧାର କାର୍ଡ ଭଳି ଏହି ୧୪-ଟିକିଆ ନମ୍ବରକୁ ନେଇ ଜଣେ ସାରା ଭାରତରେ ଯେକୌଣସି ସରକାରୀ ଓ ଘରୋଇ ଡାକ୍ତରଖାନାରେ ସହଜରେ ଚିକିତ୍ସିତ ହୋଇପାରିବେ।

ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା `ଜନସ୍ବାସ୍ଥ୍ୟ ଅଭିଯାନ’ର ଆବାହକ ଗୌରାଙ୍ଗ ମହାପାତ୍ର ଓ `ସହଯୋଗ’ର ସଂପାଦିକା ବିଜୟଲକ୍ଷ୍ମୀ ବେହେରା କହିଛନ୍ତି- ଅଯଥା ରାଜନୀତି ନ କରି କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଏହି ଇନସୁରାନ୍ସ ଓ ଆସୁରାନ୍ସର ମିଳିତ ଯୋଜନା ଚଳାଇବା ଉଚିତ। ଓଡ଼ିଶା ଚାହିଁଲେ ଆୟୁଷ୍ମାନ ଭାରତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଯୋଡ଼ି ଅଧିକ ଲୋକଙ୍କୁ ସାରା ଭାରତରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ଦେଇପାରିବ।

୨୦୧୮ରେ ସାରା ଦେଶରେ ଆରମ୍ଭ ହୋଇଥିଲା ଆୟୁଷ୍ମାନ ଭାରତ ଯୋଜନା। କେବଳ ଓଡ଼ିଶା, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଭଳି ତିନିଟି ରାଜ୍ୟ ଏପର୍ଯ୍ୟନ୍ତ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେଉନାହାନ୍ତି। ସଂଘୀୟ ଗଣତନ୍ତ୍ରରେ ସ୍ୱାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ। କେନ୍ଦ୍ର ଦେଉଥିବା ଆର୍ଥିକ ସହାୟତାକୁ ନନେଇ ରାଜ୍ୟର କ୍ଷତି ଘଟୁଛି। ଏଥିସହ ଓଡ଼ିଶାର ଲୋକେ ଦେଶର ସବୁ ରାଜ୍ୟରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟ ରାଜ୍ୟମାନେ ନିଜ ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନା ମିଶାଇ ହିତାଧିକାରୀ ସଂଖ୍ୟାକୁ ସାରା ଦେଶରେ ୧୦.୭୪ କୋଟି ପରିବାରରୁ ୧୪.୭୭ କୋଟି ପରିବାରରେ ପହଁଚାଇ ଦେଇଛନ୍ତି। ଅନ୍ୟପଟରେ କେନ୍ଦ୍ରୀୟ ସହାୟତାରେ ବିଭିନ୍ନ ପିଏଚସି ଓ ସିଏଚସିକୁ ୱେଲନେସ ସେଣ୍ଟରରେ ରୂପାନ୍ତରିତ କରି କେନ୍ଦ୍ର ସରକାରଙ୍କଠାରୁ ପୁରସ୍କାର ବି ପାଉଛି ଓଡ଼ିଶା। ହେଲେ ଆୟୁଷ୍କାନ ଭାରତ-ଜନ ଆରୋଗ୍ୟ ଯୋଜନାରେ ଇନସୁରାନ୍ସ କଭରେଜ ନେବାକୁ ରାଜି ହେଉନାହାନ୍ତି ଓଡ଼ିଶା ସରକାର। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମିଶିପାରୁଛି, ପିଏମ କିସାନରେ କାଳିଆ ମିଶୁପାରୁଛି, ହେଲେ ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟ କାର୍ଡରେ କାହିଁକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମିଶିପାରୁନାହିଁ ତାହା ଆଶ୍ଚର୍ଯ୍ୟ କରୁଛି।
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି- ଆୟୁଷ୍ମାନ ଭାରତ ଯୋଜନା ଭିତରେ ୱେଲନେସ ସେଣ୍ଟର, ଆଭା ରହିଛି। ଆମେ ଆୟୁଷ୍ମାନ ଭାରତ ଯୋଜନାର ଅନ୍ୟ କମ୍ପୋନେଣ୍ଟ ଗ୍ରହଣ କରୁଛୁ। ମାତ୍ର ରାଜ୍ୟର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଧିକ ଲୋକ କଭର ହେଉଛନ୍ତି ଓ ଏଥିରେ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନସୁରାନ୍ସ ମିଳୁଛି। ତେଣୁ ଆମେ ଆୟୁଷ୍ମାନ ଭାରତ ଯୋଜନା ଗ୍ରହଣ କରୁନାହୁଁ।

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ରାଜନୀତି ଭିତରେ ଓଡ଼ିଶା ରାଜ୍ୟ ଓ ଓଡ଼ିଶା ଲୋକଙ୍କର କ୍ଷତି ହେଉଥିବା ଦେଖାଯାଉଛି। ଓଡ଼ିଶାରେ ଉଭୟ ଯୋଜନାକୁ କାହିଁକି ମିଶାଯାଇପାରୁନାହିଁ ତାର ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story