ପୁଣି ସାମ୍ନାକୁ ଆସିଲା ଜେଜେମା’ର ନିଷ୍ଠୁରତା: ତିନି ବର୍ଷର ନାତୁଣୀକୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍‌

ଅନୁଗୋଳ(ବିରଜା ପ୍ରସାଦ ଦାସ): ପୁଣି ପଦାକୁ ଆସିଲା ଆଉ ଜଣେ ନିର୍ଦ୍ଦୟ ଜେଜେମା’ର ଶିଶୁଙ୍କୁ ନିର୍ଯାତନା ଦେଉଥିବାର ଦୃଶ୍ୟ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ଟରାସ ଗାଁରେ। ଗାଁର ଜଣେ ମହିଳା ନିଜ ତିନି ବର୍ଷର ନାତୁଣୀକୁ ଅମାନୁଷିକ ଭାବେ ମାଡ଼ ମାରୁଥିବାର ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହି ଶିଶୁ କନ୍ୟାଟିର ମାଆ ନଥିବାରୁ ସେ ଜେଜେମାଆ ପାଖରେ ରହୁଛି। ହେଲେ ପିଲାଟି ଜେଜେମା’ର ବିନା […]

child

Jyoshna Pradhan
  • Published: Sunday, 04 August 2019
  • , Updated: 04 August 2019, 02:54 PM IST

ଅନୁଗୋଳ(ବିରଜା ପ୍ରସାଦ ଦାସ): ପୁଣି ପଦାକୁ ଆସିଲା ଆଉ ଜଣେ ନିର୍ଦ୍ଦୟ ଜେଜେମା’ର ଶିଶୁଙ୍କୁ ନିର୍ଯାତନା ଦେଉଥିବାର ଦୃଶ୍ୟ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ଟରାସ ଗାଁରେ।

ଗାଁର ଜଣେ ମହିଳା ନିଜ ତିନି ବର୍ଷର ନାତୁଣୀକୁ ଅମାନୁଷିକ ଭାବେ ମାଡ଼ ମାରୁଥିବାର ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହି ଶିଶୁ କନ୍ୟାଟିର ମାଆ ନଥିବାରୁ ସେ ଜେଜେମାଆ ପାଖରେ ରହୁଛି। ହେଲେ ପିଲାଟି ଜେଜେମା'ର ବିନା ଅନୁମତିରେ ତାଙ୍କ ପଡ଼ୋଶୀ ଘରେ ଖାଇଥିଲା। ଏହି ସାମାନ୍ୟ ଘଟଣାକୁ ନେଇ ଜେଜେମାଆ ଶିଶୁଟିକୁ ନିର୍ଧୁମ ପିଟି ଥିଲା। ଏନେଇ ଗାଁ ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁଟିର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି।

ଏ ଘଟଣାରେ ପୁଲିସ ଅଭିଯୁକ୍ତ ଜେଜେମା', ଜେଜେବାପା ଓ ତା’ ବାପାଙ୍କୁ ପଚରାଉଚରା କରୁଛି।

ସୂଚନାଯୋଗ୍ୟ,ଗତକାଲି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ବେଲୋରା ପଞ୍ଚାୟତ ଗଙ୍ଗାଧରପୁର ଗାଁରେ ଜଣେ ଜେଜେ ମା’ ତାଙ୍କ ୭ ବର୍ଷର ନାତିକୁ ବାରମ୍ବାର ଗୋଇଠା ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା।

 

Related story