ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଆଣିଲା ହତ୍ୟା ଅଭିଯୋଗ

ନିଆଳି (ବିନୟ ମିଶ୍ର): ଗତକାଲି ସମଗ୍ର ଦେଶରେ ଦୀପାବଳି ଯୋଗୁ ବେଶ୍‌ ହସଖୁସିର ପରିବେଶ ଥିବା ବେଳେ କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁରରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଅଡ଼ଶପୁରରେ ଥିବା ଦେବକି ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ହଷ୍ଟେଲ କର୍ତ୍ତୃପକ୍ଷ ଏହା ଏକ ଆତ୍ମହତ୍ୟା ମାମଲା ବୋଲି କହୁଥିବା ବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା […]

girl

girl

Niharika Rout
  • Published: Tuesday, 25 October 2022
  • Updated: 25 October 2022, 01:32 PM IST

Sports

Latest News

ନିଆଳି (ବିନୟ ମିଶ୍ର): ଗତକାଲି ସମଗ୍ର ଦେଶରେ ଦୀପାବଳି ଯୋଗୁ ବେଶ୍‌ ହସଖୁସିର ପରିବେଶ ଥିବା ବେଳେ କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁରରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଅଡ଼ଶପୁରରେ ଥିବା ଦେବକି ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ହଷ୍ଟେଲ କର୍ତ୍ତୃପକ୍ଷ ଏହା ଏକ ଆତ୍ମହତ୍ୟା ମାମଲା ବୋଲି କହୁଥିବା ବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ ।

ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ଅଡ଼ଶପୁରଠାରେ ଦେବକି ହଷ୍ଟେଲରେ ରହି ଯୁକ୍ତ ୩  ତୃତୀୟ ବର୍ଷ ପାଠ ପଢ଼ୁଥିଲେ। ସେ ୨୦୨୦ ମସିହାରୁ ଏହି ହଷ୍ଟେଲରେ ରହୁଥିଲେ।

ଗତକାଲି ଦୀପାବଳି ପାଇଁ ହଷ୍ଟେଲର ସବୁ ଛାତ୍ରୀ ବେଶ୍‌ ଖୁସି ଥିବା ବେଳେ ସନ୍ଧ୍ୟାରେ ସମସ୍ତେ ବାଣ ଫୁଟାଇବାକୁ ଛାତକୁ ଯାଇଥିଲେ। ମାତ୍ର ସମ୍ପୃକ୍ତ ଛାତ୍ରୀଜଣକ ଦେହ ଭଲ ଲାଗୁ ନ ଥିବା କହି ରୁମ୍‌ରେ ରହିଥିଲେ। ପିଲାମାନେ ବାଣ ଫୁଟାଇ ଆସି ସମ୍ପୃକ୍ତ ଛାତ୍ରୀଙ୍କୁ ଖୋଜିବାରୁ ଏକ ରୁମ୍‌ର ଭିତର ପଟୁ ବନ୍ଦ ଥିବା ଦେଖିବାକୁ ପାଇଲେ। ଏହାପରେ ଝରକା ଫାଙ୍କରେ ଭିତରକୁ ଅନାଇ ଛାତ୍ରୀଜଣକ ଝୁଲୁଥିବା ଦେଖିବାକୁ ପାଇଲେ।

ଘଟଣା ସଂପର୍କରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ ଅଡଶପୁରରେ ପହଞ୍ଚିଥିବା ବେଳେ ଝିଅ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଝିଅର ମୃତ୍ୟୁ ପଛରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହାତ ଥିବା ସେମାନେ କହିଛନ୍ତି।

ମୃତ ଛାତ୍ରୀଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ଗତକାଲି ହଷ୍ଟେଲ କର୍ତ୍ତୃପକ୍ଷ ଘରକୁ ଫୋନ୍‌ କରି ତୁମ ଝିଅ ମିସିଂ ଥିବା କହିଲେ। ଆମେ ଏଠାରେ ପହଞ୍ଚିବା ପରେ ଝିଅ ମରି ଯାଇଥିବା କହିଥିଲେ। ହେଲେ ଏଠାରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତିରୁ ଆମ ଝିଅକୁ ହତ୍ୟା କରାଯାଇଥିବା ଆମେ ଅନୁମାନ କରୁଛୁ।  ଏନେଇ ଥାନାରେ ହଷ୍ଟେଲ ମାଲିକ, ତାଙ୍କ ପତ୍ନୀ ଓ ୩ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story