କୋଳରେ ଛୁଆକୁ ଧରି ପ୍ରେମିକ ଘର ଆଗରେ ଯୁବତୀ, ଲୋଡ଼ିଲେ ସ୍ତ୍ରୀର ମାନ୍ୟତା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ‘ମୋତେ ସ୍ତ୍ରୀର ମାନ୍ୟତା ସହ ମୋ ଛୁଆକୁ ବାପାର ପରିଚୟ ଦରକାର। ମୁଁ ଥାଉ ଥାଉ କିପରି ସେ ଆଉ କାହାକୁ ବାହା ହେବେ? ସେ କେବଳ ମୋର। ତାଙ୍କୁ ଆଉ କାହାର ହେବାକୁ ଦେବିନି। ଦରକାର ପଡ଼ିଲେ ରାତି ରାତି ତାଙ୍କ ଘର ଆଗରେ ବସିବି। ହେଲେ ମୋତେ ସ୍ତ୍ରୀର ପରିଚୟ ନ ମିଳିବା ଯାଏ ଏଠୁ ହଟିବିନି।’ ଦେଢ଼ ବର୍ଷର ଛୁଆକୁ କୋଳରେ ଧରି ନ୍ୟାୟ ପାଇଁ ଗତକାଲି ରାତି ସାରା […]

lady

lady

Niharika Rout
  • Published: Wednesday, 03 August 2022
  • Updated: 03 August 2022, 02:51 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ‘ମୋତେ ସ୍ତ୍ରୀର ମାନ୍ୟତା ସହ ମୋ ଛୁଆକୁ ବାପାର ପରିଚୟ ଦରକାର। ମୁଁ ଥାଉ ଥାଉ କିପରି ସେ ଆଉ କାହାକୁ ବାହା ହେବେ? ସେ କେବଳ ମୋର। ତାଙ୍କୁ ଆଉ କାହାର ହେବାକୁ ଦେବିନି। ଦରକାର ପଡ଼ିଲେ ରାତି ରାତି ତାଙ୍କ ଘର ଆଗରେ ବସିବି। ହେଲେ ମୋତେ ସ୍ତ୍ରୀର ପରିଚୟ ନ ମିଳିବା ଯାଏ ଏଠୁ ହଟିବିନି।’ ଦେଢ଼ ବର୍ଷର ଛୁଆକୁ କୋଳରେ ଧରି ନ୍ୟାୟ ପାଇଁ ଗତକାଲି ରାତି ସାରା ପ୍ରେମିକ ଘର ସମ୍ମୁଖରେ ବସି ରହିଛି ପ୍ରେମିକା।

ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିରେ ଘଟିଛି ଏହି ଘଟଣା।  କେ. ଦୀପିକା ନାମ୍ନୀ ଯୁବତୀ କୋଳରେ ଛୁଆକୁ ଧରି ନିଜ ମା’ଙ୍କ ସହ ଗତକାଲି ରାତି ସାରା ଧାରଣା ଦେଇଛନ୍ତି। ଖବର ପାଇ ବଡ଼ ବଜାର ଥାନା ପୁଲିସ୍‌ ପହଞ୍ଚି ତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି।

[caption id="attachment_754387" align="aligncenter" width="650"]strike ଧାରଣାରେ ବସିଛନ୍ତି ଯୁବତୀଜଣକ ।[/caption]

କେ ଦୀପିକାଙ୍କ କହିବାନୁଯାୟୀ, ପ୍ରାୟ ୨ ବର୍ଷ ପୂର୍ବେ ଦେଶୀ ବେହେରା ସାହିର କେ ଦିନେଶ ନାମକ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। କଥା ଧୀରେ ଧୀରେ ବଢ଼ିବାରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା। ଯୁବତୀ ଜଣକ ଗର୍ଭବତୀ ହେବାରୁ ବିବାହ କରିବାକୁ ଜିଦ୍‌ ଧରି ବସିଲେ। ଖୁବ୍‌ ଶୀଘ୍ର ବାହା ହୋଇ ଘରକୁ ବୋହୂ କରି ନେବି ବୋଲି କଥା ଦେଇଥିଲେ କେ ଦିନେଶ। ଇତି ମଧ୍ୟରେ   ଦୀପିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ହେଲେ ଏହାପରେ ଆଉ ଧରାଛୁଆଁ ଦେଇ ନ ଥିଲେ ଦିନେଶ। ଏପରିକି ଏ ସମ୍ପର୍କରେ ତାଙ୍କ ଘରେ ଜଣାଇବାରୁ ସେମାନେ ମଧ୍ୟ ପୁଅ ଜୀବନରୁ ଦୂରେଇ ଯିବାକୁ ତାଗିଦ କରିଥିଲେ। ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିବା ବେଳେ ହାଇକୋର୍ଟରେ ମକଦ୍ଦମା ଦାଏର କରିଛନ୍ତି। ଇତି ମଧ୍ୟରେ ଦିନେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ସ୍ଥିର ହୋଇଛି। ଏହି ଖବର ପାଇ ଗତକାଲି ରାତିରୁ ଦିନେଶଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି କେ. ଦୀପିକା।

ଗତକାଲି ରାତିରେ ସେ ଦିନେଶଙ୍କ ଘର ଭିତରେ ଜୋର ଜବରଦସ୍ତ ପଶିବାକୁ ନେଇ ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି ଦିନେଶଙ୍କ ପରିବାର ଲୋକେ। ବଡ଼ବଜାର ପୁଲିସ ଆସି ତାଙ୍କୁ ଘର ଭିତରୁ ପଦାକୁ ଆଣିଥିଲେ। ତେବେ ଘର ଭିତରେ ଦିନେଶ ଓ ତାଙ୍କ ପରିବାର ମାର ପିଟ କରିଥିବା ଅଭିଯୋଗ କରିଛନ୍ତି ଦୀପିକା।

https://youtu.be/PBLFyuALxXY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos