ଗଣ୍ଡଗୋଳ ନେଲା ସାଂଘାତିକ ରୂପ, ଯୁବକ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ସାଂଘାତିକ ରୂପ ଧାରଣ କରିଛି।  ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ଅପର ଗୋଷ୍ଠୀର ଜଣେ ଯୁବକ ଗୁରୁତର ହୋଇଛି। । IRC ଭିଲେଜ୍ ଅଞ୍ଚଳରେ ଜଣେ  ଯୁବକଙ୍କୁ ଏଭଳି ଆକ୍ରମଣ କରାଯାଇଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହାଣିଛନ୍ତି। ଗାଳିଗୁଲଜକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗୋଟିଏ ଗୋଷ୍ଠୀ ଯୁବକଙ୍କୁ ଏଭଳି ଆକ୍ରମଣ କରିଥିବା ଜଣାପଡ଼ିଛି। ଗଣ୍ଡଗୋଳରେ ଜଣେ ଗୁରୁତର […]

knife--1

Niharika Rout
  • Published: Friday, 06 March 2020
  • , Updated: 06 March 2020, 10:10 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ସାଂଘାତିକ ରୂପ ଧାରଣ କରିଛି।  ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ଅପର ଗୋଷ୍ଠୀର ଜଣେ ଯୁବକ ଗୁରୁତର ହୋଇଛି। ।

IRC ଭିଲେଜ୍ ଅଞ୍ଚଳରେ ଜଣେ  ଯୁବକଙ୍କୁ ଏଭଳି ଆକ୍ରମଣ କରାଯାଇଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହାଣିଛନ୍ତି। ଗାଳିଗୁଲଜକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗୋଟିଏ ଗୋଷ୍ଠୀ ଯୁବକଙ୍କୁ ଏଭଳି ଆକ୍ରମଣ କରିଥିବା ଜଣାପଡ଼ିଛି। ଗଣ୍ଡଗୋଳରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related story