ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ରେଲୱେ ଷ୍ଟେସନ୍ ନିକଟରେ ଜଣେ ଯୁବକକଙ୍କୁ କିଛି ଦୁର୍ବୃତ୍ତ ସଂଘବନ୍ଧ ଭାବେ ଆକ୍ରମଣ କରିଛନ୍ତି। ଉକ୍ତ ଯୁବକଙ୍କ ନାଁ ପିଣ୍ଟୁ ପରୁଆ। ତାଙ୍କ ଘର ମାଳପଡ଼ାରେ।
ପିଣ୍ଟୁଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଗତକାଲି ସଂଧ୍ୟାରେ ପିଣ୍ଟୁ ରେଲୱେ ଷ୍ଟେସନ୍ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ରାଜନୈତିକ କାରଣରୁ ତାଙ୍କୁ ଆକ୍ରମଣ କରାଯାଇଥିବା କୁହାଯାଉଛି। ତେବେ ଆକ୍ରମଣର ସଠିକ୍ କାରଣ ଜଣାପଡ଼ି ନାହିଁ। ବଲାଙ୍ଗିର ପୁଲିସ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।