ଅଟୋରେ ଲୁଚିଥିଲେ, ସୁଯୋଗ ଦେଖି ଭୁଷିଲେ ଛୁରୀ

ଆସିକା (ମନୋଜ ମୁନି): ଶତ୍ରୁତା ନେଲା ଆକ୍ରମଣର ରୂପ । ଆକ୍ରମଣ କରିବାକୁ ଦୀର୍ଘ ସମୟ ଅଟୋରେ ଲୁଚି ରହିଥିଲେ ଅଭିଯୁକ୍ତ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମେରୁବନ୍ଧ ସାହିରେ। ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମେରୁବନ୍ଧ ସାହିର ଅନିରୁଦ୍ଧ ନାୟକ। ଅନିରୁଦ୍ଧଙ୍କର ସ୍ଥାନୀୟ ଅଞ୍ଚଳର ସାଗର ମାଝୀ ନାମକ ଯୁବକଙ୍କ ସହ ଶତ୍ରୁତା ଲାଗି ରହିଥିଲା। ଅନିରୁଦ୍ଧଙ୍କୁ ଆକ୍ରମଣ କରିବା ପାଇଁ ସାଗର ଖୋଜୁଥିଲେ ସୁଯୋଗ। ଏଥିନିମନ୍ତେ ସେ ଯୋଜନା […]

Knife-attack

Knife-attack

Niharika Rout
  • Published: Tuesday, 09 August 2022
  • Updated: 09 August 2022, 12:36 PM IST

Sports

Latest News

ଆସିକା (ମନୋଜ ମୁନି): ଶତ୍ରୁତା ନେଲା ଆକ୍ରମଣର ରୂପ । ଆକ୍ରମଣ କରିବାକୁ ଦୀର୍ଘ ସମୟ ଅଟୋରେ ଲୁଚି ରହିଥିଲେ ଅଭିଯୁକ୍ତ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମେରୁବନ୍ଧ ସାହିରେ। ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମେରୁବନ୍ଧ ସାହିର ଅନିରୁଦ୍ଧ ନାୟକ।

ଅନିରୁଦ୍ଧଙ୍କର ସ୍ଥାନୀୟ ଅଞ୍ଚଳର ସାଗର ମାଝୀ ନାମକ ଯୁବକଙ୍କ ସହ ଶତ୍ରୁତା ଲାଗି ରହିଥିଲା। ଅନିରୁଦ୍ଧଙ୍କୁ ଆକ୍ରମଣ କରିବା ପାଇଁ ସାଗର ଖୋଜୁଥିଲେ ସୁଯୋଗ। ଏଥିନିମନ୍ତେ ସେ ଯୋଜନା ପ୍ରସ୍ତୁତ କରିଥିଲେ। ଗତକାଲି ରାତିରେ ଅନିରୁଦ୍ଧଙ୍କ ଘରଠୁ ଅଳ୍ପ ଦୂରରେ ଏକ ଅଟୋରେ ଏକ ଛୁରୀ ଧରି ଲୁଚି ରହିଥିଲେ ସାଗର। ଏ ସମ୍ପର୍କରେ ଅନିରୁଦ୍ଧଙ୍କ ନିକଟରେ କିଛି ଖବର ନ ଥିଲା।

ଅନିରୁଦ୍ଧ ରାତିରେ ଖାଇ ସାରି ଘର ବାହାରେ ବୁଲୁଥିଲେ। ଏହି ସମୟରେ ଅଟୋରୁ ଛୁରୀ ଧରି ସାଗର ବାହାରିଥିଲେ। ଅନିରୁଦ୍ଧ କିଛି ବୁଝିବା ଆଗରୁ ସାଗର ତାଙ୍କ ପେଟକୁ ଛୁରୀରେ ଭୁଷି ଦେଇଥିଲେ। ଏହାପରେ ଘଟଣାସ୍ଥଳରୁ ସଙ୍ଗେ ସଙ୍ଗେ ଫେରାର ହୋଇ ଯାଇଥିଲେ।

ଅନିରୁଦ୍ଧଙ୍କ ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ପହଞ୍ଚି ତାଙ୍କୁ ଚିକିତ୍ସା ନିମନ୍ତେ କବିସୂର୍ଯ୍ୟନଗର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର  ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲକୁ ରେଫର କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos