କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଟଳି ପଡ଼ିଲେ ଯୁବକ

ବିନିକା ( ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା କ୍ୱାରେଣ୍ଟାଇନ୍‌ ସେଣ୍ଟର ପରିସରରେ ଆଜି ଭୋରରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଗୋକୁଳ ସେଠ୍‌। ତାଙ୍କ ଘର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର କୋହିଦପୁର ଗାଁରେ। ଗୋକୁଳ ଆଜି ସକାଳେ ଶୌଚାଳୟକୁ ଯାଇଥିବା ବେଳେ ସେଠାରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୋକୁଳ ଦୀର୍ଘଦିନ ହେବ ସିଂଘିଯୁବା ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ […]

binika-20--1

Niharika Rout
  • Published: Saturday, 09 May 2020
  • , Updated: 09 May 2020, 12:48 PM IST

ବିନିକା ( ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା କ୍ୱାରେଣ୍ଟାଇନ୍‌ ସେଣ୍ଟର ପରିସରରେ ଆଜି ଭୋରରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଗୋକୁଳ ସେଠ୍‌। ତାଙ୍କ ଘର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର କୋହିଦପୁର ଗାଁରେ।

ଗୋକୁଳ ଆଜି ସକାଳେ ଶୌଚାଳୟକୁ ଯାଇଥିବା ବେଳେ ସେଠାରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଗୋକୁଳ ଦୀର୍ଘଦିନ ହେବ ସିଂଘିଯୁବା ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ହେଲେ ଲକ୍‌ଡାଉନ୍‌ ହେତୁ ନିଜ ଘରକୁ ଫେରି ନ ପାରି ସିଂଘିଯୁବା ବିଦ୍ୟାଳୟର ପୁରୁଣା ବିଲ୍ଡିଂରେ ୮ ଜଣ ଯୁବକଙ୍କ ସହିତ ରହୁଥିଲେ।  ଖବର ପାଇ ସୁବର୍ଣ୍ଣପୁର ଉପଜିଲ୍ଲାପାଳ, ପୁଲିସ୍‌ ଓ ମେଡିକାଲ ଟିମ୍‌ ସହ ପହଞ୍ଚି ଘଟଣାର ଯାଞ୍ଚ କରିଥିବା ଜଣାଯାଇଛି। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବିନିକା ପଠାଯାଇଛି।

Related story