ହତ୍ୟା ମାମଲାରେ ୭ ବର୍ଷ ଷଢ଼ିଲେ ସ୍ୱାମୀ, ସ୍ତ୍ରୀ ଥିଲା ପ୍ରେମିକ ଘରେ

ଚୌଦ୍ୱାର (ପ୍ରକାଶ ନାଏକ):ଶେଷରେ ବିଜୟ ହେଲା ସତ୍ୟର। ଦୀର୍ଘ ୭ ବର୍ଷ ପରେ ସ୍ୱାମୀ ତାଙ୍କ ହଜିଲା ସ୍ତ୍ରୀର ଠିକଣା ପାଇଲେ। ନିଜକୁ ନିର୍ଦ୍ଦେଷ ବୋଲି ସାବ୍ୟସ୍ତ କଲେ ସ୍ୱାମୀ।  ହେଲେ ଯେତେବେଳେ ସ୍ତ୍ରୀର ସନ୍ଧାନ ପାଇଲେ ସେତେବେଳେ ସେ ଆଉ କାହାର ହୋଇ ଯାଇଥିଲେ। ତଥାପି ଦୋଷ ନକରି ବି ତାଙ୍କୁ ୭ ବର୍ଷ କାଳ ଦୋଷୀର ବଦନାମ ମୁଣ୍ଡାଇ ବଞ୍ଚିବାକୁ ପଡିଲା। ମୁଁ ନିର୍ଦ୍ଦୋଷ । ମୋର କିଛି ଦୋଷ ନାହିଁ। ଏ କଥା […]

6bn

Tapas Behera
  • Published: Tuesday, 03 March 2020
  • , Updated: 03 March 2020, 08:17 PM IST

ଚୌଦ୍ୱାର (ପ୍ରକାଶ ନାଏକ):ଶେଷରେ ବିଜୟ ହେଲା ସତ୍ୟର। ଦୀର୍ଘ ୭ ବର୍ଷ ପରେ ସ୍ୱାମୀ ତାଙ୍କ ହଜିଲା ସ୍ତ୍ରୀର ଠିକଣା ପାଇଲେ। ନିଜକୁ ନିର୍ଦ୍ଦେଷ ବୋଲି ସାବ୍ୟସ୍ତ କଲେ ସ୍ୱାମୀ।  ହେଲେ ଯେତେବେଳେ ସ୍ତ୍ରୀର ସନ୍ଧାନ ପାଇଲେ ସେତେବେଳେ ସେ ଆଉ କାହାର ହୋଇ ଯାଇଥିଲେ। ତଥାପି ଦୋଷ ନକରି ବି ତାଙ୍କୁ ୭ ବର୍ଷ କାଳ ଦୋଷୀର ବଦନାମ ମୁଣ୍ଡାଇ ବଞ୍ଚିବାକୁ ପଡିଲା।

ମୁଁ ନିର୍ଦ୍ଦୋଷ । ମୋର କିଛି ଦୋଷ ନାହିଁ। ଏ କଥା ସାବ୍ୟସ୍ତ କରିବାକୁ ଲାଗିଗଲା ୭ବର୍ଷ । ଦୋଷ ନକରି ବି କେନ୍ଦ୍ରାପଡା ପାଟକୁରା ଥାନା ବାମରା ଗାଁର ଅଭୟ ସୁତାରଙ୍କ ଦୋଷୀ ଭଳି ବଞ୍ଚିବାକୁ ପଡୁଥିଲା । ୨୦୧୩ ଫେବୃୟାରୀ ୭ରେ ଅଭୟଙ୍କ ସହ କୁଜଙ୍ଗ ସମାଗୋଳର ମିଲି ଓରଫ ଇତିଶ୍ରୀ ମହାରଣାଙ୍କ ମଧ୍ୟରେ ବିବାହ ହୋଇଥିଲା। ହେଲେ ବାହାଘରର ୧୫ ଦିନ ପରେ ମିଲି ତାଙ୍କୁ ଛାଡି ଚାଲିଯାଇଥିଲେ ନିଜ ପ୍ରେମିକଙ୍କ ସହ । ଘର ଲୋକେ କେତେ ଖୋଜାଖୋଜି କଲେ। ହେଲେ ତାଙ୍କ ସନ୍ଧାନ ପାଇ ନଥିଲେ।  ଶ୍ୱଶୁର ଘର ଲୋକ ଅଭିଯୋଗ କରିଥିଲେ ଯେ, ଅଭୟଙ୍କ ଘର ଲୋକେ ତାଙ୍କ ଝିଅକୁ ଯୌତୁକ ପାଇଁ ହତ୍ୟା କରିଛନ୍ତି।

ତା’ପରେ ପୁଲିସ ଅଭୟଙ୍କୁ ଗିରଫ କରିଥିଲା ଏବଂ ଘରଲୋକେ ଆଗୁଆ ଜାମିନରେ ଆସିଥିଲେ। ତେବେ ମିଲିଙ୍କ ମୃତ ଶରୀର ମିଳି ନ ଥିବାରୁ ପୁଲିସ ଚାର୍ଜସିଟ୍ ମଧ୍ୟ ଦାଖଲ କରିପାରୁ ନଥିଲା । ଏହାରି ଭିତରେ ପୁରୀ ଜିଲ୍ଲା ପିପିଲିର ଜଣେ ଅଫିସର ପାଟକୁରା ଥାନାରେ କାମ କରୁଥିଲେ । ସେ ଏହି ଘଟଣା ସଂପର୍କରେ ଜାଣିବାକୁ ପାଇଲେ।  ଆଉ ତାପରେ ମିଲି ବଞ୍ଚିଥିବା ଜଣା ପଡିଥିଲା ।

ଦୀର୍ଘ ୭ ବର୍ଷ ପରେ ଏବେ ଅଭୟଙ୍କ ମୁଣ୍ଡରୁ ନିନ୍ଦା ଓ ଅପବାଦ ହଟିଛି । ସେପଟେ ମିଲିଙ୍କ ବାପା ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ଅନ୍ୟପଟେ ମିଲି ବାହା ହୋଇଥିବା ବର୍ତ୍ତମାନର ଶଶ୍ୱୁର ଘର ଲୋକେ ଏକଥା ଜାଣିନଥିବା କହିଛନ୍ତି। ସେପଟେ ମିଲି ଏବେ ଚୌଦ୍ୱାର ବଡପଦା ଗାଁର ଉତ୍ତମ ମହାରଣାଙ୍କ ପୁଅଙ୍କୁ ବିବାହ କରିଛନ୍ତି ଓ ତାଙ୍କ ସହ ଜୀବନ ବିତାଇବାକୁ ସ୍ଥିର କରିଛନ୍ତି।

Related story