ଅଫିସ ଯାଉଛି କହି ଘରୁ ବାହାରିଥିଲେ ଯୁବକ, ୮ ଦିନ ହେଲା ପତ୍ତା ମିଳୁନି

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କୋମଣ୍ଡରୁ ୮ ଦିନ ହେଲା ନିଖୋଜ ଥିବା ଟାଟା ପାୱାରର ଠିକା କର୍ମଚାରୀ ମିଟୁ ବେହେରାଙ୍କର ପତ୍ତା ମିଳୁ ନ ଥିବା ବେଳେ ଆଶଙ୍କାରେ ଦିନ କାଟୁଛନ୍ତି ତାଙ୍କ ପରିବାର ଲୋକେ। ଗତ ୩୧ ତାରିଖ ସକାଳେ ଅଫିସ ଯାଉଛନ୍ତି କହି ମିଟୁ ଘରୁ ବାହାରି ଯାଇଥିଲେ।  ଦୁଇ ଦିନ ପରେ ରମ୍ଭା ଟାଟା ପାୱାର ସୁପରଭାଇଜର ଫୋନ କରି ମିଟୁ କାହିଁକି କାମକୁ ଆସୁନି […]

missing

missing

Niharika Rout
  • Published: Tuesday, 07 June 2022
  • Updated: 07 June 2022, 05:20 PM IST

Sports

Latest News

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କୋମଣ୍ଡରୁ ୮ ଦିନ ହେଲା ନିଖୋଜ ଥିବା ଟାଟା ପାୱାରର ଠିକା କର୍ମଚାରୀ ମିଟୁ ବେହେରାଙ୍କର ପତ୍ତା ମିଳୁ ନ ଥିବା ବେଳେ ଆଶଙ୍କାରେ ଦିନ କାଟୁଛନ୍ତି ତାଙ୍କ ପରିବାର ଲୋକେ।

ଗତ ୩୧ ତାରିଖ ସକାଳେ ଅଫିସ ଯାଉଛନ୍ତି କହି ମିଟୁ ଘରୁ ବାହାରି ଯାଇଥିଲେ।  ଦୁଇ ଦିନ ପରେ ରମ୍ଭା ଟାଟା ପାୱାର ସୁପରଭାଇଜର ଫୋନ କରି ମିଟୁ କାହିଁକି କାମକୁ ଆସୁନି ବୋଲି ତାଙ୍କ ପରିବାର ଲୋକଙ୍କୁ ପଚାରିଥିଲେ। ଏହାପରେ ପରିବାର ଲୋକେ ଜାଣିଲେ ଯେ ମିଟୁ ୩୧ ତାରିଖରୁ ନିଖୋଜ ଅଛନ୍ତି।

ମିଟୁଙ୍କର କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକେ ରମ୍ଭା ଥାନାରେ ଅଭିଯୋଗ କରିଥିଲେ। ତା'ସହିତ ଗାଁ ଲୋକ ଓ ସମ୍ପର୍କୀୟଙ୍କ ସହାୟତାରେ ସେମାନେ ମିଟୁଙ୍କୁ ଖୋଜାଖୋଜି ଜାରି ରଖିଥିଲେ। ଗତକାଲି ଗାଁ ଠାରୁ ପ୍ରାୟ ୫ କିଲୋମିଟର ଦୂର ପାଲିଆଘାଇ ଛକ ନିକଟସ୍ଥ ଜଙ୍ଗଲରୁ ମିଟୁଙ୍କ ବାଇକ୍‌ ମିଳିଥିଲା। ତେବେ ଏବେ ଯାଏଁ ତାଙ୍କର କୌଣସି ପତ୍ତା ମିଳୁ ନ ଥିବାରୁ ସନ୍ଦେହ ବଢ଼ିବାରେ ଲାଗିଛି। ତାଙ୍କୁ ଅପହରଣ କରାଯାଇଛି ନା ତାଙ୍କ ସହିତ ଆଉ କିଛି ଘଟିଛି, ତାକୁ ନେଇ ସମସ୍ତେ ଆଶଙ୍କା ମଧ୍ୟରେ ରହିଛନ୍ତି।

ପୁଲିସ୍‌ ବାଇକ୍‌ଟିକୁ ଥାନାକୁ ନେଇଥିବା ବେଳେ ଶୀଘ୍ର ମିଟୁଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos