ପ୍ରେମିକର ଆକ୍ରମଣରେ ପ୍ରେମିକା ଓ ତାଙ୍କ ମାଆ ଲହୁଲୁହାଣ

Ordigital Desk
  • Published: Friday, 06 April 2018
  • , Updated: 06 April 2018, 09:37 AM IST
<p>ଉଦଳା (ଓଡ଼ିଶା ରିପୋର୍ଟର): ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ। ରାତି ଅଧରେ ପ୍ରେମିକାକୁ ହାଣି ପକାଇଛି। ପ୍ରେମିକାର ମାଆଙ୍କୁ ବି ଛାଡ଼ିନି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।</p> <p>ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜରଡ଼ା ଗାଁରେ। ମିଳିଥିବା ସୂଚନା ଅନୁଯାୟୀ, ଆହତ ଯୁବତୀଙ୍କ ସହିତ ବେଲଡିହା ଗାଁର ଭରତ ମହାନ୍ତି ନାମକ ଜଣେ ଯୁବକଙ୍କର ପ୍ରେମ ସଂପର୍କ ଥିଲା। ଯୁବତୀ ଜଣଙ୍କ ଭୁବନେଶ୍ୱରରେ ରହନ୍ତି। ଗତକାଲି ଭରତ ଫୋନ୍ କରି ତାଙ୍କୁ ଜରଡ଼ାକୁ ଡକାଇଥିଲେ। ରାତିରେ ଭରତ ଯୁବତୀଙ୍କ ଘରେ ମଧ୍ୟ ଥିଲେ। କୌଣସି କାରଣରୁ ବିଳମ୍ବିତ ରାତିରେ ସେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ମାଆଙ୍କୁ ଆକ୍ରମଣ କରିଥିଲେ। ପ୍ରେମିକାଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି। ତାଙ୍କ ବେକ ଓ ହାତରେ ଆଘତ ଲାଗିଛି।</p> <p>ଆହତ ପ୍ରେମିକାଙ୍କ ମାଆ କହିଛନ୍ତି ଯେ ଭରତ ତାଙ୍କୁ ୧୫,୦୦୦ ଟଙ୍କା ମାଗିଥିଲେ। ଆଉ ଏହାକୁ ନେଇ ସେ ଆକ୍ରମଣ କରିଥିଲେ। ତେବେ ପ୍ରେମିକାଙ୍କର ଆଉ କାହା ସହିତ ସଂପର୍କ ଥିବା ନେଇ ସନ୍ଦେହ ହେବାରୁ ଭରତ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।</p> <p>ଅଭିଯୁକ୍ତ ଭରତ ଫେରାର ହୋଇଯାଇଛି। ସେ ଧରାପଡ଼ିଲେ ଯାଇ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ଏକ ଚୋରି ମାମଲାରେ ସେ ପୂର୍ବରୁ ଜେଲ୍ ଯାଇଥିବା ଜଣାପଡ଼ିଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।</p>

Related story