ନଦୀକୁ ଡେଉଁଥିଲେ; ପଠାରେ ପଡ଼ିଗଲେ

ଭଦ୍ରକ (ପାର୍ଥସାରଥୀ ନାୟକ): ଆତ୍ମହତ୍ୟା ପାଇଁ ନଦୀକୁ ଡେଇଁଥିଲେ ଜଣେ ଯୁବତୀ। ହେଲେ ପାଣିରେ ନପଡ଼ି ନଦୀ ପଠାରେ ପଡ଼ିଗଲେ। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ହେବ। ଖରା ସତ୍ତ୍ୱେ ବ୍ୟସ୍ତବହୁଳ ଭଦ୍ରକ ସହରର ବାଇପାସ୍‌ ରୋଡ୍‌ ଜନ ଗହଳିପୂର୍ଣ୍ଣ ଥିଲା। ଠିକ୍‌ ସେହି ସମୟରେ ଆତ୍ମହତ୍ୟା ପାଇଁ ଜଣେ ଯୁବତୀ ରାଜଘାଟ ବ୍ରିଜରୁ ସାଳନ୍ଦୀ ନଦୀକୁ ଡେଇଁ ପଡ଼ିଥିଲେ। ହେଲେ ସେ ପାଣିରେ ନପଡ଼ି ନଦୀ […]

Bhadrak

Manoranjan Sial
  • Published: Monday, 06 June 2022
  • , Updated: 06 June 2022, 07:08 PM IST

ଭଦ୍ରକ (ପାର୍ଥସାରଥୀ ନାୟକ): ଆତ୍ମହତ୍ୟା ପାଇଁ ନଦୀକୁ ଡେଇଁଥିଲେ ଜଣେ ଯୁବତୀ। ହେଲେ ପାଣିରେ ନପଡ଼ି ନଦୀ ପଠାରେ ପଡ଼ିଗଲେ। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି।

ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ହେବ। ଖରା ସତ୍ତ୍ୱେ ବ୍ୟସ୍ତବହୁଳ ଭଦ୍ରକ ସହରର ବାଇପାସ୍‌ ରୋଡ୍‌ ଜନ ଗହଳିପୂର୍ଣ୍ଣ ଥିଲା। ଠିକ୍‌ ସେହି ସମୟରେ ଆତ୍ମହତ୍ୟା ପାଇଁ ଜଣେ ଯୁବତୀ ରାଜଘାଟ ବ୍ରିଜରୁ ସାଳନ୍ଦୀ ନଦୀକୁ ଡେଇଁ ପଡ଼ିଥିଲେ। ହେଲେ ସେ ପାଣିରେ ନପଡ଼ି ନଦୀ ପଠାରେ ପଡି ଯାଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଯୁବତୀ ଜଣଙ୍କ ଆତ୍ମହତ୍ୟା ପାଇଁ ନଦୀକୁ ଡେଇଁଥିଲେ ବୋଲି ଜଣାପଡ଼ିଛି। ହେଲେ ସେ କାହିଁକି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ, ତାହା ଖବର ଲେଖାଯିବା ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏପରିକି ତାଙ୍କ ପରିଚୟ ମଧ୍ୟ ମିଳି ପାରିନାହିଁ।

Related story