କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଉଲଗ୍ନ କରି ମାଡ଼ ଅଭିଯୋଗ

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ତାଳଚୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବ୍ୟାପାରକୁ ନେଇ କଙ୍ଗାରୁ କୋର୍ଟରେ ଜଣେ ଯୁବକଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ରଙ୍ଗଣି ପଞ୍ଚାୟତ ଭେକ୍ଟା ଗାଁର ଜଣେ ଯୁବକ ଶିକାରୀ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏହାକୁ ଝିଅ ଘର ଲୋକେ […]

congaru-court

Jitendra Garnayak
  • Published: Tuesday, 28 August 2018
  • , Updated: 28 August 2018, 07:31 AM IST

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ତାଳଚୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବ୍ୟାପାରକୁ ନେଇ କଙ୍ଗାରୁ କୋର୍ଟରେ ଜଣେ ଯୁବକଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁଯାୟୀ, ରଙ୍ଗଣି ପଞ୍ଚାୟତ ଭେକ୍ଟା ଗାଁର ଜଣେ ଯୁବକ ଶିକାରୀ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏହାକୁ ଝିଅ ଘର ଲୋକେ ବିରୋଧ କରିଥିଲେ।

ଝିଅ ଘର ପକ୍ଷରୁ କୁହାଯିବା ପରେ ସମସ୍ୟାର ସମାଧାନ ପାଇଁ ଗତକାଲି ତାଳଚୁଆଁ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସଭା ଡକା ଯାଇଥିଲା।

ସଭା ଚାଲିଥିବା ବେଳେ ସରପଞ୍ଚଙ୍କ ଉପସ୍ଥିତିରେ ତିନିଜଣ ଯୁବକ ପୀଡ଼ିତଙ୍କୁ ମାଡ଼ ମାରିଥିବା ନେଇ ତାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ ପୁଲିସ୍‌ ହିମାଂଶୁ ମଣ୍ଡଳ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

 

Related story