ରାତିରେ ବାହା ହେବା ପାଇଁ ଜିଦ୍‌ ଧରିଥିଲେ ପ୍ରେମିକା, ସକାଳେ ଝୁଲି ପଡ଼ିଲେ ପ୍ରେମିକ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ରାତିରେ ବାହା ହେବା ପାଇଁ କହିଥିଲେ ପ୍ରେମିକା। ହେଲେ ବାହା ହେବନି ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ ପ୍ରେମିକ। ଆଉ ଆଜି ସକାଳେ ମିଳିଲା ପ୍ରେମିକଙ୍କ ଝୁଲନ୍ତା ମୃତଦେହ। ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଅନ୍ୟପକ୍ଷରେ ପ୍ରେମିକଙ୍କ ଏପରି ଅବେଳରେ ହାତ ଛାଡ଼ିଦେବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପ୍ରେମିକା। ସେ ଆତ୍ମହତ୍ୟା କରିନଥିବେ। ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକ ଓ ପ୍ରେମିକା ଅଭିଯୋଗ କରିଛନ୍ତି। ବଲାଙ୍ଗିର […]

Balangir

Balangir

Manoranjan Sial
  • Published: Friday, 21 October 2022
  • Updated: 21 October 2022, 08:57 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ରାତିରେ ବାହା ହେବା ପାଇଁ କହିଥିଲେ ପ୍ରେମିକା। ହେଲେ ବାହା ହେବନି ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ ପ୍ରେମିକ। ଆଉ ଆଜି ସକାଳେ ମିଳିଲା ପ୍ରେମିକଙ୍କ ଝୁଲନ୍ତା ମୃତଦେହ। ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଅନ୍ୟପକ୍ଷରେ ପ୍ରେମିକଙ୍କ ଏପରି ଅବେଳରେ ହାତ ଛାଡ଼ିଦେବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପ୍ରେମିକା। ସେ ଆତ୍ମହତ୍ୟା କରିନଥିବେ। ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକ ଓ ପ୍ରେମିକା ଅଭିଯୋଗ କରିଛନ୍ତି।

ବଲାଙ୍ଗିର ଜିଲ୍ଲା ତୁଷୁରା ଗାଁର ରୋଶନ ମାଝି ଆର୍ଯ୍ୟା ପ୍ୟାଲେସର ଟେଣ୍ଟରେ ଶ୍ରମିକ ଭାବେ କାମ କରୁଥିଲେ। ଏଠାରେ ରହଣୀ ସମୟରେ ଫେସ୍‌ବୁକ୍‌ରେ ପୁଚୁ(ଛଦ୍ମନାମ)ଙ୍କ ସହିତ ହୋଇଥିଲା ଦେଖା। ପରେ କଥାବାର୍ତ୍ତା, ତା’ପରେ ପ୍ରେମ। ଏ ପ୍ରେମ ଥିଲା ୪ ବର୍ଷର। ଉଭୟ ପରସ୍ପରକୁ ଭଲ ପାଉଥିଲେ। ରୋଶନ୍‌ ନିଜ କାମରୁ ଫୁରସତ ପାଇଲେ ପୁଚୁଙ୍କ ପାଖକୁ କଲ୍‌ କରୁଥିଲେ। ଉଭୟ ମନଭରି ଗପୁଥିଲେ। ବାହା ହୋଇ ଘର ସଂସାର କରିବା ପାଇଁ କେତେ କ’ଣ ସ୍ୱପ୍ନ ଦେଖିଥିଲେ।

ଗୁରୁବାର ସନ୍ଧ୍ୟାରେ ଦୁଇ ପ୍ରେମ ପକ୍ଷୀ ଉଡି ଯାଇଥିଲେ ନିଛାଟିଆ ସ୍ଥାନକୁ। ଉଷ୍ମ ସନ୍ଧ୍ୟାରେ ଉଭୟ ଢ଼େରେ କପି ଥିଲେ। ତାହାରି ଭିତରେ ବାହା ହେବା ପାଇଁ ଜିଦ୍‌ ଧରିଥିଲେ ପ୍ରେମିକା ପୁଚୁ। କିନ୍ତୁ ଏବେ ବାହା ହେବେନାହିଁ ବୋଲି କହିଥିଲେ ରୋଶନ୍‌। ବାବାହରେ ଜାତି ପ୍ରଥା ସାଜିଥିଲା ପ୍ରତିବନ୍ଧକ। କାରଣ ପରିବାର ଓ ସାହିଭାଇଙ୍କ ବାସନ୍ଦ ଭୟ ତାଙ୍କ ମନକୁ ବିଚଳିତ କରିଥିଲା। ପ୍ରେମିକଙ୍କଠାରୁ ନାସ୍ତିକ ବାଣୀ ଶୁଣିବା ପରେ ଚିଡି ଯାଇଥିଲେ ପ୍ରେମିକା। ଆଉ କହିଥିଲେ, ମୋତେ ମୋ ଘରେ ଛାଡ଼ି ଦିଅ। ଏହା ପରେ ରୋଶନ୍‌ ତାଙ୍କୁ ତାଙ୍କ ଘରେ ରାତି ପ୍ରାୟ ୯ଟା ବେଳେ ଛାଡ଼ି ଫେରିଥିଲେ।

ହେଲେ ଆଜି ସକାଳେ ବଲାଙ୍ଗିର-ଟିଟିଲାଗଡ ରାସ୍ତାର ଆର୍ଯ୍ୟା ପ୍ୟାଲେସ ବିବାହ ମଣ୍ଡପ ପଛପାର୍ଶ୍ୱରେ ରୋଶନ୍‌ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଗୋଟିଏ ଗୋଡ ଟେବୁଲ ଉପରେ ଥିବା ବେଳେ ଅନ୍ୟଟି ଲାଗିଛି ମାଟିରେ। ମୃତଦେହକୁ ଦେଖିଲେ ସେ ଆତ୍ମହତ୍ୟା କରିବେ ବୋଲି ଜଣାପଡ଼ୁ ନାହିଁ। ତାଙ୍କୁ ହତ୍ୟା କରାଯାଇ ଝୁଲାଇ ଦିଆଯାଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ। ରୋଶନଙ୍କ ପ୍ରେମିକା ମଧ୍ୟ ହତ୍ୟା କରାଯାଇଥିବା କହୁଛନ୍ତି। କାରଣ ରୋଶନଙ୍କର ଅନେକ ଶତୃ ଥିବା କହୁଛନ୍ତି ପ୍ରେମିକା। ସେ ଆହୁରି କହିଛନ୍ତି, ଏତେ ଦିନ ହେଲା ଭଲ ପାଉଥିଲି। ସେ ଆତ୍ମହତ୍ୟା କରିପାରିବେ ନାହିଁ। ଜମାରୁ ଆତ୍ମହତ୍ୟା କରିନଥିବେ। ତାଙ୍କୁ କିଏ ହତ୍ୟା କରିଛି?

ଅନ୍ୟପକ୍ଷରେ ବଲାଙ୍ଗିର ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣାର ତଦନ୍ତ ଚଳାଇଛନ୍ତି। ଏନେଇ ପୁଲିସର ମତାମତ ମିଲିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story