ଯୁବତୀଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି କରୁଥିଲା ଅଶ୍ଲୀଳ ଚାଟିଂ

ଯାଜପୁର(ଗୁଲାମ ଗସ୍‌): ଯୁବତୀଙ୍କ ନାଁରେ ଖୋଲୁଥିଲେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ। ସେଥିରେ ଦେଉଥିଲେ ସୁନ୍ଦର ସୁନ୍ଦର ଫଟୋ। ପରବର୍ତ୍ତୀ ସମୟରେ ସେଥିରେ କରୁଥିଲେ ଅଶ୍ଲୀଳ ଚାଟିଂ। ନଗ୍ନ ଫଟୋ ଦେଖାଇ କରୁଥିଲେ ବ୍ଲାକମେଲ୍‌। ଏପରି ଜଣେ ଧ୍ରୁତ ଅଭିଯୁକ୍ତକୁ ଯାଜପୁର ପୁଲିସ୍‌ ଧରିଛି। ଅଭିଯୁକ୍ତ ମୋବାଇଲ୍‌ରୁ ବହୁ ଅଶ୍ଲୀଳ ଫଟୋ ଉଦ୍ଧାର କରିଛି ପୁଲିସ୍‌। ଭଦ୍ରକ ଜିଲ୍ଲା ବଞ୍ଛଡା ଥାନା ଜନ୍ତୁଆଳି ଗାଁର ସୁଶାନ୍ତ ବେହେରା ହାଇଦ୍ରାବାଦରେ ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ। ରୋଷେଇ କାମରୁ […]

Bhadrak

Manoranjan Sial
  • Published: Saturday, 16 July 2022
  • , Updated: 17 July 2022, 07:48 AM IST

ଯାଜପୁର(ଗୁଲାମ ଗସ୍‌): ଯୁବତୀଙ୍କ ନାଁରେ ଖୋଲୁଥିଲେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ। ସେଥିରେ ଦେଉଥିଲେ ସୁନ୍ଦର ସୁନ୍ଦର ଫଟୋ। ପରବର୍ତ୍ତୀ ସମୟରେ ସେଥିରେ କରୁଥିଲେ ଅଶ୍ଲୀଳ ଚାଟିଂ। ନଗ୍ନ ଫଟୋ ଦେଖାଇ କରୁଥିଲେ ବ୍ଲାକମେଲ୍‌। ଏପରି ଜଣେ ଧ୍ରୁତ ଅଭିଯୁକ୍ତକୁ ଯାଜପୁର ପୁଲିସ୍‌ ଧରିଛି। ଅଭିଯୁକ୍ତ ମୋବାଇଲ୍‌ରୁ ବହୁ ଅଶ୍ଲୀଳ ଫଟୋ ଉଦ୍ଧାର କରିଛି ପୁଲିସ୍‌।

ଭଦ୍ରକ ଜିଲ୍ଲା ବଞ୍ଛଡା ଥାନା ଜନ୍ତୁଆଳି ଗାଁର ସୁଶାନ୍ତ ବେହେରା ହାଇଦ୍ରାବାଦରେ ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ। ରୋଷେଇ କାମରୁ ଫୁରସତ୍‌ ପାଇଲେ ସେ ନିଜକୁ ସୋଶାଲ୍‌ ମିଡିଆରେ ନିୟୋଜିତ କରାଉଥିଲେ। ଇନଷ୍ଟାଗ୍ରାମ୍‌ରେ ଯୁବତୀଙ୍କ ନାଁରେ ଆକାଉଣ୍ଟ ଖୋଲୁଥିଲେ। ସୁନ୍ଦର ସୁନ୍ଦର ଯୁବତୀଙ୍କ ଫଟୋ ଡିପିରେ ରଖୁଥିଲେ। ସେହି ଫଟୋ ଦେଖି ଅନ୍ୟ ଯୁବତୀମାନେ ତାଙ୍କ ସହିତ ଚାଟିଂ କରୁଥିଲେ। ଏହାର ସୁଯୋଗ ନେଇ ସୁଶାନ୍ତ ସେମାନଙ୍କ ସହିତ ଚାଟିଂ କରୁଥିଲା।

ଚାଟିଂ ବାହାନାରେ ସୁଶାନ୍ତ, ଯୁବତୀଙ୍କ ଫୋନ୍‌ ନମ୍ୱର ଓ ଅଶ୍ଲୀଳ ଫଟୋ ନେଇଯାଉଥିଲା। ପରବର୍ତ୍ତୀ ସମୟରେ ସେ ଅଶ୍ଲୀଳ ଫଟୋ ଦେଖାଇ ବ୍ଲାକ୍‌ମେଲ୍ କରୁଥିଲା। ସୁଶାନ୍ତ ଏମିତି କରି ଏକାଧିକ ଯୁବତୀଙ୍କୁ ଫସାଉଥିଲା। ଲୋକ ଲଜ୍ଜା ଭୟରେ ଯୁବତୀମାନେ ସାମ୍ନାକୁ ଆସିପାରୁନଥିଲେ। ତେବେ ଯାଜପୁର ଜିଲ୍ଲାର ଜଣେ ଯୁବତୀ ସୁଶାନ୍ତଙ୍କ ଏହି ମାୟା ଜାଲରେ ଫସି ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ପ୍ରଥମେ ସୁଶାନ୍ତଙ୍କ ମୋବାଇଲ୍‌ ଟ୍ରାକ୍‌ କରିଥିଲା।

ସୁଶାନ୍ତ ନିଜ ଗାଁରୁ କର୍ମକ୍ଷେତ୍ରକୁ ଫେରୁଥିବା ପୁଲିସ୍‌ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ପରେ ତାକୁ ପିଛା କରି ଭୁବନେଶ୍ୱରରୁ ଗିରଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରିଛି। ସୁଶାନ୍ତ ପାଖରୁ ଜବତ ହୋଇଥିବା ମୋବାଇଲରେ ଅନେକ ଯୁବତୀଙ୍କ ଫୋନ୍‌ ନମ୍ବର ଓ ଅଶ୍ଳୀଳ ବାର୍ତ୍ତାର ରେକର୍ଡିଂ ରହିଥିବା ପୁଲିସଠାରୁ ଜଣାପଡ଼ିଛି।

Related story