ବ୍ୟବସାୟିକ ଶତ୍ରୁତାରୁ ଗଡ଼ିଥିଲା ମୁଣ୍ଡ, ଦୋଷ ସ୍ୱୀକାର କଲା ଅଭିଯୁକ୍ତ

ଯାଜପୁର (ଗୁଲାମ ଗସ୍‌): ବ୍ୟବସାୟିକ ଶତ୍ରୁତାରୁ କୁଆଖିଆ ପଜାରରେ ଗଡ଼ିଥିଲା ମୁଣ୍ଡ। ଅଭିଯୁକ୍ତ ଗିରଫ ହେବା ପରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୁଲିସ୍‌। ଏହି ମାମଲାରେ ପୁଲିସ୍‌ ପଶ୍ଚିମବଙ୍ଗ ଭଗବାନପୁର ଥାନା ଜଗମୋହନପୁର ଗାଁର ସୁଭେନ୍ଦୁ ସର୍ଦ୍ଦାରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣା ଏମିତି। ପଶ୍ଚିମବଙ୍ଗର ଖୋକନ ମାଇତି ଦୀର୍ଘ ଦିନ ଧରି ଯାଜପୁର ଜିଲ୍ଲା କୁଆଖୁଆ ବଜାରରେ ଗୋଟିଏ ଘର ଭଡ଼ା ନେଇ ବ୍ୟବସାୟ କରୁଥିଲେ। ଗତ ୧୪ତାରିଖ ତାଙ୍କୁ […]

handcuffs

Manoranjan Sial
  • Published: Sunday, 20 March 2022
  • , Updated: 20 March 2022, 03:43 PM IST

ଯାଜପୁର (ଗୁଲାମ ଗସ୍‌): ବ୍ୟବସାୟିକ ଶତ୍ରୁତାରୁ କୁଆଖିଆ ପଜାରରେ ଗଡ଼ିଥିଲା ମୁଣ୍ଡ। ଅଭିଯୁକ୍ତ ଗିରଫ ହେବା ପରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୁଲିସ୍‌। ଏହି ମାମଲାରେ ପୁଲିସ୍‌ ପଶ୍ଚିମବଙ୍ଗ ଭଗବାନପୁର ଥାନା ଜଗମୋହନପୁର ଗାଁର ସୁଭେନ୍ଦୁ ସର୍ଦ୍ଦାରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୂରା ଘଟଣା ଏମିତି। ପଶ୍ଚିମବଙ୍ଗର ଖୋକନ ମାଇତି ଦୀର୍ଘ ଦିନ ଧରି ଯାଜପୁର ଜିଲ୍ଲା କୁଆଖୁଆ ବଜାରରେ ଗୋଟିଏ ଘର ଭଡ଼ା ନେଇ ବ୍ୟବସାୟ କରୁଥିଲେ। ଗତ ୧୪ତାରିଖ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଖୋକନ ମାଇତିଙ୍କୁ ହତ୍ୟା କରି ବାହାର ପାର୍ଶ୍ୱରୁ ତାଲା ପକାଇ ଦୁର୍ବୁତ୍ତ ଫେରାର ହୋଇଯାଇଥିଲା କବାଟ ଫାଙ୍କ ଦେଇ ରକ୍ତ ବୋହୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।

କୁଆଖିଆ ଥାନା ପୁଲିସ୍‌ ବନ୍ଦ ଘରରୁ ତାଲା ଭାଙ୍ଗି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ କରିଥିଲା। ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ କରିଥିବା ବେଳେ ବ୍ୟବସାୟୀ ରହୁଥିବା ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜ ଉପରେ ପୁଲିସ୍‌ର ନଜର ପଡ଼ିଥିଲା। ପୁଲିସ୍‌ ଉକ୍ତ ସିସିଟିଭିକୁ ଯାଞ୍ଚ କରିବା ପରେ ହତ୍ୟା ନେଇ ତଥ୍ୟ ପାଇଥିଲା। ଏହା ପରେ କୁଆଖିଆ ପୁଲିସ୍‌ ଶୁକ୍ରବାର ରାତିରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ପୁଲିସ୍‌ ହାତରେ ଧରାପଡ଼ିବା ପରେ ଅଭିଯୁକ୍ତ ହତ୍ୟା ନେଇ ପୂରା କାହାଣୀ କହିଥିଲା। ବ୍ୟବସାୟରେ ଟଙ୍କା ଦେଣନେଣକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିଲା। ଖୋକନଙ୍କୁ ଶୁଭେନ୍ଦୁ ଏକ କଟୁରିରେ ହତ୍ୟା କରି ଫେରାର ହୋଇଯାଇଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛି। ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି କୁଆଖିଆ ଥାନା ପୁଲିସ୍‌।

Related story