ପୂର୍ବ ଶତ୍ରୁତାରୁ ହାଣି ଦେଲେ

Ordigital Desk
  • Published: Wednesday, 07 February 2018
  • , Updated: 07 February 2018, 08:06 AM IST
<p>ଖୋର୍ଦ୍ଧା( ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଦାଦା ଏବଂ ପୁତରା ଖଣ୍ଡାରେ ଗୋଡ ଓ ହାତକୁ ହାଣି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନାର ତିରିମଲ ଗାଁରେ। ଆହତ ଜଣଙ୍କ ହେଲେ ଅନାମ ସାହୁ। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।</p> <p>ଅଭିଯୋଗ ଅନୁସାରେ, କିଛିବର୍ଷ ପୂର୍ବେ ଅନାମଙ୍କ ସାଙ୍ଗ ଟିକି ଜେନା ଏକ ଝିଅକୁ ପ୍ରେମ କରି ମାସେ ଧରି ଘରେ ରଖିବା ପରେ ତାଙ୍କୁ ଛାଡ଼ି ଦେଇଥିଲା। ଅନାମ ଏହାକୁ ବିରୋଧ କରିବାରୁ ଟିକି ଉକ୍ତ ଝିଅକୁ ବିବାହ କରିଥିଲା। ଏହାର ପ୍ରତିଶୋଧ ସ୍ୱରୂପ ଟିକି ଓ ତାଙ୍କ ଦାଦା ବିଜୁ ଜେନା ମିଶି ଗତକାଲି ରାତିରେ ଅନାମକୁ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।</p>

Related story