ପ୍ରେମରେ ବିଫଳ ହେବାରୁ ବକ୍ସରଙ୍କ ଉନ୍ମତ୍ତକାଣ୍ଡ ! ଯୁବତୀଙ୍କ ସ୍କୁଟି ଜାଳିଦେଲେ

ଜୟପୁର (ଟି.ଗୌରୀ ଶଙ୍କର):ପ୍ରେମରେ ବିଫଳ ହେବାରୁ ବକ୍ସରଙ୍କ ଉନ୍ମତ୍ତକାଣ୍ଡ। ଜାତୀୟ ଯୁବ ବକ୍ସରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଦିନ ଦ୍ୱିପ୍ରହରରେ ଯୁବତୀଙ୍କ ସ୍କୁଟି ଜାଳିଦେଲେ ଯୁବ ବକ୍ସର ଅରଜିତ ମହାପାତ୍ର ଓ ତାଙ୍କ ସହଯୋଗୀ । କୋରାପୁଟର ଜୟପୁରର ମହାରାଳିପେଟାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଯୁବତୀ ଜଣକ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ସ୍କୁଟି ପୋଡ଼ି ଦେଲେ। ସ୍କୁଟି ପୋଡ଼ି ପରେ ଟାଉନ୍ ଥାନାରେ ଏନେଇ ଯୁବତୀ ଜଣକ ଲିଖିତ ଅଭିଯୋଗ […]

689

Tapas Behera
  • Published: Saturday, 29 June 2019
  • , Updated: 29 June 2019, 10:03 PM IST

ଜୟପୁର (ଟି.ଗୌରୀ ଶଙ୍କର):ପ୍ରେମରେ ବିଫଳ ହେବାରୁ ବକ୍ସରଙ୍କ ଉନ୍ମତ୍ତକାଣ୍ଡ। ଜାତୀୟ ଯୁବ ବକ୍ସରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଦିନ ଦ୍ୱିପ୍ରହରରେ ଯୁବତୀଙ୍କ ସ୍କୁଟି ଜାଳିଦେଲେ ଯୁବ ବକ୍ସର ଅରଜିତ ମହାପାତ୍ର ଓ ତାଙ୍କ ସହଯୋଗୀ । କୋରାପୁଟର ଜୟପୁରର ମହାରାଳିପେଟାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି।

ଯୁବତୀ ଜଣକ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ସ୍କୁଟି ପୋଡ଼ି ଦେଲେ। ସ୍କୁଟି ପୋଡ଼ି ପରେ ଟାଉନ୍ ଥାନାରେ ଏନେଇ ଯୁବତୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ବକ୍ସର ଅରଜିତ ମହାପାତ୍ର ଥାନାରେ ଅଟକ ଅଛନ୍ତି। ଯୁବତୀ ଜଣକ କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ଫେସବୁକରୁ ବନ୍ଧୁତା ଆରମ୍ଭ ହେବା ପରେ ସମ୍ପର୍କରେ ରହିବାକୁ ବାଧ୍ୟ କରୁଥିଲେ ଏବଂ ସେ  ରାଜି ନହେବାରୁ ହତୋତ୍ସାହିତ ହୋଇ ଆଜି ତାଙ୍କ ସ୍କୁଟିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି।

ଆଜି ମଧ୍ୟାହ୍ନରେରେ ମହାରାଣୀପେଟା ସ୍ଥିତ ମାଉସୀଙ୍କ ଘରକୁ ଯାଇ  ଥିବାବେଳେ ସହରର ଅରଜିତ ଓ ସାଙ୍ଗ ସହିତ ଯାଇ ନିଆଁ ଲଗାଇ ଦେଇଥିଲେ। cctv ଫୁଟେଜରୁ ଯୁବତୀ ଜାଣିବା ପରେ ଟାଉନ ଥାନାରେ ଏତଲା ଦେଇଛନ୍ତି। ଅରଜିତଙ୍କୁ ଟାଉନ ଥାନା ପୁଲିସ ଅଟକ ରଖିଛି। ଅନ୍ୟପଟେ ଯୁବତୀଙ୍କ ନାଁରେ ପାଲଟା ଅଭିଯୋଗ କରିଛନ୍ତି ଯୁବକଙ୍କ ପରିବାର। ଅଭିଯୋଗକୁ ଖଣ୍ଡନ କରିବା ସହିତ ଯୁବତୀ ଜଣକ ବ୍ଲାକମେଲ କରୁଥିବା କହିଛନ୍ତି ବକ୍ସରଙ୍କ ଭାଇ।

Related story