ପ୍ରେମ ବିବାହ କରି ପ୍ରେମିକ ଫେରାର

ଆସିକା (ମନୋଜ ମୁନି) : ପ୍ରେମ ବିବାହ ଓ ପ୍ରତାରଣାର ଘଟଣାକୁ ନେଇ ଗଂଜାମ ଜିଲ୍ଲାରୁ ଆସିଛି ଏହି ଖବର । ପ୍ରେମ ବିବାହ ପରେ ପ୍ରତାରକ ସାଜିଲା ସ୍ୱାମୀ। ସ୍ତ୍ରୀକୁ ଛାଡି ହୋଇଯାଇଛି ଫେରାର୍‌ । ମିଳିଥିବା ସୂଚନା ମୁତାବକ, କବିସୂର୍ଯ୍ୟନଗର ଥାନା ଅଂଚଳରେ ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ପ୍ରେମ ବିବାହ କରିଥିଲେ ଜଣେ ଯୁବକ। ପରେ ପ୍ରେମିକ ଜଣକ ପ୍ରତାରଣା କରି ଫେରାର ହୋଇଯାଇଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ […]

glp

Tapas Behera
  • Published: Sunday, 25 August 2019
  • , Updated: 25 August 2019, 07:31 PM IST

ଆସିକା (ମନୋଜ ମୁନି) : ପ୍ରେମ ବିବାହ ଓ ପ୍ରତାରଣାର ଘଟଣାକୁ ନେଇ ଗଂଜାମ ଜିଲ୍ଲାରୁ ଆସିଛି ଏହି ଖବର । ପ୍ରେମ ବିବାହ ପରେ ପ୍ରତାରକ ସାଜିଲା ସ୍ୱାମୀ। ସ୍ତ୍ରୀକୁ ଛାଡି ହୋଇଯାଇଛି ଫେରାର୍‌ ।

ମିଳିଥିବା ସୂଚନା ମୁତାବକ, କବିସୂର୍ଯ୍ୟନଗର ଥାନା ଅଂଚଳରେ ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ପ୍ରେମ ବିବାହ କରିଥିଲେ ଜଣେ ଯୁବକ। ପରେ ପ୍ରେମିକ ଜଣକ ପ୍ରତାରଣା କରି ଫେରାର ହୋଇଯାଇଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସଂପୃକ୍ତ ଯୁବତୀ।

ଗତ ଦୁଇ ଦିନ ହେବ ଏତଲା ଦେଇଥିବା ବେଳେ ପୁଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ଯୁବତୀ ଏବଂ ନ୍ୟାୟ ଦାବି କରି ଗତ ଦୁଇ ଦିନ ହେବ ଥାନାରେ ଧାରଣାରେ ବସିଛନ୍ତି । ପୁଲିସ  ଏନେଇ କିଛି ପ୍ରତିକ୍ରିୟା ଦେଇନାହିଁ।

Related story