ନିଜ ବେକ ନିଜେ କାଟିଦେଲେ ଯୁବକ

ବ୍ରହ୍ମପୁର(ଅଶୋକ ବ୍ରହ୍ମା ): ମଦ ନିଶାରେ ମଣିଷ ନିଜ ହିତାହିତ ଜ୍ଞାନ ଭୁଲି ବସେ । ନିଜେ କ’ଣ କରୁଛି ତାହା ଜାଣିବା ସମ୍ଭବପର ହୁଏ ନାହିଁ। ଏପରି ଏକ ଘଟଣା ଆଜି ସକାଳେ ବ୍ରହ୍ମପୁର ସହରର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଘଟିଛି। ମଦ ନିଶାରେ ଟଳମଳ ହେଉଥିବା ଜଣେ ଯୁବକ ରାସ୍ତା ଉପରେ ନିଜ ବେକକୁ ଏକ ବ୍ଲେଡରେ କାଟିବାକୁ ପଛାଇ ନାହାନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି […]

blade

  • Published: Thursday, 15 December 2022
  • , Updated: 15 December 2022, 01:55 PM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା ): ମଦ ନିଶାରେ ମଣିଷ ନିଜ ହିତାହିତ ଜ୍ଞାନ ଭୁଲି ବସେ । ନିଜେ କ’ଣ କରୁଛି ତାହା ଜାଣିବା ସମ୍ଭବପର ହୁଏ ନାହିଁ। ଏପରି ଏକ ଘଟଣା ଆଜି ସକାଳେ ବ୍ରହ୍ମପୁର ସହରର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଘଟିଛି। ମଦ ନିଶାରେ ଟଳମଳ ହେଉଥିବା ଜଣେ ଯୁବକ ରାସ୍ତା ଉପରେ ନିଜ ବେକକୁ ଏକ ବ୍ଲେଡରେ କାଟିବାକୁ ପଛାଇ ନାହାନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ଯୁବକଜଣକ ମଦ ନିଶାରେ ଚୁର ହୋଇ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ପଡ଼ି ରହିଥିଲେ। ଏପରିକି ଯୁବକଜଣକ ବିଳିବିଳେଇ ହେଉଥିବା ବେଳେ ନିଜ ହାତରେ ଧରିଥିବା ଏକ ବ୍ଲେଡରେ ନିଜ ବେକକୁ କାଟିବାକୁ ଲାଗିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଜଣକ ପଡ଼ି ରହିଥିବା ବେଳେ ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକଜଣକ ତାଙ୍କୁ ଉଦ୍ଧାର କରିବାକୁ ବାରଣ କରିବା ସହ ଯିଏ ଚେଷ୍ଟା କରିବ ତାକୁ ବି ରକ୍ତାକ୍ତ କରିଦେବେ ବୋଲି ଧମକ ଦେଲେ।

ଏହା ଶୁଣି ଲୋକେ ଭୟଭୀତ ହୋଇ ଯାଇଥିବା ବେଳେ ସମ୍ପୃକ୍ତ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଯୁବକଙ୍କ  ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କ ପରିଚୟ ଜଣାପଡ଼ିନି।

Related story