କୋଭିଡ୍‌ ହସ୍ପିଟାଲ୍‌ରେ ଯୁବକଙ୍କ ମୃତ୍ୟୁ, ରିପୋର୍ଟ ଆସିଲେ ଶବ ସତ୍କାର

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଭବାନୀପାଟଣା କୋଭିଡ୍‌ ହସ୍ପିଟାଲ୍‌ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ତେବେ ରକ୍ତ ଓ ସ୍ୱାବ୍‌ ଚେଷ୍ଟ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଗତ ୨୧ ତାରିଖରେ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିବା ଜଣେ ୩୫ ବର୍ଷୀୟ ଯୁବକ ଓଡ଼ିଶା ଆସିଥିଲେ। ସେ ଜୁନାଗଡ଼ ବ୍ଲକ  ହାବସପୁର ସଙ୍ଗରୋଧ କେନ୍ଦ୍ରରେ […]

dharmagardh

Manoranjan Sial
  • Published: Monday, 25 May 2020
  • , Updated: 25 May 2020, 07:02 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଭବାନୀପାଟଣା କୋଭିଡ୍‌ ହସ୍ପିଟାଲ୍‌ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ତେବେ ରକ୍ତ ଓ ସ୍ୱାବ୍‌ ଚେଷ୍ଟ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଗତ ୨୧ ତାରିଖରେ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିବା ଜଣେ ୩୫ ବର୍ଷୀୟ ଯୁବକ ଓଡ଼ିଶା ଆସିଥିଲେ। ସେ ଜୁନାଗଡ଼ ବ୍ଲକ  ହାବସପୁର ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ତେବେ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ଭବାନୀପାଟଣା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି। ସେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ। ତେବେ ରକ୍ତ ଓ ସ୍ୱାବ ଟେଷ୍ଟ ରିପୋର୍ଟ ଆସିଲେ, ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଭବାନୀପାଟଣା ସିଡିଏମ୍‌ଓ ଜଗୁ ଅଗ୍ରୱାଲ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତଦେହ କୋଭିଡ୍‌ ହସ୍ପିଟାଲ୍‌ରେ ରଖାଯାଇଛି। ‘କରୋନା’ ଟେଷ୍ଟ ରିପୋର୍ଟ ଆସିବା ପରେ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

Related story