କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ସବୁ ଦିନ ପାଇଁ ଚାଲିଗଲା ଆମ ରୋଜଗାରିଆ ପୁଅ

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର): ସରକାରୀ ସହାୟତା ଅପେକ୍ଷାରେ ଗଞ୍ଜାମ ପୋଲସରା ବ୍ଲକ ବୁଢାପଙ୍କା ସଙ୍ଗରୋଧ କେନ୍ଦ୍ରରେ ଥାଇ ପ୍ରାଣ ହରାଇଥିବା ପ୍ରଫୁଲଙ୍କ ବେହେରାଙ୍କ ପରିବାର ଲୋକେ। ଗତ ୬ ତାରିଖରେ ଅନ୍ୟ ୬୯ ଜଣଙ୍କ ସହ ସୁରତରୁ ଫେରି ପୋଲସରା ବ୍ଲକ୍ ମଧୁପାଲି ଗାଁର ପ୍ରଫୁଲ କ୍ୱାରେଣ୍ଟାଇନ୍‌ରେ ଥିଲେ। ତେବେ ସେହିଠାରେ ହିଁ ତାଙ୍କର ଅଚାନକ ଦେହାନ୍ତ ହୋଇଥିଲା। ଘରେ ପ୍ରଫୁଲଙ୍କର ୪ ଝିଅ, ବିଧବା ସ୍ତ୍ରୀ ଓ ବୁଢୀ ମା। ଏଭଳି ସ୍ଥିତିରେ ଘରର ଏକମାତ୍ର ରୋଜଗାରିଆ […]

death-2-1

Tapas Behera
  • Published: Sunday, 10 May 2020
  • , Updated: 10 May 2020, 09:11 PM IST

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର): ସରକାରୀ ସହାୟତା ଅପେକ୍ଷାରେ ଗଞ୍ଜାମ ପୋଲସରା ବ୍ଲକ ବୁଢାପଙ୍କା ସଙ୍ଗରୋଧ କେନ୍ଦ୍ରରେ ଥାଇ ପ୍ରାଣ ହରାଇଥିବା ପ୍ରଫୁଲଙ୍କ ବେହେରାଙ୍କ ପରିବାର ଲୋକେ। ଗତ ୬ ତାରିଖରେ ଅନ୍ୟ ୬୯ ଜଣଙ୍କ ସହ ସୁରତରୁ ଫେରି ପୋଲସରା ବ୍ଲକ୍ ମଧୁପାଲି ଗାଁର ପ୍ରଫୁଲ କ୍ୱାରେଣ୍ଟାଇନ୍‌ରେ ଥିଲେ। ତେବେ ସେହିଠାରେ ହିଁ ତାଙ୍କର ଅଚାନକ ଦେହାନ୍ତ ହୋଇଥିଲା।

ଘରେ ପ୍ରଫୁଲଙ୍କର ୪ ଝିଅ, ବିଧବା ସ୍ତ୍ରୀ ଓ ବୁଢୀ ମା। ଏଭଳି ସ୍ଥିତିରେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ପ୍ରାଣ ହରାଇବା ପରେ ବେସାହାରା ହୋଇଯାଇଛି ତାଙ୍କ ପରିବାର। ସରକାରୀ ସହାୟତା ବିନା ୪ ଝିଅଙ୍କ ଭବିଷ୍ୟତ ଏବଂ ପରିବାର ଆର୍ଥିକ ଅବସ୍ଥା ଦୁର୍ବିସହ ହୋଇଯିବ ବୋଲି କହିଛନ୍ତି।

ତାଙ୍କ ପତ୍ନୀ ଓ କୁନି ଝିଅ ଏପଟେ ତାଙ୍କ ପରିବାରକୁ ସରକାରୀ ସହୟତା ନେଇ ଉଦ୍ୟମ କରିବେ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ।

Related story