ଦୁଇ ଥାନାର ଲୁଚକାଳି ଖେଳ ପାଇଁ ମେଡିକାଲ୍‌ରେ ପଡ଼ିଛି ମୃତଦେହ!

କାମାକ୍ଷାନଗର (ବିଦ୍ୟାଧର ବରାଳ): କିଏ ସତ କହୁଛି? ମେଡିକାଲ୍‌ ଅଧିକାରୀ ନା ଦୁଇ ଥାନାର ପୁଲିସ୍‌! ଗୁରୁବାର ପୂର୍ବାହ୍ନ ୧୦.୪୫ ମିନିଟ୍‌ରେ ଜଣଙ୍କ ମୃତ୍ୟୁ ନେଇ କାମାକ୍ଷାନଗର ଥାନାକୁ ସୂଚନା ଦିଆଯାଇଥିବା ମେଡ଼ିକାଲ୍‌ ଅଧିକାରୀ କହୁଛନ୍ତି। ହେଲେ ପରଜଙ୍ଗ ଥାନା ପୁଲିସ୍‌ କହୁଛି, ଆମ ପାଖରେ ପୂର୍ବାହ୍ନ ସାଢ଼େ ୨ଟାରେ ପହଞ୍ଚିଲା ଖବର। ତାହାହେଲେ ପୂର୍ବାହ୍ନ ୧୦.୪୫ ମିନିଟ୍‌ରୁ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ କ’ଣ କରୁଥିଲା କାମାକ୍ଷାନଗର ଥାନା ପୁଲିସ୍‌? ଏହାର ଉତ୍ତର ପୁଲିସ୍‌ ପାଖରେ […]

Kamakhayanager

Kamakhayanager

Manoranjan Sial
  • Published: Thursday, 11 August 2022
  • Updated: 11 August 2022, 09:51 PM IST

Sports

Latest News

କାମାକ୍ଷାନଗର (ବିଦ୍ୟାଧର ବରାଳ): କିଏ ସତ କହୁଛି? ମେଡିକାଲ୍‌ ଅଧିକାରୀ ନା ଦୁଇ ଥାନାର ପୁଲିସ୍‌! ଗୁରୁବାର ପୂର୍ବାହ୍ନ ୧୦.୪୫ ମିନିଟ୍‌ରେ ଜଣଙ୍କ ମୃତ୍ୟୁ ନେଇ କାମାକ୍ଷାନଗର ଥାନାକୁ ସୂଚନା ଦିଆଯାଇଥିବା ମେଡ଼ିକାଲ୍‌ ଅଧିକାରୀ କହୁଛନ୍ତି। ହେଲେ ପରଜଙ୍ଗ ଥାନା ପୁଲିସ୍‌ କହୁଛି, ଆମ ପାଖରେ ପୂର୍ବାହ୍ନ ସାଢ଼େ ୨ଟାରେ ପହଞ୍ଚିଲା ଖବର। ତାହାହେଲେ ପୂର୍ବାହ୍ନ ୧୦.୪୫ ମିନିଟ୍‌ରୁ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ କ’ଣ କରୁଥିଲା କାମାକ୍ଷାନଗର ଥାନା ପୁଲିସ୍‌? ଏହାର ଉତ୍ତର ପୁଲିସ୍‌ ପାଖରେ ଥିବ! ହେଲେ ଦୁଇ ଥାନାର ଲୁଚକାଳି ଖେଳ ଭିତରେ ଛନ୍ଦି ହୋପଡ଼ିଛନ୍ତି ହୀରା ବେହେରା। ସ୍ୱାମୀଙ୍କ ଶବ ବ୍ୟବଚ୍ଛେଦ ହୋଇପାରୁନଥିବାରୁ ସକାଳରୁ ରାତି ପର୍ଯ୍ୟନ୍ତ ଜଗି ବସିଛନ୍ତି।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ୍‌ ଫାଣ୍ଡି ଅନ୍ତର୍ଗତ ତୋରଡାନାଳୀ ଗାଁର କୃଷ୍ଣ ବେହେରା ପାଖ ନାଳକୁ ମାଛ ଧରିବାକୁ ଯାଇଥିଲେ। ସେହି ସମୟରେ ତାଙ୍କୁ ସର୍ପ ଦଂଶନ କରିଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ କୃଷ୍ଣଙ୍କ ମୃତ୍ୟୁ ନେଇ ଗୁରୁବାର ପୂର୍ବାହ୍ନ ୧୦.୪୫ ମିନିଟ୍‌ରେ କାମାକ୍ଷାନଗର ଥାନାକୁ ଖବର ଦିଆ ଯାଇଥିଲା।

କାମାକ୍ଷାନଗର ଥାନା ପୁଲିସ୍‌ ଅପରାହ୍ନ ପ୍ରାୟ ଦୁଇଟାରୁ ଅଢ଼େଇଟା ଖବର ଦେଇଥିବା ପରଜଙ୍ଗ ଥାନା ପୁଲିସ୍‌ କହୁଛି। ଥାନାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଅଳ୍ପ ସମୟ ଭିତରେ କାମାକ୍ଷାନଗର ମେଡ଼ିକାଲ୍‌ରେ ପହଞ୍ଚି ହେବ ନାହିଁ। ତେଣୁ ଆସନ୍ତାକାଲି ଯିବୁ ବୋଲି ପୁଲିସ୍‌ କହିଛି। ଯେଉଁଥିପାଇଁ ମେଡିକାଲ୍‌ ବାରଣ୍ଡାରେ ପଡ଼ିଛି ସର୍ପ ଦଂଶନରେ ମୃତ ଯୁବକଙ୍କ ମୃତଦେହ। ଆଉ ମୃତଦେହ ପାଖରେ ଜଗି ରହିଛନ୍ତି ମୃତକଙ୍କ ସ୍ତ୍ରୀ ହୀରା ବେହେରା। ସେ କାଖରେ ଛୋଟ ପିଲାକୁ ଧରି ସ୍ୱାମୀଙ୍କ ମୃତଦେହ ଚାରି ପାର୍ଶ୍ୱରେ ଘୂରି ବୁଲୁଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ମୃତଦେହ ବ୍ୟବଚ୍ଛେଦ କାହିଁକି ହୋଇପାରିଲା ନାହିଁ? ଏଠି ଦୋଷ କାହାର? ମେଡ଼ିକାଲ କର୍ତ୍ତୃପକ୍ଷ କହୁଛନ୍ତି, ଆମେ ଆମର କାମ ଠିକ୍‌ ଭାବରେ କରିଛୁ। ଲୋକଲ ପୋଲିସକୁ ଖବର ଦେଇଛୁ। ସେପଟେ ଏ ନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos