ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ତାରପୁର ନିକଟରେ ମହାନଦୀକୁ ଜଣେ ଯୁବକ ଡେଇଁ ନିଖୋଜ ହୋଇଯାଇଛନ୍ତି। ଆଜି ସକାଳେ ପୋଲ ଉପରରୁ ଉକ୍ତ ଯୁବକ ଜଣକ ନଦୀକୁ ଡେଇଁ ପଡ଼ିଥିବା ଜଣେ ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି। ରଘୁନାଥପୁର ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି କରୁଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଜି ସକାଳେ ଜଣେ ଯୁବକ ସାଇକେଲରେ ଆସିଥିଲେ। ସାଇକେଲକୁ ପୋଲ ଉପରେ ରଖି ନଈକୁ ଡେଇଁ ପଡ଼ିଥିଲେ। ସେ ବାଇକ୍ରେ ଯାଉଥିବା ବେଳେ ଜଣେ ଯୁବକ ପୋଲ ଉପରକୁ ନଦୀକୁ ଡେଉଁଥିବା ଗାଡ଼ିର ମିରର୍ରେ ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ପୁଲିସ୍କୁ ଜଣାଇଥିଲେ।