ଯୁବକଙ୍କୁ ଆକ୍ରମଣ, ଫୁସ୍‌ଫୁସ୍‌ରେ ଗଳି ଯାଇଛି ଛୁରୀ

ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ସହର ସ୍ଥିତ ବାଲୁବଜାର ଅଞ୍ଚଳରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସେକ୍‌ ସର୍‌ଫରାଜ୍‌। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରାମାଡ଼ ହୋଇଥିବା ଜଣାପଡ଼ିଛି।

ସେକ୍‌ଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଫୁସ୍‌ଫୁସ୍‌ରେ ଛୁରୀ ବାଜିଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଡାକ୍ତର ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

ସୂଚନା ଅନୁସାରେ, ସହରରେ ଆଖଡ଼ା ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ସେକ୍‌ ବାଲୁକା ବଜାର ଆଖଡ଼ା ଦଳ ସହିତ ଯାଉଥିଲେ। ତେବେ ତାଙ୍କ ସହ ଶତ୍ରୁତା ରଖିଥିବା କିଛି ଯୁବକ ପୂର୍ବରୁ ବାଲୁକା ବଜାର ଅଞ୍ଚଳରେ ଛକି ରହିଥିଲେ। ଆଖଡ଼ା ଶୋଭାଯାତ୍ରା ବାଲୁକା ବଜାରରେ ପହଞ୍ଚିବା କ୍ଷଣି ସେମାନେ ସେକ୍‌ଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରଥମେ ମାରପିଟ କରିଥିଲେ। ତା’ପରେ କେହି ଜଣେ ତାଙ୍କୁ ଛୁରା ମାଡ଼ କରିଥିଲା।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ଆଜିଠୁ ଗଡ଼ିଲା ମୋ’ ବସ୍‌

ଆଜିଠୁ ପ୍ରବଳ ବର୍ଷା; ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣଂ

ବାଇକ୍‌ ଆରୋହୀ ଉପରେ ଚଢ଼ିଗଲା ଟ୍ରକ୍‌, ମୃତ୍ୟୁର ଫାଶରେ ଫସିଗଲେ ଡ୍ରାଇଭର

ମନ୍ଦିର ନଖୋଲିଲେ ଟଙ୍କା ଦିଅ, ମାସିକ ପନ୍ଦର ହଜାର ଦାବି  

ସାଂଘାତିକ୍‌ ଅଭିଯୋଗ: ଏମକେସିଜିରେ ମିଳୁନି ଅମ୍ଲଜାନ, ଚାଲିଯାଉଛି କରୋନା ରୋଗୀଙ୍କ ଜୀବନ

ଆଉ ଖେଳିବେନି ରକ୍ତର ହୋଲି, ରକ୍ଷା ବନ୍ଧନରେ ଭଉଣୀକୁ କଥା ଦେଲେ ଭାଇ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ରାକ୍ଷୀରେ ଏକାଠି ଜଳିଲା ଜୁଈ, ବଜ୍ରରେ ଟଳି ପଡ଼ିଲେ ଭାଇ-ଭଉଣୀ

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….

ଚିନ୍ତା ବଢ଼ାଇଲା ବେହେରା ସାହି; କାଲି ୨୨, ଆଜି ୫୭ କରୋନା ଆକ୍ରାନ୍ତ ଚିହ୍ନଟ

ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ଦାଏର ହେଲା ମାମଲା

‘ରାଜଧାନୀବାସୀଙ୍କର ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି’