ଜଳି ଜଳି ଖାଣ୍ଟି ସୁନା ହୋଇଛନ୍ତି ସୁନାପୁଅ, ଏବେ ଏସ୍‌ସିବିରେ ଚମକିବେ

କଟକ(ଓଡ଼ିଶା ରିପୋର୍ଟର): ଜଣେ ଅଭାବୀ ବାପାର ଏ ଦୁଇ ଆଖି ଦେଖିଥିବା ଅସୁମାରୀ ସ୍ୱପ୍ନ, ସତେ ଯେମିତି ଆଜି ସତ ହେବାକୁ ବାଧ୍ୟ ହୋଇଛି। ବସ୍ତିରୁ ବଡ଼ ମେଡିକାଲ । କଟକ ବାଲିକୁଦାର ଡାକ୍ତରୀ ଛାତ୍ର ଦୀପକ ସାମଲଙ୍କ ଅନଟନର ଯାତ୍ରା ଏତେ ଅବର୍ଣ୍ଣନୀୟ ଯେ, କୌଣସି ସିନେମାର କାହାଣୀଠୁ ବି କମ୍ ନୁହେଁ । ପାଦରେ ଛିଣ୍ଡା ଚପଲ ହେଉ କି ଦଦରା ସାଇକେଲ, ସତେ ଯେମିତି ତାଙ୍କ ସଫଳତା ପଛର ଜଣେ ଜଣେ କଥା […]

7nb

7nb

Tapas Behera
  • Published: Tuesday, 19 January 2021
  • Updated: 19 January 2021, 10:15 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଜଣେ ଅଭାବୀ ବାପାର ଏ ଦୁଇ ଆଖି ଦେଖିଥିବା ଅସୁମାରୀ ସ୍ୱପ୍ନ, ସତେ ଯେମିତି ଆଜି ସତ ହେବାକୁ ବାଧ୍ୟ ହୋଇଛି। ବସ୍ତିରୁ ବଡ଼ ମେଡିକାଲ । କଟକ ବାଲିକୁଦାର ଡାକ୍ତରୀ ଛାତ୍ର ଦୀପକ ସାମଲଙ୍କ ଅନଟନର ଯାତ୍ରା ଏତେ ଅବର୍ଣ୍ଣନୀୟ ଯେ, କୌଣସି ସିନେମାର କାହାଣୀଠୁ ବି କମ୍ ନୁହେଁ । ପାଦରେ ଛିଣ୍ଡା ଚପଲ ହେଉ କି ଦଦରା ସାଇକେଲ, ସତେ ଯେମିତି ତାଙ୍କ ସଫଳତା ପଛର ଜଣେ ଜଣେ କଥା କୁହା ସାଥୀ । ଦିନ ମଜୁରିଆ ଅବିନାଶ ସାମଲଙ୍କ ଇଏ ସେହି ଡାକ୍ତରୀ ପଢୁଆ ମେଧାବୀ ପୁଅ, ଯିଏ ଜନ୍ମରୁ ଗରିବୀ ସହ ଜୁଝୁଥିଲେ ବି ବାଟରେ କେବେ ବି ବିଚ୍ୟୁତ ହୋଇନି । ଓଡ଼ିଶାରୁ ୧୧୪୯ ରାଙ୍କ ରଖି ପ୍ରଥମ ଚାନ୍ସରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଏସସିବି ମେଡିକାଲ କଲେଜରେ ଏମବିବିଏସ୍ ପଢୁଛନ୍ତି ଦୀପକ। ତେବେ ଯେଉଁଠି ବାପା ମଜୁରୀ ଖଟିବାକୁ ଗଲେ ପରିବାରରେ ଚାରି ପ୍ରାଣୀ କୁଟୁମ୍ବଙ୍କ ପେଟ ଭରେ, ସେଠି କେମିତି ବା ଡାକ୍ତରୀ ପଢ଼ାର ସାଜ ସରଞ୍ଜାମ କିଣିବାକୁ ଭରସିକି କହି ପାରିବେ । ହେଲେ କଷ୍ଟ ଯେତେ ଆସୁନା କାହିଁକି, ସ୍ୱପ୍ନ ସାକାର ହେବ ହିଁ ହେବ ଏ ସାହାସର ରଜ୍ଜୁରେ ବନ୍ଧା ଉଭୟ ଦୀପକ ଓ ବାପା ଅବିନାଶ।

ତେବେ ଦୀପକଙ୍କୁ ମେଧାବୀ କରାଇବାରେ ଯାହାଙ୍କର ନିରବଛିନ୍ନ ପ୍ରୟାସ, ଦୀପକଙ୍କୁ ଡାକ୍ତର କରାଇବା ପଛରେ ଯାହାଙ୍କ ଅଜସ୍ର ଆଶିର୍ବାଦ ସେ ଯେ ମାଆ ରଞ୍ଜୁଲତା ଏକଥା ବୁଝିବାକୁ ଜମାରୁ ବାକି ନାହିଁ । ପୁଅର ପାଠ ପଢ଼ା ପାଇଁ ସିଏ ଦୁଇ ଝିଅଙ୍କ ପାଠରେ ଅଧାରୁ ଡୋରି ବାନ୍ଧିବାକୁ ବାଧ୍ୟ ହୋଇଛନ୍ତି, ଅନେକ ରାତି ଅଧା ପେଟରେ ବି ଶୋଇଛନ୍ତି । ସାହୁକାରଠୁ ଋଣ ଆଣି ପୁଅକୁ ମେଡିକାଲ ପଢିବାକୁ ନାଁ ଲେଖାଇବାକୁ ବି ଦେଇଛନ୍ତି । ତେବେ ସବୁଦିନ ଭଳି ଖଣ୍ଡେ ଆଳୁ ସିଝା ସହ ମୁଠାଏ ପଖାଳ ନିଜ ହାତରେ ଖୁଆଇ ଦେଉ ଦେଉ ପୁଅକୁ ଯେଉଁ ମଣିଷ ପଣିଆର ପାଠ ପଢ଼ାଉଛନ୍ତି ସେ କଥା କେବଳ ତାଙ୍କ ମୁହଁରୁ ଶୁଣିଲେ ହିଁ ବିଶ୍ୱାସ ବଢ଼ିବ, ସମାଜକୁ ନୂଆ ଦିଶା ଦେବ।

ଆର୍ଥିକ ଅନଟନର ଅଡୁଆ ଜାଲକୁ ଛିଡ଼ାଇ ବସ୍ତିରୁ ବଡ଼ ମେଡିକାଲ ପଢ଼ିବାକୁ ଯାଉଥିବା ଦୀପକ ପିଲାଟିବେଳୁ ମେଧାବୀ । ମାଟ୍ରିକ୍‌ରେ ୯୩ ପ୍ରତିଶତ ଆଉ ଯୁକ୍ତ ଦୁଇ ବିଜ୍ଞାନରେ ୮୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ସାଙ୍ଗକୁ ପ୍ରଥମ ଚାନ୍ସରେ ନିଟ୍ କ୍ୱାଲିଫାଏ । ଜଣେ ଭଲ ଡାକ୍ତର ହୋଇ ତାଙ୍କ ଭଳି ଗରିବଙ୍କ ସେବା କରିବାର ପଣ କରିଥିବା ଦୀପକ ଯେ ଅନ୍ୟ ଛାତ୍ରମାନଙ୍କ ପାଇଁ ଜଣେ ଅବିରତ ଜଳୁଥିବା ଦୀପ ସଦୃଶ । ଏକଥାକୁ ଠିକ୍ ବୁଢିଛନ୍ତି ତାଙ୍କ ପଡ଼ୋଶୀ, ସହପାଠୀ ଓ ଶିକ୍ଷକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos