ସୋନ ନଦୀ ବ୍ରିଜ୍‌ରୁ ଡେଇଁ ପଡ଼ିଲେ ଯୁବକ

ଉଦଳା(ମାନସ ପାଣି): ସୋନ ନଦୀ ବ୍ରିଜ୍‌ ଉପରୁ ଡେଇଁଲେ ଯୁବକ। ଡେଇଁବାର କାରଣ ଜଣାପଡ଼ି ନାହିଁ। ଅନ୍ଧକାର ସତ୍ତ୍ୱେ ଅଗ୍ନିଶମ କର୍ମଚାରୀମାନେ ପାଣିରେ ଖୋଜୁଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ମହୁଲଡିଅ ଗାଁର ବନୁ ସିଂ(୩୧) ଆଜି ଅନ୍ଧ୍ୟା ବେଳେ ସୋନ ବ୍ରିଜ୍‌ରୁ ତଳକୁ ଡେଇଁ ପଡ଼ିଥିଲେ। ସୋନ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲିଥିବାରୁ ବ୍ରିଜ୍‌ ଦେଇ ପ୍ରବଳ ବେଗରେ ପାଣି ପ୍ରବାହିତ ହେଉଛି। ପାଣିର ପ୍ରଖର ସ୍ରୋତରେ ବନୁ ଭାସି ଯାଇଥିବା ଅନୁମାନ କରାଯାଉଛି। […]

Sona

Sona

Manoranjan Sial
  • Published: Monday, 15 August 2022
  • Updated: 15 August 2022, 09:13 PM IST

Sports

Latest News

ଉଦଳା(ମାନସ ପାଣି): ସୋନ ନଦୀ ବ୍ରିଜ୍‌ ଉପରୁ ଡେଇଁଲେ ଯୁବକ। ଡେଇଁବାର କାରଣ ଜଣାପଡ଼ି ନାହିଁ। ଅନ୍ଧକାର ସତ୍ତ୍ୱେ ଅଗ୍ନିଶମ କର୍ମଚାରୀମାନେ ପାଣିରେ ଖୋଜୁଛନ୍ତି।

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ମହୁଲଡିଅ ଗାଁର ବନୁ ସିଂ(୩୧) ଆଜି ଅନ୍ଧ୍ୟା ବେଳେ ସୋନ ବ୍ରିଜ୍‌ରୁ ତଳକୁ ଡେଇଁ ପଡ଼ିଥିଲେ। ସୋନ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲିଥିବାରୁ ବ୍ରିଜ୍‌ ଦେଇ ପ୍ରବଳ ବେଗରେ ପାଣି ପ୍ରବାହିତ ହେଉଛି। ପାଣିର ପ୍ରଖର ସ୍ରୋତରେ ବନୁ ଭାସି ଯାଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନି। ମେଘୁଆ ଅନ୍ଧାର ରାତିରେ ଖୋଜିବା ଅଗିଶମ କର୍ମଚାରୀଙ୍କ ପକ୍ଷେ ସମ୍ଭବ ହୋଇନାହି। ତଥାପି ଅଗ୍ନିଶମ କର୍ମଚାରୀମାନେ ଖାନ୍‌ତଲାସି ଅଭିଯାନ ଚଳାଇଛନ୍ତି। କିନ୍ତୁ ତାଙ୍କର ପତ୍ତା ମିଳିପାରି ନାହିଁ।

ଯୁବକ ଜଣକ କଣ ପାଇଁ ପାଣିକୁ ଡେଇଁ, ସେ ନେଇ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos