କଲେଜ ଛାତ୍ରୀଙ୍କୁ ରାସ୍ତାରେ ଅସଦାଚରଣ! ଥାନାରେ ଉତ୍ତେଜନା

ବୀରମିତ୍ରପୁର(ରାକେଶ ସାହୁ): କଲେଜରେ ଛାଡ଼ି ଦେବାକୁ କହି ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରୁ ଆସିଛି। ଏହାକୁ ନେଇ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଅସଦାଚରଣ କରିଥିବା ଯୁବକକୁ ହସ୍ତାନ୍ତର କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ଛାତ୍ରୀ ଆଜି କଲେଜ ଯାଉଥିଲେ। ତେବେ ରାସ୍ତାରେ ସେ ତାଙ୍କ ସାଙ୍ଗ ସହିତ କଥା ହେଉଥିଲେ। ଛାତ୍ରୀଙ୍କ ସାହିର […]

crime

Manoranjan Sial
  • Published: Thursday, 04 March 2021
  • , Updated: 04 March 2021, 06:40 PM IST

ବୀରମିତ୍ରପୁର(ରାକେଶ ସାହୁ): କଲେଜରେ ଛାଡ଼ି ଦେବାକୁ କହି ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରୁ ଆସିଛି। ଏହାକୁ ନେଇ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଅସଦାଚରଣ କରିଥିବା ଯୁବକକୁ ହସ୍ତାନ୍ତର କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ଛାତ୍ରୀ ଆଜି କଲେଜ ଯାଉଥିଲେ। ତେବେ ରାସ୍ତାରେ ସେ ତାଙ୍କ ସାଙ୍ଗ ସହିତ କଥା ହେଉଥିଲେ। ଛାତ୍ରୀଙ୍କ ସାହିର ଜଣେ ଯୁବକ ତାଙ୍କୁ ବିରୋଧ କରିଥିଲେ। ପରେ କଲେଜରେ ଛାଡ଼ି ଦେବ କହି ସାଙ୍ଗରେ ନେଇଯାଇଥିଲେ। ଯୁବକ ଜଣକ ଛାତ୍ରୀଙ୍କୁ କଲେଜରେ ଛାଡ଼ିବା ପରିବର୍ତ୍ତେ ରାସ୍ତାରେ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଭୟଭୀତ ହୋଇ ଛାତ୍ରୀ ଜଣକ ଘରକୁ ଫେରିଆସିଥିଲେ। ପରିବାର ଲୋକଙ୍କୁ ପୂରା ଘଟଣା କହିଥିଲେ। ଝିଅଠାରୁ ସବୁ କଥା ଶୁଣିବା ପରେ ପରିବାର ଓ ସାହି ପଡ଼ିଶାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ସେପଟେ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିଥିବା ଯୁବକ ଜଣ ଥାନାକୁ ପଳାଇ ଆସିଥିଲା। ଏ ସମ୍ପର୍କରେ ଛାତ୍ରୀଙ୍କ ପରିବାର ଓ ସାହି ପଡ଼ିଶା ଜାଣିପାରି ଥାନାରେ ପହଞ୍ଚି ଥିଲେ। ଯୁବକଙ୍କୁ ହସ୍ତାନ୍ତର କରିବାକୁ ପୁଲିସକୁ କହିଥିଲେ। ମାତ୍ର ପୁଲିସ ଅଭିଯୁକ୍ତ ଯୁବକଙ୍କୁ ନଫେରାଇବାରୁ ଥାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଲିସ ମାମଲା ରୁଜୁ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିବା ଜଣାପଡ଼ିଛି।

Related story