ବାରିପଦା(ମାଣିକଲାଲ ପାଣି): ଛେଳି ଚୋର ଭାବି ଜଣେ ଯୁବକକୁ ପିଟି ପିଟି ମାରିଦେଲେ। ଏପରି ଅଭିଯୋଗ ବାରିପଦା ଟାଉନ୍ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗରୁ ପ୍ରକାଶ, ପାଲବଣୀ ୨୫ ନମ୍ବର ଓ୍ଵାର୍ଡର ଚଞ୍ଛା ଗାଁରୁ ଜଣଙ୍କ ଘରୁ ଛେଳି ଚୋରି ହୋଇଥିଲା। ଏହି ଘଟଣାରେ ରବି କାଳନ୍ଦୀଙ୍କ ହାତ ଥିବା ଗାଁ ଲୋକଙ୍କର ସନ୍ଦେହ ହେଉଥିଲା। ଆଜି ଅପରାହ୍ନରେ ଗାଁର କେତେକ ବ୍ୟକ୍ତି ରବି କାଳନ୍ଦୀଙ୍କୁ ଘରୁ ଡାକି ନେଇଯାଇଥିଲେ। ତାଙ୍କୁ ଗାଁ ନିକଟରେ ଥିବା ସଡ଼କ ଉପରେ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।