ଟଙ୍କା କେଇଟା ପାଇଁ ସାଙ୍ଗର ଗଳା କାଟିଲା ସାଙ୍ଗ

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଟଙ୍କା କେଇଟା ପାଇଁ ସାଙ୍ଗର ଗଳାକାଟି ହତ୍ୟା କଲା ସାଙ୍ଗ। ପରେ ମୃତଦେହକୁ ନାଳରେ ପକାଇ ତା’ଉପରେ ପଥର ଥୋଇଦେଇଥିଲା। ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳରେ ଘଟିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହିତ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିଛି। ଗତ ୪ ତାରିଖରେ ଗେନ୍ତେଇ ସାହିର ଧନେଶ୍ୱର ଗୁଇୟା ଅଜବେଷ୍ଟସ କିଣିବା ପାଇଁ ୩୦ […]

Baripada-Murder

Manoranjan Sial
  • Published: Sunday, 17 April 2022
  • , Updated: 17 April 2022, 05:09 PM IST

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଟଙ୍କା କେଇଟା ପାଇଁ ସାଙ୍ଗର ଗଳାକାଟି ହତ୍ୟା କଲା ସାଙ୍ଗ। ପରେ ମୃତଦେହକୁ ନାଳରେ ପକାଇ ତା’ଉପରେ ପଥର ଥୋଇଦେଇଥିଲା। ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳରେ ଘଟିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହିତ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିଛି।

ଗତ ୪ ତାରିଖରେ ଗେନ୍ତେଇ ସାହିର ଧନେଶ୍ୱର ଗୁଇୟା ଅଜବେଷ୍ଟସ କିଣିବା ପାଇଁ ୩୦ ହଜାର ଟଙ୍କା ଧରି ପୀତାମ୍ବର ବେହେରାଙ୍କ ବାଇକରେ ଭଞ୍ଜକିଆ ବଜାରକୁ ଯାଇଥିଲେ। ତେବେ ଗେନ୍ତେଇସାହି ଓ ଭଞ୍ଜକିଆ ରାସ୍ତାର ଝାଡ଼ବେଡା ଗାଁ ନିକଟ ସଙ୍ଗାତମରା ନାଳ ପାଖରେ ଉଭୟ ଅଟକି ଥିଲେ। ସେଠାରେ ଧନେଶ୍ୱରଙ୍କ ତଣ୍ଟି କାଟି ହତ୍ୟା କରିଥିଲେ ପୀତାମ୍ୱର! ପରେ ନାଳରେ ମୃତଦେହ ପକାଇ ଦେଇଥିଲା। ଆଉ ମୃତଦେହ ଉପରେ ଏକ ବଡ଼ ପଥର ରଖିଦେଇ ଥିଲା। ତା’ପରେ ଧନେଶ୍ୱର ପାଖରେ ଥିବା ଟଙ୍କା ଧରି ଭଞ୍ଜକିଆ ବଜାରକୁ ଯାଇଥିଲା। ଧନେଶ୍ୱରଠାରୁ ଲୁଟିଥିବା ଟଙ୍କାରେ ନିଜ ବାଇକ୍‌ ମରାମତି କରି ସୁନା ପିଲାଟିଏ ପରି ଘରକୁ ପଳାଇ ଆସିଥିଲା ପୀତାମ୍ୱର।

ସେପଟେ କିନ୍ତୁ ଧନେଶ୍ୱର ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। ତାଙ୍କୁ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇନଥିଲେ। ଧନେଶ୍ୱରଙ୍କୁ ନପାଇ ତାଙ୍କ ପତ୍ନୀ ଗତ ୬ ତାରିଖରେ ଏନେଇ ଯଶୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଧନେଶ୍ୱରଙ୍କ ପତ୍ତା ପାଉନଥିଲା ପୁଲିସ୍‌। ତେବେ ୧୪ ତାରିଖ ରାତିରେ ପୁଲିସ୍‌ ସଙ୍ଗାତମରା ନାଳରୁ ଗୋଟିଏ ଗଳିତ ମୃତଦେହ ଜବତ କରିଥିଲା। କିନ୍ତୁ ମୃତଦେହର ପରିଚୟ ଜାଣିପାରିନଥିଲା। ସନ୍ଦେହରେ ପୁଲିସ ଏନେଇ ଧନେଶ୍ୱରଙ୍କ ପତ୍ନୀଙ୍କୁ ଖବର ଦେଇଥିଲା। ଧନେଶ୍ୱରଙ୍କ ପତ୍ନୀ ମୃତଦେହ ଚିହ୍ନିଥିଲା। ଏହା ପରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଥିଲା ପୁଲିସ୍‌।

ଧନେଶ୍ୱରଙ୍କ ମୃତ୍ୟୁ ରହସ୍ୟ ଖୋଜିବାକୁ ଯାଇ ପୁଲିସ୍‌ ଫ୍ଲାସ୍‌ବେକ୍‌କୁ ଯାଇଥିଲା। ୪ ତାରିଖରେ ଧନେଶ୍ୱର କାହା ସହିତ ବଜାର ଯାଇଥିଲେ? କେତେବେଳେ ଯାଇଥିଲେ? କଣ ପାଇଁ ଯାଇଥିଲେ? ଏମିତି ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ପୁଲିସର ସନ୍ଦେହୀ ଆଖି ସାଥୀ ପୀତାମ୍ୱରଙ୍କ ଉପରକୁ ଯାଇଥିଲା। ଏହା ପରେ ପୁଲିସ୍‌ ପୀତାମ୍ୱରକୁ ଅଟକ ରଖି ଘନଘନ ଜେରା କରିଥିଲା। ଜେରା ବେଳେ ପୀତାମ୍ୱର ହତ୍ୟା କରିଥିବା ସ୍ୱୀକାର କରିଛି।

ଧନେଶ୍ୱରଙ୍କୁ ହତ୍ୟା ପରେ ସବୁ ଟଙ୍କା ଲୁଟି ନେଇଥିଲା ପୀତାମ୍ୱର। ସେହି ଟଙ୍କାରେ ପୀତାମ୍ୱର ଋଣ ଟଙ୍କା ଦେବା ସହିତ ବାଇକ୍‌ ମରାମତି କରିଥିବା ପୁଲିସ୍‌ କହିଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ, ମୋବାଇଲ, ମନିପର୍ସ ଓ ଗୋଟିଏ ବାଇକ ପୁଲିସ ଜବତ କରିଛି। ଆଜି ଅଭିଯୁକ୍ତକୁ ପୁଲିସ୍‌ କୋର୍ଟ ଚାଲାଣ କରିଛି।

Related story