ବିଦ୍ୟାର ମନ୍ଦିରରେ ଯୁବକଙ୍କୁ ହତ୍ୟା!

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ବିଦ୍ୟାର ମନ୍ଦିର ସ୍କୁଲ ଭିତରୁ ମିଳିଲା ମୃତଦେହ। ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରି ନାହିଁ। ବାସକୁସନ ବେପାରୀ ଅନୁଗୋଳ ଜିଲ୍ଲା କନ୍ଧଳ ଗାଁର ରାଜୁ ଜାନି ଗତକାଲି ସଞ୍ଜବେଳେ ଚାରମାଳ ଥାନା ଚାଟୁଣୀ ପ୍ରାଥମିକ ସ୍କୁଲରେ ଆଶ୍ରୟ ନେଇଥିଲେ। ଆଜି […]

murder

Manoranjan Sial
  • Published: Saturday, 25 January 2020
  • , Updated: 25 January 2020, 05:13 PM IST

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ବିଦ୍ୟାର ମନ୍ଦିର ସ୍କୁଲ ଭିତରୁ ମିଳିଲା ମୃତଦେହ। ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରି ନାହିଁ।

ବାସକୁସନ ବେପାରୀ ଅନୁଗୋଳ ଜିଲ୍ଲା କନ୍ଧଳ ଗାଁର ରାଜୁ ଜାନି ଗତକାଲି ସଞ୍ଜବେଳେ ଚାରମାଳ ଥାନା ଚାଟୁଣୀ ପ୍ରାଥମିକ ସ୍କୁଲରେ ଆଶ୍ରୟ ନେଇଥିଲେ। ଆଜି ସକାଳେ ତାଙ୍କ ମୃତଦେହ ସ୍କୁଲ ପରିସରରେ ପଡ଼ିଥିଲା। ଏହା ଦେଖି ସ୍କୁଲର ପ୍ରଧାନ ଶିକ୍ଷକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତଦେହ ନିକଟରୁ ସାଇକେଲ୍ ଓ ବାସନକୁସନ୍ ପଡ଼ିଥିବାରୁ ରାଜୁ ଜଣେ ବାସକୁସନ ବେପାରୀ ବୋଲି ଜଣାପଡ଼ିଛି। ଲୁଟ୍‌ ଉଦ୍ଦେଶ୍ୟରେ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରୁଛି।

Related story