କାତାର ରାସ୍ତାରେ କଟୁଛି ଜୀବନ, ଫେରାଇ ଆଣିବାକୁ ଆକୁଳ ନିବେଦନ କଲେ ଯୁବକ

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଗାଁରୁ ଗୋଡ଼ କାଢ଼ି ସାତ ସମୁଦ୍ର ପାର ହୋଇ ସୁଦୂର କାତାର ଯାଇଥିଲେ। ମନରେ ଆଶା ଥିଲା, ଭଲ ଦି ପଇସା ରୋଜଗାର କଲେ ପରିବାର ମୁହଁରେ ଭଲରେ ଦାନା ମୁଠେ ଦେଇପାରିବେ। ସୁଖଦୁଃଖରେ ବାପାମା’ଙ୍କ ସାହାରା ପାଲଟିବେ। ହେଲେ ପରିବାରର ସାହାରା ପାଲଟିବାକୁ ଆଶା କରିଥିବା ଏହି ଯୁବକ ଜଣକ ଏବେ ବାର ଦୁଆର ହୋଇ ଅନ୍ୟର ଆଶ୍ରା ଖୋଜୁଛନ୍ତି। ଭିସା, ପାସପୋର୍ଟ ଓ ମୋବାଇଲ୍ ଫୋନ୍ ହଜିଯିବାରୁ ଦୂର ଦେଶରେ […]

odia-boy

odia-boy

Niharika Rout
  • Published: Tuesday, 24 May 2022
  • Updated: 24 May 2022, 02:59 PM IST

Sports

Latest News

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଗାଁରୁ ଗୋଡ଼ କାଢ଼ି ସାତ ସମୁଦ୍ର ପାର ହୋଇ ସୁଦୂର କାତାର ଯାଇଥିଲେ। ମନରେ ଆଶା ଥିଲା, ଭଲ ଦି ପଇସା ରୋଜଗାର କଲେ ପରିବାର ମୁହଁରେ ଭଲରେ ଦାନା ମୁଠେ ଦେଇପାରିବେ। ସୁଖଦୁଃଖରେ ବାପାମା’ଙ୍କ ସାହାରା ପାଲଟିବେ। ହେଲେ ପରିବାରର ସାହାରା ପାଲଟିବାକୁ ଆଶା କରିଥିବା ଏହି ଯୁବକ ଜଣକ ଏବେ ବାର ଦୁଆର ହୋଇ ଅନ୍ୟର ଆଶ୍ରା ଖୋଜୁଛନ୍ତି। ଭିସା, ପାସପୋର୍ଟ ଓ ମୋବାଇଲ୍ ଫୋନ୍ ହଜିଯିବାରୁ ଦୂର ଦେଶରେ ଭିକ ମାଗି ପେଟକୁ ୨ ମୁଠା ଦାନା ଯୋଗାଡ଼ କରୁଥିବା ବେଳେ ରାସ୍ତାକଡ଼ରେ ମୁଣ୍ଡ ଗୁଞ୍ଜଛନ୍ତି । ତେଣୁ ସେଠାରୁ ତାଙ୍କୁ ଉଦ୍ଧାର କରି ଜନ୍ମମାଟିକୁ ଫେରାଇ ନେବାକୁ ସେ ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ। ଏହି ଯୁବକଙ୍କ ନାଁ ବିଷ୍ଣୁପ୍ରସାଦ ଡାକୁଆ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଗଙ୍ଗା ଡାକୁଆଙ୍କ ସାନପୁଅ ବିଷ୍ଣୁପ୍ରସାଦ ଗତବର୍ଷ କାମ କରିବାକୁ କାତାର ଯାଇଥିଲେ । ସେଠାରେ ଏକ କଂପାନୀରେ ସେ  ହେଲପର ଭାବେ କାମ କରୁଥିଲେ । ଦୁଇ ବର୍ଷର ଭିସା କହି ମାତ୍ର ୬ ମାସିଆ ଭିସା ଦେଇ ଠିକାଦାର ସେଠାକୁ ପଠାଇ ଦେଇଥିଲା । ଭିସା ଅବଧି ସରିବା ପରେ ବି ସେ ବର୍ଷେ ଯାଏ କାମ କରିଥିଲେ ।

କଂପାନୀ କିନ୍ତୁ ତାଙ୍କୁ ୬ ମାସର ଦରମା ଦେଇ ଶ୍ରମିକ କ୍ୟାମ୍ପରୁ ବାହାର କରିଦେଲା । ଅ୍ୟପକ୍ଷରେ କଂପାନୀ କ୍ୟାମ୍ପରେ ଥିବାବେଳେ ତାଙ୍କ ଭିସା, ପାସପୋର୍ଟ ଓ ମୋବାଇଲ୍ ଫୋନ୍ ହଜିଗଲା । ବିନା ଭିସା ଓ ପାସପୋର୍ଟରେ ଏଣେତେଣେ ବୁଲୁଥିବାରୁ ପୁଲିସ୍‌ ତାଙ୍କୁ ଉଠାଇ ନେଇଥିଲା । ଦୁଇ ମାସ ଜେଲ୍‌ରେ ରଖିବା ପରେ ଛାଡ଼ି ଦେଇଛି।

ଏବେ ପାଖରେ ଖାଇବାକୁ ବା ରହିବାକୁ ଟଙ୍କାଟିଏ ନାହିଁ । ରାସ୍ତାରେ ଲୋକଙ୍କ ପାଖରୁ ମାଗିକି ଖାଇବା ସହ ରାସ୍ତା କଡ଼ରେ ଶୋଇ ଜୀବନ କାଟୁଛନ୍ତି  । ଏହାସହ ତାଙ୍କୁ ଫେରାଇ ଆଣିବା ଲାଗି ଅନ୍ୟ ଜଣକ ମୋବାଇଲରୁ ଭିଡିଓ କରି ନିଜ ପରିବାର ପାଖକୁ ପଠାଇଛନ୍ତି  । ପୁଅର ଏ ଅବସ୍ଥା ଦେଖି ବାପାମା’ଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅକୁ ଫେରାଇ ଆଣିବା ଲାଗି ଦୁହେଁ ଗୁହାରୀ କରିଛନ୍ତି  ।

ପୁଅର ଏପରି ଅବସ୍ଥା ଖବର ପାଇ ବିଷ୍ଣୁ  ପ୍ରସାଦଙ୍କ ବାପାମା’ଙ୍କ ଆଖିରୁ ଲୁହ ଶୁଖୁନି। ଏପରିକି ପୁଅକୁ ଫେରାଇ ଆଣିବାକୁ ସେମାନେ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ଏନେଇ ସେମାନେ  କହିଛନ୍ତି, ଆମ ପୁଅକୁ ୨ ବର୍ଷ ପାଇଁ ନେଉଛି କହି ଠିକାଦାର ୬ ମାସ ପାଇଁ ନେଇଥିଲା। ଆମେ ଧାର, କରଜ କରି ତାକୁ ସେଠାକୁ ପଠାଇଥିଲୁ। ମାତ୍ର ଏବେ ସେଠାରେ ତା’ ପାଖରେ ଚାକିରି, ଟଙ୍କା କିଛି ନ ଥିବାରୁ ତାକୁ ଫେରାଇ ଆଣିବାକୁ ଗୁହାରୀ କରୁଛୁ।

ପରିବାର ଲୋକେ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇ ବିଷ୍ଣୁଙ୍କୁ ଗାଁ କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଏପରି ଦାଦନ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ଥାନୀୟ ଯୁବକମାନଙ୍କୁ କାମଧନ୍ଦା ଯୋଗାଇ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story