ଚାହା ପିଉଥିଲେ, ପଛପଟୁ ଛୁରାମାଡ଼ କଲେ ଦୁର୍ବୃତ୍ତ

ଚମ୍ପୁଆ (ଓଡ଼ିଶା ରିପୋର୍ଟର):ଦୋକାନରେ ବସି ସାଙ୍ଗଙ୍କ ସହ ଚାହା ପିଉଥିଲେ। ହଠାତ୍ ୭ରୁ ୮ଜଣ ଦୁର୍ବୃତ୍ତ ଆସି ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆର ବଡ଼ବିଲ ପୁରୁଣା ବସ ଷ୍ଟାଣ୍ଡରେ ଘଟିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ନ୍ୟୁ ମାର୍କେଟ ଅଞ୍ଚଳର ଏମ୍ ଡି ଆକବର। ତାଙ୍କ ବାମପଟ ପେଟରେ ଆଘାତ ଲାଗିଛି। ଆକବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି […]

stabbed

  • Published: Tuesday, 06 December 2022
  • , Updated: 06 December 2022, 11:41 AM IST

ଚମ୍ପୁଆ (ଓଡ଼ିଶା ରିପୋର୍ଟର):ଦୋକାନରେ ବସି ସାଙ୍ଗଙ୍କ ସହ ଚାହା ପିଉଥିଲେ। ହଠାତ୍ ୭ରୁ ୮ଜଣ ଦୁର୍ବୃତ୍ତ ଆସି ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆର ବଡ଼ବିଲ ପୁରୁଣା ବସ ଷ୍ଟାଣ୍ଡରେ ଘଟିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ନ୍ୟୁ ମାର୍କେଟ ଅଞ୍ଚଳର ଏମ୍ ଡି ଆକବର। ତାଙ୍କ ବାମପଟ ପେଟରେ ଆଘାତ ଲାଗିଛି। ଆକବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଆକବର ନିଜ ପୁଅକୁ ସ୍କୁଲରେ ଛାଡ଼ି ଆସି ବଡ଼ବିଲ ପୁରୁଣା ବସ୍ ଷ୍ଟାଣ୍ଡରେ ନିକଟରେ ଥିବା ଦୋକାନରେ ସାଙ୍ଗମାନଙ୍କ ସହ ଚାହା ପିଉଥିଲେ। ଏହି ସମୟରେ ୭ରୁ ୮ଜଣ ଦୁର୍ବୃତ୍ତ ଆସି ତାଙ୍କ ପଛବପଟୁ ଛୁରାମାଡ଼ କରି ସେଠାରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ତାଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଆକବରଙ୍କୁ କାହିଁକି ଦୁର୍ବୃତ୍ତମାନେ ଛୁରାମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ।  ଆକବରଙ୍କ ସହ ସେମାନଙ୍କj ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି କାରଣ ଅଛି ତାହା ମଧ୍ୟ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

 

Related story