ମୁଁ ଈଶ୍ୱରଙ୍କ ପାଖକୁ ଯିବାକୁ ଚାହୁଁଛି : କୋଭିଡ କେୟାର ସେଣ୍ଟରରେ ଯୁବକ ହାରିଲେ ଜୀବନ

ବାଲିଗୁଡ଼ା(ଅଜିତ ନାୟକ): କୋଭିଡ କେୟାର ସେଣ୍ଟରରେ ଜଣେ ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବଡ଼ଗାଁ କୋଭିଡ କେୟାର ସେଣ୍ଟରରେ । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି କୁର୍ତ୍ତମଗଡ଼ ପଞ୍ଚାୟତ ବୁଦୁଲିପଦର ଗାଁର ଶଙ୍କୁନ ମାଝୀ। ବାଲିଗୁଡା ଉପ ଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦ ଏନେଇ ସୂଚନା ଦେଇଛନ୍ତି । ଆଜି ଭୋର ସମୟରେ ସମ୍ପୃକ୍ତ ଯୁବକ ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଥିବା ବେଳେ ସେହି ରୁମରୁ ଗୋଟିଏ ସୁସାଇଡ଼ ନୋଟକୁ ବାଲିଗୁଡା […]

b-987

Tapas Behera
  • Published: Saturday, 20 June 2020
  • , Updated: 20 June 2020, 10:11 PM IST

ବାଲିଗୁଡ଼ା(ଅଜିତ ନାୟକ): କୋଭିଡ କେୟାର ସେଣ୍ଟରରେ ଜଣେ ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବଡ଼ଗାଁ କୋଭିଡ କେୟାର ସେଣ୍ଟରରେ । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି କୁର୍ତ୍ତମଗଡ଼ ପଞ୍ଚାୟତ ବୁଦୁଲିପଦର ଗାଁର ଶଙ୍କୁନ ମାଝୀ। ବାଲିଗୁଡା ଉପ ଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦ ଏନେଇ ସୂଚନା ଦେଇଛନ୍ତି । ଆଜି ଭୋର ସମୟରେ ସମ୍ପୃକ୍ତ ଯୁବକ ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଥିବା ବେଳେ ସେହି ରୁମରୁ ଗୋଟିଏ ସୁସାଇଡ଼ ନୋଟକୁ ବାଲିଗୁଡା ପୋଲିସ ଜବତ କରିଛି।  ସେ ଡିପ୍ରେସନ ଯୋଗୁ ଆତ୍ମହତ୍ୟା କରିଥିବା ଉପ ଜିଲ୍ଲାପାଳ କହିଛନ୍ତି ।
ଆତ୍ମହତ୍ୟା କରିଥିବା ଯୁବକ ଜଣକ ହାଇଦ୍ରାବାଦରୁ ଫେରି କୁର୍ତ୍ତମଗଡ଼ ସଂଗରୋଧ କେନ୍ଦ୍ରରେ ୧୪ ଦିନ ରହିବା ପରେ ଘରକୁ ଫେରିଥିଲେ। ଏହାର କିଛି ଦିନ ପରେ ତାଙ୍କର ଦେହ ଖରାପ ହେବା ପରେ ୧୬ ତାରିଖ ଦିନ ତାଙ୍କୁ ବଡ଼ଗାଁ କୋଭିଡ କେୟାର ସେଣ୍ଟରକୁ ଅଣାଯାଇ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲେ ମଧ୍ୟ ଏ ଯାଏ ତାଙ୍କର କୌଣସି ରିପୋର୍ଟ ଆସିନଥିବା ପ୍ରଶାସନ କହିଛି। ସୁସାଇଡ଼ ନୋଟରେ ସେ ମୁଁ ଈଶ୍ୱରଙ୍କ ପାଖକୁ ଯିବାକୁ ଚାହୁଁଛି ବୋଲି ଲେଖିଥିବା ଜଣାଯାଇଛି । ପ୍ରଶାସନ ତାଙ୍କର ମୃତ ଦେହକୁ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି । ଏହି ଘଟଣା ଘଟିବା ପରେ ପ୍ରଶାସନ କୋଭିଡ କେୟାର ସେଣ୍ଟରରେ ସୁରକ୍ଷାକୁ କଡାକଡି କରାଯାଇଛି । ଏହି ଘଟଣା ଏବେ ବାଲିଗୁଡା ଅଂଚଳରେ ଚର୍ଚ୍ଚା ଜୋର ଧରିଛି।

Related story