‘ସରକାରଙ୍କ ଭୁଲ ନିଷ୍ପତ୍ତି ପାଇଁ ଆଜି ମୁଁ ପୁଅକୁ ହରାଇଲି’

ବାସୁଦେବପୁର (କିରୀଟି ଦାସ): “ସେନାରେ ଯୋଗଦେବ। ଦେଶ ପାଇଁ ସେବା କରିବ। ସେଥିପାଇଁ ଜୋରଦାର ପ୍ରସ୍ତୁତି କରିଥିଲା। ହେଲେ ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁ ଆଜି ମୁଁ ମୋ’ ପୁଅ ହରାଇଲି। ସେ ଝୁଲି ପଡ଼ିଲା। ସରକାର ଆଉ ଏପରି ଭୁଲ୍‌ କେବେ ନିଅନ୍ତୁ ନାହିଁ” ବୋଲି କୋହଭରା କଣ୍ଠରେ କହୁଛନ୍ତି ମୃତ ଯୁବକ ଧନଞ୍ଜୟ ମହାନ୍ତିଙ୍କ ବାପା ରଜନୀକାନ୍ତ। ବାଲେଶ୍ୱର ଜିଲ୍ଲା ସୋର ଥାନା ଦୟାନିଧିପୁର ଗାଁର ରଜନୀକାନ୍ତ ମହାନ୍ତିଙ୍କ ସାନ ପୁଅ ଧନଞ୍ଜୟ। ସେ […]

Bhadrak

Manoranjan Sial
  • Published: Thursday, 16 June 2022
  • , Updated: 16 June 2022, 03:20 PM IST

ବାସୁଦେବପୁର (କିରୀଟି ଦାସ): “ସେନାରେ ଯୋଗଦେବ। ଦେଶ ପାଇଁ ସେବା କରିବ। ସେଥିପାଇଁ ଜୋରଦାର ପ୍ରସ୍ତୁତି କରିଥିଲା। ହେଲେ ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁ ଆଜି ମୁଁ ମୋ’ ପୁଅ ହରାଇଲି। ସେ ଝୁଲି ପଡ଼ିଲା। ସରକାର ଆଉ ଏପରି ଭୁଲ୍‌ କେବେ ନିଅନ୍ତୁ ନାହିଁ” ବୋଲି କୋହଭରା କଣ୍ଠରେ କହୁଛନ୍ତି ମୃତ ଯୁବକ ଧନଞ୍ଜୟ ମହାନ୍ତିଙ୍କ ବାପା ରଜନୀକାନ୍ତ।

ବାଲେଶ୍ୱର ଜିଲ୍ଲା ସୋର ଥାନା ଦୟାନିଧିପୁର ଗାଁର ରଜନୀକାନ୍ତ ମହାନ୍ତିଙ୍କ ସାନ ପୁଅ ଧନଞ୍ଜୟ। ସେ ଆଜି ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଧନଞ୍ଜୟ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଗତବର୍ଷ ମାର୍ଚ୍ଚ ମାସରେ ଶାରୀରିକ ପରୀକ୍ଷା ଦେଇଥିଲେ। ଏଥିରେ କୃତକାର୍ଯ୍ୟ ହେବା ପରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ସେହି ବର୍ଷ ଅଗଷ୍ଟ ୨୯ ତାରିଖରେ ମେଡିକାଲ ଟେଷ୍ଟ ଦେଇ କୃତକାର୍ଯ୍ୟ ହୋଇଥିଲେ। ଏହାପରେ କେବଳ ଲିଖିତ ପରୀକ୍ଷା ବାକି ଥିଲା। ହେଲେ ଲିଖିତ ପରୀକ୍ଷା ହେଉନଥିଲା। ବାରମ୍ବାର ତାରିଖ ବଦଳା ଯାଉଥିଲା। ଯାହା ଫଳରେ ଧନଞ୍ଜୟ ରିଟିନ ଟେଷ୍ଟ ଦେଇ ପାରୁନଥିଲେ ବୋଲି ଅଭିଯୋଗ କରିଛନ୍ତି।

ପରିବାର ଲୋକ ଆହୁରି ଅଭିଯୋଗ କରିଛନ୍ତି ଯେ ଗତ ଦୁଇଦିନ ତଳେ କେନ୍ଦ୍ର ସରକାର ସେନା ଯୋଗଦେବା ପାଇଁ ଅଗ୍ନପଥ ନାମରେ ନୂତନ ଯୋଜନା ଲାଗୁ କରିଥିଲେ। ଅଗ୍ନିବୀରଙ୍କ ବୟସ ସୀମା ସାଢେ ୧୭ ବର୍ଷରୁ ସାଢ଼େ ୨୧ ବର୍ଷ ରଖାଯାଇଥିଲା। ସେହି ବୟସ ସୀମା ଅନୁସାରେ ଧନଞ୍ଜୟର ବୟସ ୨୨ରୁ ଅଧିକ ହୋଇ ଯାଇଥିଲା। ତେଣୁ ସେ ସେନାରେ ଯୋଗଦେବା ପାଇଁ ଦେଖିଥିବର ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା। ଯେଉଁଥିପାଇଁ ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ। ଆଉ ଆଜି ଭୋର ସମୟରେ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ସରକାରଙ୍କ ଏହି ଅଗ୍ନିପଥ ଯୋଜନା ପାଇଁ ପୁଅର ଜୀବନ ଯାଇଛି ବୋଲି ପରିବାର ସମେତ ବନ୍ଧୁବାନ୍ଧବ ଅଭିଯୋଗ ଆଣିଛନ୍ତି।

Related story