ମୋଦି ଟିମ୍‌ରେ ୨ ଜେଏନୟୁ ଷ୍ଟୁଡେଣ୍ଟ କିଏ ଜାଣିଛନ୍ତି?

ନୂଆଦିଲ୍ଲୀ:  ମୋଦିଙ୍କ ସେକେଣ୍ଡ ଇନିଂସରେ ପୁରୁଣା ମୁହଁ କିଛି ଥିବା ବେଳେ ବହୁ ନୂଆ ମୁହଁ ବି ଅଛନ୍ତି। ଏଥର ସବୁଠୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ଏସ୍‌.ଜୟଶଙ୍କର।  ଲୋକସଭା କିମ୍ୱା ରାଜ୍ୟସଭାକୁ ନିର୍ବାଚିତ ନ ହୋଇ ମଧ୍ୟ ମୋଦି-ଶାହ । ମନ୍ତ୍ରିମଣ୍ଡଳରେ ସେ ପାଇପାରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପରି ଗୁରୁ ଦାୟିତ୍ୱ ।  ବୈଦେଶିକ ସଚିବ ଭାବେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି।  ସେହିପରି ପୂର୍ବଥର ପ୍ରତିରକ୍ଷା ମନ୍ତ୍ରୀ ହୋଇ ନିଜ ଛାପ ଛାଡ଼ି […]

pm1

pm1

Niharika Rout
  • Published: Saturday, 01 June 2019
  • Updated: 01 June 2019, 03:30 PM IST

Sports

Latest News

ନୂଆଦିଲ୍ଲୀ:  ମୋଦିଙ୍କ ସେକେଣ୍ଡ ଇନିଂସରେ ପୁରୁଣା ମୁହଁ କିଛି ଥିବା ବେଳେ ବହୁ ନୂଆ ମୁହଁ ବି ଅଛନ୍ତି। ଏଥର ସବୁଠୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ଏସ୍‌.ଜୟଶଙ୍କର।  ଲୋକସଭା କିମ୍ୱା ରାଜ୍ୟସଭାକୁ ନିର୍ବାଚିତ ନ ହୋଇ ମଧ୍ୟ ମୋଦି-ଶାହ । ମନ୍ତ୍ରିମଣ୍ଡଳରେ ସେ ପାଇପାରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପରି ଗୁରୁ ଦାୟିତ୍ୱ ।  ବୈଦେଶିକ ସଚିବ ଭାବେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି।  ସେହିପରି ପୂର୍ବଥର ପ୍ରତିରକ୍ଷା ମନ୍ତ୍ରୀ ହୋଇ ନିଜ ଛାପ ଛାଡ଼ି ଥିବା ନିର୍ମଳା ସୀତାରମଣଙ୍କୁ ଏଥର ମିଳିଛି ଅର୍ଥ ମନ୍ତ୍ରାଳୟ। ସେ ଦେଶର ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ହେବାର ଗୌରବ ଲାଭ କରିଛନ୍ତି ।

ମୋଦି ଟିମ୍‌ରେ ସ୍ଥାନ ପାଇଥିବା ଏହି ୨ ମନ୍ତ୍ରୀଙ୍କ  ମଧ୍ୟରେ ଏକ ସମାନତା ରହିଛି । ତାହା ହେଲା ଉଭୟ ଦେଶର ପ୍ରତିଷ୍ଠିତ  ଜବାହରଲାଲ ନେହେରୁ ୟୁନିଭରସିଟି (ଜେଏନୟୁ)ରୁ ଏମଏ ଡିଗ୍ରୀ ହାସଲ କରିଛନ୍ତି।

modi1୧୯୮୦ ମସିହାରେ ସୀତାରମଣ ଜେଏନୟୁରୁ ଅର୍ଥନୀତିରେ ଏମଏ ପାସ କରିଥିଲେ। ଏହି ସମୟରେ ତାଙ୍କର ସେଠାରେ ପଢୁଥିବା ପରାକଲା ପ୍ରଭାକରଙ୍କ ସହ ଦେଖା ହୋଇଥିଲା ଓ ଉଭୟ ୧୯୮୬ ମସିହାରେ ବିବାହ କରିଥିଲେ। ସବୁଠୁ ରୋଚକ କଥା ହେଲା, ସୀତାରମଣ ପ୍ରଥମରୁ ହିଁ ବିଜେପି ଆଡକୁ ଢଳିଥିବା ବେଳେ ତାଙ୍କ ସ୍ୱାମୀ କିନ୍ତୁ କଂଗ୍ରେସ ପ୍ରତି ଆସକ୍ତ ଥିଲେ। ଏହା କିନ୍ତୁ ଉଭୟଙ୍କ ବୈବାହିକ ଜୀବନରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରି ନାହିଁ।

sitaramanସୀତାରମଣ ପ୍ରଥମେ ୨୦୧୪ ମସିହାରେ ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଏହାପରେ ୨୦୧୬ ମସିହାରେ ସେ ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିଲେ। ଏହା ମଧ୍ୟରେ ସେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ବହୁ ଗୁରୁ ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କ ସମୟରେ ରାଫେଲ ଡିଲ୍‌ରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିରୋଧୀ ସରକାରଙ୍କୁ ଘେରିଥିଲେ। ଏହି ସମୟରେ ସୀତାରମଣ ବିରୋଧୀଙ୍କ ପ୍ରଶ୍ନର କଡ଼ା ଜବାବ ରଖିଥିବା ବେଳେ ରାଫେଲ ଡିଲ୍‌ ସମ୍ପର୍କରେ ପାର୍ଲାମେଣ୍ଟରେ ସରକାରଙ୍କ ତରଫରୁ ଦୃଢ଼ ଯୁକ୍ତି ବାଢ଼ିଥିଲେ।

ମୋଦି କ୍ୟାବିନେଟରେ ଦ୍ୱିତୀୟ ଜେଏନୟୁ ଛାତ୍ର ହେଉଛନ୍ତି ଏସ୍‌ ଜୟଶଙ୍କର। ପ୍ରଥମ ଡିପ୍ଲୋମାଟ୍‌, ବୈଦେଶିକ ସଚିବ ଭାବେ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ତାଙ୍କ ପିଲାଦିନ ଦିଲ୍ଲୀରେ କଟିଥିବା ବେଳେ ସେ ଜେଏନୟୁରେ ପଲିଟିକାଲ ସାଇନ୍ସରେ ସେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏହାପରେ ଇଣ୍ଟରନ୍ୟାସନାଲ ରିଲେସନସ ଉପରେ ଏମଫିଲ ଓ ପିଏଚଡି କରିଥିଲେ। ଏଥିରେ ତାଙ୍କ ସ୍ପେଶିଆଲାଇଜେସନ ଥିଲା ନ୍ୟୁକ୍ଲିୟର ଡିପ୍ଲୋମାସି।

jayaଜଣେ ମେଧାବୀ ଛାତ୍ର ହେବା ସହ ଜୟଶଙ୍କରଙ୍କର ବିଭିନ୍ନ ଭାଷାରେ ମଧ୍ୟ ଦକ୍ଷତା ରହିଛି। ସେ ହିନ୍ଦୀ, ତାମିଲ, ଇଲିଂଶ, ରଷିଆନ, ଜାପାନି ଆଦି ୭ଟି ଭାଷାରେ କଥାବାର୍ତ୍ତା କରି ପାରନ୍ତି। ୧୯୭୭ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ  ବୈଦେଶିକ ବିଭାଗରେ ବିଭିନ୍ନ ପଦପଦବୀରେ ସେ ଦାୟିତ୍ୱ ସମ୍ଭାଳିଥିଲେ।  ଲୋକସଭା କିମ୍ୱା ରାଜ୍ୟସଭାର ସଦସ୍ୟ ନ ଥାଇ ମଧ୍ୟ ସେ କ୍ୟାବିନେଟରେ ସ୍ଥାନ ପାଇପାରିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ତାଙ୍କୁ ନିର୍ବାଚିତ ହୋଇ ଆସିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story