ଇଂଲଣ୍ଡର ବର୍ମିଂହମ୍ରେ ରହୁଥିବା ୩ ଜାଆଁଳା ଭଉଣୀ ମେରୀ, ମାର୍ଗଟ ଓ ଲୀଚ୍। ନିକଟରେ ୮୦ତମ ଜନ୍ମ ଦିନ ପାଳନ କରିଛନ୍ତି। ଏହି ୩ ଯମଜ ଭଉଣୀ ୨୦ ମେ’ ୧୯୩୭ରେ ଜନ୍ମ ଗ୍ରହଣ କରିଥିଲେ। ସେମାନଙ୍କ ଚେହେରା ମଧ୍ୟ ଦେଖିବାକୁ ଠିକ୍ ଏକା ପରି। ଏହି ୩ ଭଉଣୀ ବ୍ରିଟେନ୍ର ସବୁଠାରୁ ବୟସ୍କା ମହିଳା ଭାବେ ପରିଚିତ।
ଏହି ୩ ଭଉଣୀଙ୍କ ଜନ୍ମର କାହାଣୀ ମଧ୍ୟ ବେଶ୍ ରୋଚକ୍। ତାଙ୍କ ମା’ ମେବଲ ସବୁବେଳେ ଗୋଟିଏ ଛୁଆ ଚହୁଁଥିଲେ। କିନ୍ତୁ ଭଗବାନଙ୍କ ଇଚ୍ଛା କିଛି ଅଲଗା ଥିଲା। ମେବଲଙ୍କ ଏକାସଙ୍ଗେ ୩ଟି ଛୁଆକୁ ଜନ୍ମ ଦେଇଥିଲେ।
ମେବଲ୍ ଏବେ ଏହି ଦୁନିଆରେ ନାହାଁନ୍ତି। କିନ୍ତୁ ୩ ଜାଆଁଳା ଝିଅ ବହୁ ଖୁସିରେ ଜୀବନ ବିତାଉଛନ୍ତି। ଏହି ୩ ଭଉଣୀ ଏବେ ୮୦ ବର୍ଷ ବୟସରେ ନିଜ ନାତିନାତୁଣୀଙ୍କ ସହ ସମୟ ବିତାଉଛନ୍ତି । ଏକାସଙ୍ଗେ ମିଶି ୩ ଭଉଣୀ ତାଙ୍କ ୮୦ତମ ଜନ୍ମ ଦିନ ପାଳନ କରିଛନ୍ତି।
ରିପୋର୍ଟ ଓ ଫଟୋ-ଦୈନିକ ଜାଗରଣ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।