ବନ୍ଦ ଘରେ ମା’ ଝିଅଙ୍କ ଜିଅନ୍ତା କଙ୍କାଳ

ନୂଆଦିଲ୍ଲୀ: କୁହାଯାଏ ଦିଲ୍ଲୀ ହେଉଛି ‘ଦିଲ୍‌ବାଲୋଂ’ କା ସହର। ମନ ଯେମିତି ସରଳ ହୃଦୟ ସେମିତି ଖୋଲା। ହେଲେ  ପ୍ରକୃତ ଚିତ୍ର ସମ୍ପୂର୍ଣ୍ଣ ଓଲଟା।  ସହରବାସୀଙ୍କ ହୃଦୟ ଯେ, ପଥର ଠାରୁ ଆହୁରି ଟାଣ ତା’ର ଏକ ନଗ୍ନ ଉଦାହରଣ ସାମ୍ନାକୁ ଆସିଛି।  ଘଟଣା ଶୁଣିଲେ ଲୋମ ଟାଙ୍କୁରିଯିବ । ଦିଲ୍ଲୀର ଡାବଡ଼ି ଇଲାକାରେ ଏକ ବନ୍ଦ ଘରୁ ମିଳିଛି ମା’ ଝିଅଙ୍କ ଜିଅନ୍ତା କଙ୍କାଳ। ଉଭୟଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି।  ବଞ୍ଚି ଥାଇବି ମଲା […]

pp

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 02:12 PM IST

ନୂଆଦିଲ୍ଲୀ: କୁହାଯାଏ ଦିଲ୍ଲୀ ହେଉଛି ‘ଦିଲ୍‌ବାଲୋଂ’ କା ସହର। ମନ ଯେମିତି ସରଳ ହୃଦୟ ସେମିତି ଖୋଲା। ହେଲେ  ପ୍ରକୃତ ଚିତ୍ର ସମ୍ପୂର୍ଣ୍ଣ ଓଲଟା।  ସହରବାସୀଙ୍କ ହୃଦୟ ଯେ, ପଥର ଠାରୁ ଆହୁରି ଟାଣ ତା’ର ଏକ ନଗ୍ନ ଉଦାହରଣ ସାମ୍ନାକୁ ଆସିଛି।  ଘଟଣା ଶୁଣିଲେ ଲୋମ ଟାଙ୍କୁରିଯିବ । ଦିଲ୍ଲୀର ଡାବଡ଼ି ଇଲାକାରେ ଏକ ବନ୍ଦ ଘରୁ ମିଳିଛି ମା’ ଝିଅଙ୍କ ଜିଅନ୍ତା କଙ୍କାଳ। ଉଭୟଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି।  ବଞ୍ଚି ଥାଇବି ମଲା ଭଳି ପରିସ୍ଥିତି । ଏମିତିକି ପୋଲିସକୁ କିଛି କହିବା ପାଇଁ ଏମାନଙ୍କ ଶକ୍ତି ନାହିଁ। ପୂରା ଶରୀର ଗୋଟା କଙ୍କାଳ ପାଲଟି ଯାଇଛି। ।  ଉଭୟଙ୍କ ପରିଚୟ ମିଳିଛି। ମା’ କଳାବତୀ ମିଶ୍ରା ଓ ଝିଅ ନାମ  ଦୀପା ମିଶ୍ରା ।  କୁହାଯାଉଛି ଏହି କୋଠରୀରେ ଦୀର୍ଘ ଦିନ ଧରି ମା’ଝିଅଙ୍କୁ ତାଲା ମାରି ବନ୍ଦ କରାଯାଇଥିଲା। ଏହି ମାମଲାରେ ଜଣେ ବୃଦ୍ଧଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଏହି ବୃଦ୍ଧ ଜଣକ ନା’ ହେଉଛି ମହାବୀର ମିଶ୍ରା।  ମିଶ୍ରା ହେଉଛନ୍ତି ଜଣେ ଅବସରପ୍ରାପ୍ତ କର୍ମଚାରୀ। ମହାବୀରଙ୍କ ଡାବଡ଼ି ଇଲାକାରେ ଘର ଅଛି। ମହାବିରଙ୍କ ସ୍ତ୍ରୀ ସମେତ ପୂର୍ବରୁ  ଦୁଇ ପୁଅଙ୍କ ମୃତ୍ୟୁ ଘଟିଛି। ଆଉ ଏହି ଘରେ ମା ଝିଅ ଭଡ଼ାରେ ରହୁଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ  ମା’ କଳାବତୀ ଝିଅ ସହ ତାଙ୍କ ଘରେ ଭଡ଼ାରେ ରହୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛିଦିନ ପର୍ଯ୍ୟନ୍ତ ମା’ ଝିଅଙ୍କୁ ଯିବାଆସିବା କରୁଥିବା ଦେଖିବାକୁ ମିଳିଲା। ଆଉ ପରେ ସେମାନଙ୍କୁ ଦେଖା ମିଳିଲା ନାହିଁ।  ଏନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେଲା। ପରେ ଖବର ନେବାରୁ ପୂରା ଘଟଣାର ପର୍ଦ୍ଦାଫାସ ହୋଇଥିଲା। କୌଣସି ବିବାଦକୁ କେନ୍ଦ୍ର କରି ଏହି ବୃଦ୍ଧ ଜଣକ ମା’ ଝିଅକୁ ତାଲା ପକାଇ ବନ୍ଦ କରି ଦେଇଥିଲେ। ପରେ ପୋଲିସକୁ ଡାକି ତାଲା ଭାଙ୍ଗି ମା’ ଝିଅଙ୍କୁ ଉଦ୍ଧାର କରାଯାଇଥିଲା। ବୃଦ୍ଧଙ୍କ ଏଭଳି କାରନାମାକୁ ସବୁଠି ନିନ୍ଦା କରାଯାଉଛି।

Related story