ନିମ ତେଲରେ ରହିଛି ସ୍ୱାସ୍ଥ୍ୟ ପାଇଁ ଏହିସବୁ ଚମତ୍କାରୀ ଗୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସ୍ୱାଦରେ ପିତା ଲାଗୁଥିଲେ ହେଁ ନିମ ପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ଏହାର ଗଛ ମଧ୍ୟ ପରିବେଶ ପାଇଁ ବେଶ୍ ଲାଭଦାୟକ। ଏଥିପାଇଁ ବାଡ଼ିରେ ବା ଘର ଆଖପାଖରେ ନିମ ଗଛ ଲଗାଇବା ଉଚିତ୍‌। ସ୍ୱାସ୍ଥ୍ୟ ପାଇଁ ଅଧିକାଂଶ ଔଷଧ ନିମ ଗଛରୁ ହିଁ ତିଆରି ହୋଇଥାଏ। ତେବେ ନିମ ଫଳ ଓ ଏହାର ମଞ୍ଜି ମଧ୍ୟ କିଛି କମ୍‌ ଉପକାରୀ ନୁହେଁ। ଆଜି ଆମେ ନିମ ଫଳର ମଞ୍ଜିରୁ ବାହାରୁଥିବା ତେଲର ଉପାଦେୟତା […]

nim-oil3

nim-oil3

Chinmayee Roy
  • Published: Sunday, 07 October 2018
  • Updated: 07 October 2018, 08:07 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସ୍ୱାଦରେ ପିତା ଲାଗୁଥିଲେ ହେଁ ନିମ ପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ଏହାର ଗଛ ମଧ୍ୟ ପରିବେଶ ପାଇଁ ବେଶ୍ ଲାଭଦାୟକ। ଏଥିପାଇଁ ବାଡ଼ିରେ ବା ଘର ଆଖପାଖରେ ନିମ ଗଛ ଲଗାଇବା ଉଚିତ୍‌। ସ୍ୱାସ୍ଥ୍ୟ ପାଇଁ ଅଧିକାଂଶ ଔଷଧ ନିମ ଗଛରୁ ହିଁ ତିଆରି ହୋଇଥାଏ। ତେବେ ନିମ ଫଳ ଓ ଏହାର ମଞ୍ଜି ମଧ୍ୟ କିଛି କମ୍‌ ଉପକାରୀ ନୁହେଁ।

ଆଜି ଆମେ ନିମ ଫଳର ମଞ୍ଜିରୁ ବାହାରୁଥିବା ତେଲର ଉପାଦେୟତା ସମ୍ପର୍କରେ ଆପଣଙ୍କୁ ଜଣାଇବୁ। ଏହି ତେଲକୁ କେମିତି ପ୍ରସ୍ତୁତ କରିବେ, ତାହା ମଧ୍ୟ କହିବୁ।

କେମିତି ପ୍ରସ୍ତୁତ କରିବେ ନିମ ତେଲ?

ପ୍ରଥମେ ନିମ ଗଛରୁ ପାଚିଲା ଫଳ ତୋଳି ଆଣନ୍ତୁ। ଏଗୁଡ଼ିକୁ ୪ରୁ ୫ ଦିନ ଯାଏ ଖରାରେ ଶୁଖିବାକୁ ଦିଅନ୍ତୁ। ଫଳସବୁ ଶୁଖିଯିବା ପରେ ସେଥିରୁ ମଞ୍ଜିସବୁ ବାହାର କରିଦିଅନ୍ତୁ। ଏହି ମଞ୍ଜିଗୁଡ଼ିକୁ ଗ୍ରାଇଣ୍ଡର୍‌ରେ ଭଲ ଭାବେ ପେଷି ଦିଅନ୍ତୁ। ଏହି ମିଶ୍ରଣକୁ ଚିପୁଡ଼ିଲେ, ଏଥିରୁ ତେଲ ବାହାରିବ। ଏହି ତେଲ ହିଁ ଆପଣଙ୍କ ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିବ।

ତେବେ ନିମ ତେଲକୁ ବ୍ୟବହାର କରିବା ପର୍ବରୁ ପ୍ରଥମେ ଗରମ କରି କିଛି ସମୟ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ପ୍ରାୟ ଏକ କିଲୋ ମଞ୍ଜିରୁ ୧୦୦ ଗ୍ରାମ ପାଖାପାଖି ତେଲ ବାହାରିବ।

ନିମ ତେଲର ଉପକାରିତା

ତ୍ୱଚା ଉପରେ ବୟସର ପ୍ରଭାବ ପଡ଼ିବାକୁ ଦିଏନାହିଁ

ତ୍ୱଚାରେ କୁଞ୍ଚ ହେଲେ କିମ୍ବା ତ୍ୱଚା ଶୁଷ୍କ ଓ ରୁକ୍ଷ ହେଲେ, ଆମେ ତୁରନ୍ତ ମାର୍କେଟରୁ କ୍ରିମ କିଣି ପକାଉ। କିନ୍ତୁ ଆପଣଙ୍କ ପାଖରେ ଯଦି ନିମ ତେଲ ଅଛି, ତେବେ ଆଉ କୌଣସି କ୍ରିମ୍‌ର ଆବଶ୍ୟକତା ନାହିଁ। ନିମ ତେଲରେ ଆଣ୍ଟି ଅକ୍ସିଡାଣ୍ଟ ଥାଏ ଏହା ଆମ ତ୍ୱଚାକୁ ପ୍ରଦୂଷଣରୁ ସୁରକ୍ଷା ଦେବା ସହ ତ୍ୱଚାର କୋମଳତା ବଢ଼ାଇଥାଏ। କେବଳ ଏତିକି ନୁହେଁ, ଏହା ତ୍ୱଚାରେ ସୃଷ୍ଟି ହେଉଥିବା କୁଞ୍ଚକୁ ଦୂର କରିବା ସହ ଏହା ଉପରେ ବୟସର ପ୍ରଭାବ ପଡ଼ିବାକୁ ଦେଇ ନଥାଏ।

ବ୍ରଣ ଦୂର କରେ

ନିମ ତେଲ ତ୍ୱଚାରୁ ବ୍ୟାକ୍ଟେରିଆ ହଟାଇ ମୁହଁକୁ ସଫା ରଖିଥାଏ। ଏହାଦ୍ୱାରା ତ୍ୱଚାର କୌଣସି କ୍ଷତି ମଧ୍ୟ ହୋଇ ନଥାଏ। ଆପଣ ଯଦି କୌଣସି ପ୍ରଦୂଷିତ ସ୍ଥାନକୁ ଯାଉଛନ୍ତି, ତେବେ ନିମ ତେଲ ଲଗାଇ ଯାଆନ୍ତୁ, ଫଳରେ ଆପଣଙ୍କ ତ୍ୱଚା ଉପରେ ପ୍ରଦୂଷଣର କୌଣସି କୁପ୍ରଭାବ ପଡ଼ିବ ନାହିଁ।

ଏକ୍‌ଜିମା ଦୂର କରେ

ନିମରେ ଭିଟାମିନ୍‌ ଇ' ଓ ଫ୍ୟାଟି ଏସିଡ୍‌ ଭରପୁର ରହିଥାଏ। ଫଳରେ ଏହା ଶୁଷ୍କ ତ୍ୱଚାରେ ସୁଧାର ଆଣିଥାଏ। ଏହାସହ ନିମ ତେଲ ଶରୀରରେ ଏକ୍‌ଜିମାର ଲକ୍ଷଣ ଦୂର କରିଥାଏ।

ସଂକ୍ରମଣରୁ ସୁରକ୍ଷା ଦିଏ

ବଜାରରେ ମିଳୁଥିବା କ୍ରିମ୍‌ ବଦଳରେ ଯଦି ଆମେ ନିମ ତେଲ ବ୍ୟବହାର କରିବା, ତେବେ ଫଙ୍ଗଲ୍‌ ଇନ୍‌ଫେକ୍ସନ୍‌ରୁ ଶୀଘ୍ର ଆରୋଗ୍ୟ ମିଳିବ। ନିମ ତେଲରେ ଆଣ୍ଟି ଫଙ୍ଗଲ ଏଜେଣ୍ଟ ଥାଏ। ଏଥିରେ ଥିବା ଭିଟାମିନ୍‌ ଏହି ତତ୍ତ୍ୱଗୁଡ଼ିକୁ ନଷ୍ଟ କରିଦିଏ, ଯାହା ଫଳରେ ସଂକ୍ରମଣ ହୋଇ ନଥାଏ।

ତ୍ୱଚାରେ ଚମକ ଭରିଥାଏ

ନିମ ତେଲ ତ୍ୱଚାକୁ ସୁନ୍ଦର ଓ ଆକର୍ଷଣୀୟ କରିଥାଏ। ଏହାର ନିୟମିତ ବ୍ୟବହାର ତ୍ୱଚାକୁ ସତେଜ ରଖେ। ଏହା ତ୍ୱଚାର ଚମକ ଓ ଉଜ୍ଜ୍ୱଳତା ବଢ଼ାଇଥାଏ।

କେଶକୁ ଲମ୍ବା, କଳା ଓ ଘନ କରିଥାଏ

ପ୍ରତିଦିନ ନିମ ତେଲ କେଶରେ ଲଗାଇଲେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ। ଫଳରେ ଚୁଟି ମଧ୍ୟ କମ୍‌ ଝଡ଼ିଥାଏ। ନିମ ଶାମ୍ଫୁ ଲଗାଇଲେ ମଧ୍ୟ ମୁଣ୍ଡ କୁଣ୍ଡାଇ ହୋଇ ନଥାଏ କି କେଶରେ ଜଟା ହୋଇ ନଥାଏ।

ଉକୁଣୀ ସଫା କରେ

ଉକୁଣୀ ଦୂର ପାଇଁ ବଜାରରେ ମିଳୁଥିବା ଔଷଧ ଲଗାଇଲେ ଏସବୁର ସାଇଡ୍‌ ଇଫେକ୍ଟ ଆଶଙ୍କା ରହିଥାଏ। ହେଲେ ନିମ ତେଲ ଲଗାଇଲେ, ଉକୁଣୀ ଖୁବ୍‌ ଶୀଘ୍ର ମରିଯା'ନ୍ତି ଓ ଏହାର କୌଣସି ସାଇଡ୍‌ ଇଫେକ୍ଟ୍ ମଧ୍ୟ ହୁଏ ନାହିଁ। ଏଥପାଇଁ ନିମ ତେଲକୁ ରାତିରେ ମୁଣ୍ଡରେ ଲଗାଇ ଦିଅନ୍ତୁ। ସକାଳେ ଉକୁଣୀ ପାନିଆରେ ମୁଣ୍ଡ କୁଣ୍ଡାଇ ଦିଅନ୍ତୁ। ଦେଖିବେ ମୁଣ୍ଡରୁ ସବୁ ଉକୁଣୀ ବାହାରି ଯିବେ।

ମଶାରୁ ମୁକ୍ତି

ନିମ ତେଲକୁ ପାଣିରେ ମିଶାଇ ଘରର ସବୁ ସ୍ଥାନରେ ସ୍ପ୍ରେ କଲେ, ଘରକୁ ମଶାଙ୍କର ଆଉ ପ୍ରବେଶ ହୁଏ ନାହିଁ। ଫଳରେ ଆପଣ ରୋଗମୁକ୍ତ ରହିବେ।

ଗଛକୁ ମଧ୍ୟ ସତେଜ ରଖେ

ଘରେ ଫୁଲ ଗଛ ଲଗାଇଛନ୍ତି  ଓ ଏଥିରେ ପୋକ ଲାଗୁଛନ୍ତି କିମ୍ବା ଏହା ଶୀଘ୍ର ଶୁଖିଯାଉଛି କି? ସପ୍ତାହରେ ଥରେ ପାଣିରେ ନିମ ତେଲ ମିଶାଇ ଗଛ ଉପରେ ସ୍ପ୍ରେ କରିଦିଅନ୍ତୁ। ଦେଖିବେ, ଗଛରେ ଆଉ ପୋକ ଲାଗିବ ନାହିଁ କି ଏହା ଶୀଘ୍ର ଶୁଖିବ ନାହିଁ।

 ଘା’ ଓ କ୍ଷତ ଶୁଖାଇ ଦିଏ

କିଛି ଭ୍ୟାସ୍‌ଲିନ୍‌ରେ ନିମ ତେଲ ମିଶାଇ କ୍ଷତ ସ୍ଥାନରେ ଲଗାନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଆରାମ ମିଳିବା ସହ କ୍ଷତ ବା ଘା' ଶୀଘ୍ର ଶୁଖିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story