ବିଶ୍ୱବିଦ୍ୟାଳୟରେ ପଢ଼ା ହେଉଛି ପ୍ରେମ ପାଠ; ଦୁଇ ବର୍ଷରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ତିନି ଗୁଣା

ନ୍ୟୁୟର୍କ: ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ଏବେବି ପ୍ରେମ ସମ୍ବନ୍ଧରେ ବିଶେଷ କିଛି ଜାଣି ନାହାନ୍ତି, ତା’ହେଲେ ଡକ୍ଟର ମେଗମ ପାଇଙ୍କ  କ୍ଲାସ୍‌ରେ ନାମ ଲେଖାନ୍ତୁ। ଦ ଗାର୍ଡିୟାନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ଡକ୍ଟର ମେଗମ୍ ପାଇ ଏକ ଅଣ୍ଡରଗ୍ରାଜୁଏଟ୍ ‘ଲଭ୍‌’ ପାଠ୍ୟକ୍ରମ ପଢ଼ାଉଛନ୍ତି। ଏହି ପାଠ୍ୟକ୍ରମକୁ ସେ ନିଜେ ଡିଜାଇନ୍ କରିଛନ୍ତି। ଆଉ ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁତ ଆଦୃତ ହୋଇଛି। ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ […]

lovepatha

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 09:53 AM IST

ନ୍ୟୁୟର୍କ: ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ଏବେବି ପ୍ରେମ ସମ୍ବନ୍ଧରେ ବିଶେଷ କିଛି ଜାଣି ନାହାନ୍ତି, ତା’ହେଲେ ଡକ୍ଟର ମେଗମ ପାଇଙ୍କ  କ୍ଲାସ୍‌ରେ ନାମ ଲେଖାନ୍ତୁ। ଦ ଗାର୍ଡିୟାନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ଡକ୍ଟର ମେଗମ୍ ପାଇ ଏକ ଅଣ୍ଡରଗ୍ରାଜୁଏଟ୍ ‘ଲଭ୍‌’ ପାଠ୍ୟକ୍ରମ ପଢ଼ାଉଛନ୍ତି। ଏହି ପାଠ୍ୟକ୍ରମକୁ ସେ ନିଜେ ଡିଜାଇନ୍ କରିଛନ୍ତି। ଆଉ ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁତ ଆଦୃତ ହୋଇଛି। ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଛନ୍ତି। ଦୁଇ ବର୍ଷରେ ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ତିନି ଗୁଣା ହୋଇଯାଇଛି।

ଗାର୍ଡିୟାନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଅଣ୍ଡରଗ୍ରାଜୁଏଟ୍ ପାଠ୍ୟକ୍ରମର ନାଁ ରଖାଯାଇଛି ‘ଲଭ୍ ଆକ୍‌ଚୁଆଲି‘ (ପ୍ରକୃତରେ ପ୍ରେମ)। ଏହାର ପ୍ରଥମ ସେମିଷ୍ଟାରରେ ମୁଖ୍ୟତଃ ପ୍ରେମର ମାନବୀୟ ଅନୁଭୂତି ଉପରେ ଆଧାରିତ। ଏହି ପାଠ୍ୟକ୍ରମ ପରିବାରର ପ୍ରେମ, ସାମୂହିକ ପ୍ରେମ ଓ ସାର୍ବଭୌମିକ ପ୍ରେମ ଆଦି ସ୍ଥାନିତ ହୋଇଛି। ଏହା ସହିତ ଜଣେ ବ୍ୟକ୍ତି ତାଙ୍କ ଜୀବନକାଳରେ କେତେ ପ୍ରକାରର ପ୍ରେମର ସମ୍ମୁଖୀନ ହୋଇଥାଏ, ତାହା ମଧ୍ୟ ପଢ଼ାଯାଏ। ରୋମାଣ୍ଟିକ୍ ଲଭ୍‌ର ବି ପାଠ ପଢ଼ାନ୍ତି ସେ।

ଡକ୍ଟର ମେଗମ୍ କହନ୍ତି,“ ପ୍ରେମ ଅନେକ ପ୍ରକାରର। ଆମେ ବାପାମା’ଙ୍କୁ ପ୍ରେମ କରୁ। ନବଜାତ ଶିଶୁଙ୍କୁ ପ୍ରେମ କରୁ। ସାଙ୍ଗମାନଙ୍କୁ ଭଲ ପାଉ। ନିଜକୁ ନିଜେ ଭଲ ପାଉ। ଆମେ ଆମ ନିଜର କାମକୁ ଭଲ ପାଉ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ଭିନ୍ନ ଏକ ଭଲ ପାଇବା ଥାଏ। କ୍ଲାସ୍‌ରେ ଏସବୁ ବିଷୟରେ ପଢ଼ାଯାଏ। ତା’ସହିତ ରୋମାଣ୍ଟିକ୍ ଲଭ୍ ପାଇଁ ବି ସମୟ ଦିଆଯାଏ।”

୪୨ ବର୍ଷୀୟ ମାନସିକ ରୋଗ ବିଶେଷଜ୍ଞ ତଥା ଆସୋସିଏଟ୍ ପ୍ରଫେସର ଡକ୍ଟ ମେଗମ୍ ପାଇ ମ୍ୟାନ୍‌ହ୍ୟାଟମ୍‌ରେ ଏକ ନର୍ସିଂହୋମ୍ ମଧ୍ୟ ଚଳାନ୍ତି।

Related story