କୌଣସି ଜାତି, ଧର୍ମ,ବର୍ଣ୍ଣ ମଧ୍ୟରେ ସୀମିତ ନାହିଁ ଶୀତଳ ଷଷ୍ଠୀ ଯାତ୍ରା

ଓଡ଼ିଶା ଶୈବ ଧର୍ମର ପ୍ରାଚୀନ ପୀଠ। ଶିବ ମନ୍ଦିରର ସୌନ୍ଦର୍ଯ୍ୟରେ ଏ ଭୂମି ଭରପୂର। ଶିବ ହେଉଛନ୍ତି, ରୌଦ୍ରର ପ୍ରତୀକ। ପାର୍ବତୀ ହେଉଛନ୍ତି, ଅଭୟଦାୟିନୀ, ଶକ୍ତି ଦାୟିନୀ ଓ ଶାନ୍ତି ପ୍ରଦାୟିନୀ। ଉଭୟଙ୍କ ମହା ମିଳନରେ ଧରାପୃଷ୍ଠ ହୁଏ ଶାନ୍ତି, ସ୍ନିଗ୍ଧ ଓ ପବିତ୍ର। ଜ୍ୟେଷ୍ଠ ମାସର ପ୍ରଚଣ୍ଡ ରୌଦ୍ର ତାପରେ ବସୁନ୍ଧରା ଯେତେବେଳେ ହୁଏ ଉତ୍ତପ୍ତ ଓ ଶୁଷ୍କ, ବର୍ଷାର ଟିକିଏ ଶୀତଳ ସ୍ପର୍ଶ ପାଇଁ ସାରା ପ୍ରାଣୀ ଜଗତ ହୁଅନ୍ତି ବିକଳ। ସମସ୍ତଙ୍କ ପ୍ରତୀକ୍ଷା […]

shitalsasthee

shitalsasthee

Jitendra Garnayak
  • Published: Friday, 07 June 2019
  • Updated: 07 June 2019, 06:05 PM IST

[caption id="attachment_391206" align="alignleft" width="150"]shushil ଡକ୍ଟର ସୁଶୀଳ କୁମାର ବାଗ୍‌[/caption]

ଓଡ଼ିଶା ଶୈବ ଧର୍ମର ପ୍ରାଚୀନ ପୀଠ। ଶିବ ମନ୍ଦିରର ସୌନ୍ଦର୍ଯ୍ୟରେ ଏ ଭୂମି ଭରପୂର। ଶିବ ହେଉଛନ୍ତି, ରୌଦ୍ରର ପ୍ରତୀକ। ପାର୍ବତୀ ହେଉଛନ୍ତି, ଅଭୟଦାୟିନୀ, ଶକ୍ତି ଦାୟିନୀ ଓ ଶାନ୍ତି ପ୍ରଦାୟିନୀ। ଉଭୟଙ୍କ ମହା ମିଳନରେ ଧରାପୃଷ୍ଠ ହୁଏ ଶାନ୍ତି, ସ୍ନିଗ୍ଧ ଓ ପବିତ୍ର। ଜ୍ୟେଷ୍ଠ ମାସର ପ୍ରଚଣ୍ଡ ରୌଦ୍ର ତାପରେ ବସୁନ୍ଧରା ଯେତେବେଳେ ହୁଏ ଉତ୍ତପ୍ତ ଓ ଶୁଷ୍କ, ବର୍ଷାର ଟିକିଏ ଶୀତଳ ସ୍ପର୍ଶ ପାଇଁ ସାରା ପ୍ରାଣୀ ଜଗତ ହୁଅନ୍ତି ବିକଳ। ସମସ୍ତଙ୍କ ପ୍ରତୀକ୍ଷା ବର୍ଷାରାଣୀର ଆଗମନକୁ। ଠିକ୍‌ ଏହି ସମୟରେ ଅନୁଷ୍ଠିତ ହୁଏ ମହାଦେବ ଶିବ ଓ ଜଗତ୍‌ଜନନୀ ମା’ ପାର୍ବତୀଙ୍କ ପବିତ୍ର ବିବାହୋତ୍ସବ। ଏହି ବିବାହରେ ଆନନ୍ଦିତ ହୋଇଉଠନ୍ତି ଦେବଗଣ। ସେମାନଙ୍କ ଶୁଭେଚ୍ଛାର ସଂକେତ ସ୍ୱରୂପ ଆକାଶ ମାର୍ଗରୁ ଝରି ପଡ଼େ ଅଜସ୍ର ବର୍ଷାର ଧାରା। ବର୍ଷାର କୋମଳ ସ୍ପର୍ଶରେ ଉତ୍ତପ୍ତ ଧରାପୃଷ୍ଠ ହୁଏ ଶାନ୍ତ ଓ ଶୀତଳ। ଶୁଷ୍କ ଧରଣୀରେ ଗଜୁରୀ ଉଠେ ସବୁଜ ଘାସପତ୍ର। ଜୀବଜଗତର ପ୍ରାଣୀମାନଙ୍କ ଭିତରେ ଖେଳି ଯାଏ ଆନନ୍ଦର ଲହରୀମାଳା। ସେମାନଙ୍କ ମନ ଭିତରେ ଭରିଯାଏ ଶାନ୍ତି ଓ ସ୍ଥିରତା। ଶୀତଳତାର ସଂକେତ ବହନ କରୁଥିବା ଶିବ-ପାର୍ବତୀଙ୍କ ବିବାହ ଉତ୍ସବକୁ ‘ଶୀତଳ ଷଷ୍ଠୀ’ କୁହାଯାଏ। ଶୀତଳ ଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ଆଧାରିତ। ପ୍ରକୃତି ସହିତ ଏହାର ସଂପର୍କ ଅତି ନିବିଡ଼।

ଓଡ଼ିଶାର ବିଭିନ୍ନ ଶୈବ ପୀଠଗୁଡ଼ିକରେ ଶିବ ବିବାହ ଉତ୍ସବ ନିରାଡ଼ମ୍ୱର ଭାବରେ ପାଳନ କରାଯାଉଥିବା ବେଳେ, ପଶ୍ଚିମ ଓଡ଼ିଶାର ସମ୍ୱଲପୁର, ବରପାଲି, ବଲାଙ୍ଗୀର, ବରଗଡ଼, ଘେଁସ, ସୁନ୍ଦରଗଡ଼, କଣ୍ଟାବାଞ୍ଜି ଓ ଭବାନୀପାଟଣା ଆଦି ସହରଗୁଡ଼ିକରେ ଆଡ଼ମ୍ୱରପୂର୍ଣ୍ଣ ଭାବରେ ପାଳିତ ହୋଇଥାଏ। ପଶ୍ଚିମ ଓଡ଼ିଶାର ବିଭିନ୍ନ ଛୋଟ ବଡ଼ ଗାଁ, ସହର ଗୁଡ଼ିକରେ ଶୀତଳ ଷଷ୍ଠୀ ପର୍ବ ପାଳିତ ହେଉଥିଲେ ମଧ୍ୟ ସମ୍ୱଲପୁର, ବରପାଲି ଓ ବଲାଙ୍ଗୀର ଶୀତଳ ଷଷ୍ଠୀ ଯାତ୍ରା ପ୍ରସିଦ୍ଧି ଲାଭ କରିବା ସହିତ ଏହାର ସ୍ୱାତନ୍ତ୍ର୍ୟ ରହିଛି। ଶୀତଳ ଷଷ୍ଠୀ ଯାତ୍ରା କୌଣସି ଜାତି, ଧର୍ମ ,ବର୍ଣ୍ଣ ମଧ୍ୟରେ ସୀମିତ ହୋଇ ନରହି ଏକ ମହାନ୍‌ ଗଣପର୍ବରେ ପରିଣତ ହୋଇଛି।

ସମ୍ୱଲପୁରରେ ଶୀତଳ ଷଷ୍ଠୀର ଯାତ୍ରାରମ୍ଭ: ସମ୍ୱଲପୁରରେ କେବେଠୁ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି, ତାର କୌଣସି ଲିଖିତ ପ୍ରମାଣ ନାହିଁ। କେବଳ ଜନଶ୍ରୁତିକୁ ଆଧାର କରି ଶୀତଳ ଷଷ୍ଠୀ ଆରମ୍ଭ ସଂପର୍କରେ ଆକଳନ କରାଯାଏ। ଏକଦା ଛତ୍ରପତି ବୀର ବଳିୟାର ସିଂହଙ୍କୁ ପୁରୀ ମହାରାଜ ନିମନ୍ତ୍ରଣ କରିଥିଲେ। ଉଦ୍ଦେଶ୍ୟ ଥିଲା ବଳିୟାର ସିଂହଙ୍କୁ ୧୮ ଗଡ଼ଜାତ ସମ୍ମାନରେ ସମ୍ମାନିତ କରିବା। ମହାରାଜାଙ୍କ ନିମନ୍ତ୍ରଣକ୍ରମେ ବଳିୟାର ସିଂହ ପହଞ୍ଚିଲେ ପୁରୀରେ। ତାଙ୍କ ଶକ୍ତି ପରୀକ୍ଷା ପାଇଁ ଚାହିଁଲେ ପୁରୀ ମହାରାଜା। ତେଣୁ ପୁରୀ ରାଜ ଦରବାରର ଶ୍ରେଷ୍ଠ ୭ ଜଣ ମଲ୍ଲ ଯୋଦ୍ଧାଙ୍କୁ ଲଗାଇଥିଲେ। ରାଜସଭାକୁ ପ୍ରବେଶ କରି ବଳିୟାର ସିଂହ ପୁରୀ ମହାରାଜାଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ମଲ୍ଲ ଯୋଦ୍ଧାମାନେ ହଠାତ୍‌ ଆକ୍ରମଣ କଲେ ବୀର ବଳିୟାର୍ ସିଂହଙ୍କ ଉପରେ। ଅତର୍କିତ ଆକ୍ରମଣରେ ତିଳେ ହେଁ ବିଚଳିତ ହେଲେନି ସେ। ନିଜ ପଗଡ଼ି ଭିତରେ ଥିବା ମା’ ସମଲେଶ୍ୱରୀଙ୍କ ଏକ ତରବାରୀ ବାହାର କରି ମଲ୍ଳଯୋଦ୍ଧାଙ୍କ ସହ ଲଢ଼େଇ କଲେ। ଶେଷରେ ବଳିୟାର ସିଂହଙ୍କଠାରୁ ପରାସ୍ତ ହେଲେ ରାଜାଙ୍କ ମଲ୍ଳଯୋଦ୍ଧାମାନେ। ବଳିୟାର ସିଂହଙ୍କ ବୀରତ୍ୱ ଓ ଅପୂର୍ବ ସାହସିକ ଶକ୍ତି ପ୍ରଦର୍ଶନରେ ଅଭିଭୂତ ହେଲେ ପୁରୀ ମହାରାଜା। ସିଂହାସନରୁ ମହାରାଜ ଓହ୍ଲାଇ ବଳିୟାର ସିଂହଙ୍କ ସାହସିକତାର ଭୂୟସୀ ପ୍ରଶଂସା କଲେ। ଆଉ ବଳିୟାର ସିଂହଙ୍କୁ ପୁରସ୍କାର ଦେବାକୁ ଘୋଷଣା କଲେ। ସମ୍ୱଲପୁରରେ ବ୍ରାହ୍ମଣ ଜାତି ନଥିବାରୁ ସେ ମହାରାଜାଙ୍କୁ କେତେଜଣ ବ୍ରାହ୍ମଣ ଦେବାକୁ ଅନୁରୋଧ କଲେ। ବଳିୟାରଙ୍କ ଅନୁରୋଧକ୍ରମେ ମହାରାଜା ପୁରୀରୁ କେତୋଟି ବ୍ରାହ୍ମଣ ପରିବାରଙ୍କୁ ପଠାଇଲେ ସମ୍ୱଲପୁର। ପୁରୀରୁ ବ୍ରାହ୍ମଣମାନେ ସମ୍ୱଲପୁର ଆସିବା ପରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିବା ଅନୁମାନ କରାଯାଏ।

shitalshashti1ସମ୍ୱଲପରରେ ଶୀତଳ ଷଷ୍ଠୀ ଯାତ୍ରା ପରମ୍ପରା ପ୍ରାୟ ୪୦୦ ବର୍ଷରୁ ଅଧିକ। କିନ୍ତୁ ଏସଂପର୍କିତ କୌଣସି ଲିଖିତ ପ୍ରମାଣ ନାହିଁ। ତେବେ ୧୭୬୨ ମସିହାରେ ବାଲୁଗ୍ଧେଶ୍ୱର ମନ୍ଦିର ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଏକ ମୋକଦ୍ଦମା ହୋଇଥିଲା। ମନ୍ଦିର ପୂଜକ ଚେରେଙ୍ଗାମାଳୀ କୋର୍ଟରେ ଦେଇଥିବା ବୟାନ ଲିପିବଦ୍ଧ ହୋଇଥିଲା। ସେଇ ବୟାନରେ ଉଲ୍ଲେଖ ଅଛି,“ଷଷ୍ଠୀ ଯାତ୍ରା କେବେଠୁ ଆରମ୍ଭ ହେଲା ମୁଁ ଜାଣିନି। ହଁ ମୋର ବାପା, ଅଜା କହୁଥିଲେ, ଏହି ଯାତ୍ରା ବହୁ ଆଗରୁ ପାଳିତ ହୋଇଆସୁଛି।” ତେବେ ବାଲୁଗ୍ଧେଶ୍ୱର ବାବାଙ୍କ ମନ୍ଦିରର ପୂଜକଙ୍କ ଏହି ବୟାନକୁ ଦେଖିଲେ ପ୍ରାୟ ୪୦୦ ବର୍ଷ ପୂର୍ବରୁ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିବା ଅନୁମାନ କରାଯାଏ। ସମ୍ୱଲପୁରରେ ପ୍ରଥମେ ଝାଡୁଆପଡ଼ାର ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିବା ଜଣାଯାଏ। ତେବେ ଶିବ ବିବାହ ପରମ୍ପରା ନନ୍ଦପଡ଼ାରେ ଆରମ୍ଭ ହୋଇଥିବା କୁହାଯାଏ।

ଥାଳ ଉଠା: ଶୀତଳ ଷଷ୍ଠୀ ଯାତ୍ରା ଅବଧି ମାସାଧିକ କାଳ। ପବିତ୍ର ଅକ୍ଷୟ ତୃତୀୟଠାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ସପ୍ତମୀ ଦିନ ଶେଷ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ଥାଳ ଉଠେ। ଏହି ଦିନ ପଡ଼ାର ମୁରବୀମାନେ ଏକତ୍ରିତ ହୋଇଥା’ନ୍ତି। ଆଉ ଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥା’ନ୍ତି। ଅକ୍ଷୟ ତୃତୀୟା ଦିନ ଟିକା ସଂଗ୍ରହରେ ଲାଗିପଡ଼ନ୍ତି ପଡ଼ା ମୁରବୀମାନେ। ସେଇ ଦିନ ମଧ୍ୟ କନ୍ୟାପିତା ମନୋନୟନ କରାଯାଇଥାଏ।

ପତର୍ ପେଣ୍ଡି: ଶିବ ବିବାହ ପାଇଁ ପଡ଼ାର ମୁରବୀମାନେ କନ୍ୟା ଅନ୍ୱେଷଣରେ ବାହାରିଥା’ନ୍ତି। କନ୍ୟାପିତାଙ୍କ ପକ୍ଷରୁ ଏମାନଙ୍କୁ ଭବ୍ୟ ସ୍ୱାଗତ କରାଯାଏ। ଶିବପାର୍ବତୀଙ୍କ ବିବାହ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲେ। ଶିବଙ୍କ ସହ ପାର୍ବତୀଙ୍କ ବିବାହ ପାଇଁ ଲଗ୍ନ ସ୍ଥିର କରାଯାଏ। ବିବାହ ପାଇଁ ସର୍ଗି ପତ୍ର (ଶାଳ ପତ୍ର)ରେ ଫୁଲ, ବେଲପତ୍ର ଦିଆଯାଇ ନିର୍ବନ୍ଧ କରାଯାଉଥିବାରୁ ଏହାକୁ ‘ପତର୍‌ ପେଣ୍ଡି’ କୁହାଯାଏ। ଲଗ୍ନ ଅନୁସାରେ ନନ୍ଦପଡ଼ା ବଂ ବରାଡ଼ ବାଲୁଗ୍ଧେଶ୍ୱର ବାବାଙ୍କ ‘ପତର୍ ପେଣ୍ଡି’ ପ୍ରତିପଦା ତିଥିରେ ହେଉଥିବାବେଳେ ଝାଡୁଆପଡ଼ାର ଲୋକନାଥ ବାବା ଓ ମୁଦିପଡ଼ା ଜାଗେଶ୍ୱର ବାବାଙ୍କ ‘ପତର୍ ପେଣ୍ଡି’ ଉତ୍ସବ ତୃତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ।

ଗୁଆଗୁଣ୍ଡା: ଦେବଦମ୍ପତିଙ୍କ ବିବାହ ପାଇଁ ବିଭିନ୍ନ ଦେବଦେବୀଙ୍କୁ ନିମନ୍ତ୍ରଣ କରିବାର ବିଧି ଅତ୍ୟନ୍ତ ମନୋରମ। ଏହି ପରମ୍ପରାକୁ ‘ଗୁଆଗୁଣ୍ଡା’ କୁହାଯାଏ। ସାଧାରଣତଃ ବିବାହ ସମୟରେ ଯେପରି ପ୍ରିୟପରିଜନ ଓ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରାଯାଏ ଠିକ୍‌ ସେମିତି ମହାଦେବ ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ମଧ୍ୟ ଦେବଦେବୀଙ୍କ ନିଉତା ବା ନିମନ୍ତ୍ରଣ କରାଯାଏ। ନନ୍ଦପଡ଼ାର ବାବା ବାଲୁଗ୍ଧେଶ୍ୱରଙ୍କ ପକ୍ଷରୁ ନୃସିଂହ ମହାପ୍ରଭୁ ନିମନ୍ତ୍ରଣ କରୁଥିବାରୁ ଏହାକୁ ‘ନୃସିଂହ ନିଉତା’ କୁହାଯାଏ। ଝାଡୁଆପଡ଼ାର ଲୋକନାଥ ବାବା ଏବଂ ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ତରଫରୁ ହନୁମାନ ଏକ ସ୍ୱତନ୍ତ୍ର ସୁସଜ୍ଜିତ ବିମାନରେ ଦେବଦେବୀଙ୍କୁ ନିମନ୍ତ୍ରଣ କରିବା ପାଇଁ ବିଭିନ୍ନ ମନ୍ଦିରକୁ ଯାଇଥା’ନ୍ତି। ଦେବ ନିମନ୍ତ୍ରଣ ଶୋଭାଯାତ୍ରାରେ ଭକ୍ତମାନେ ବିଭୋର ହୋଇ ନାଚୁ ଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ।

ଗଁଠଲା ହିଟା: ପ୍ରଥା ଅନୁଯାୟୀ ପ୍ରତିବର୍ଷ କନ୍ୟାପିତା ମନୋନୟନ କରାଯାଏ। ଗୁଆଗୁଣ୍ଡାର ପରଦିନ ପୂର୍ବାହ୍ନରେ ହୁଏ ‘ଗଁଠଲାହିଟା’ ବା ‘ଗଣ୍ଠାଳ ଖୁଲା’। ପ୍ରଥମେ ମହାଦେବ ଶିବ ଓ ଦେବୀ ପାର୍ବତୀ ପୂର୍ବ ବର୍ଷର କନ୍ୟାପିତା ଘରକୁ ଯାଆନ୍ତି। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ସେଠାରେ ଗଣ୍ଠାଳ ଖୁଲା ପର୍ବ ଅନୁଷ୍ଠିତ ହୁଏ। ତା’ପରେ ଶିବ ପାର୍ବତୀଙ୍କୁ ମନ୍ଦିରକୁ ଏକ ଶୋଭାଯାତ୍ରାରେ ଅଣାଯାଏ। ଏଥିରେ ବିଭିନ୍ନ ପାରମ୍ପରିକ ସମ୍ୱଲପୁରୀ ପଞ୍ଚବାଦ୍ୟର ଧ୍ୱନି ମଧ୍ୟରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି। ମନ୍ଦିର ପ୍ରତ୍ୟାବର୍ତ୍ତମନ ପରେ ନୂତନ କନ୍ୟାପିତା ସସ୍ତ୍ରୀକ ଜ୍ଞାତିକୁଟୁମ୍ୱ, ପ୍ରିୟପରିଜନଙ୍କ ସହିତ ମନ୍ଦିରରେ ପହଞ୍ଚିଥା’ନ୍ତି। ସେଠାରେ ପୂଜା ପାଠ କଲା ପରେ ପାର୍ବତୀଙ୍କୁ ନିଜ ଝିଅ ରୂପରେ ଗ୍ରହଣ କରନ୍ତି।

କନ୍ୟା ଆଗମନ: ଗଣ୍ଠାଳ ଖୁଲା ପରେ ଦେବୀ ପାର୍ବତୀଙ୍କୁ ମନ୍ଦିରରୁ ବିବାହ ନିମନ୍ତେ ନୂତନ କନ୍ୟାପିତା ନିଜ ଘରକୁ ଆଣିଥା’ନ୍ତି। ଏବଂ ପରିବାରର ସମସ୍ତେ ଦେବୀ ପାର୍ବତୀଙ୍କ ବିବାହର ପ୍ରସ୍ତୁତି ପାଇଁ ଲାଗି ପଡ଼ନ୍ତି। ହିନ୍ଦୁ ପରମ୍ପରା ଅନୁଯାୟୀ, ଦେବୀ ପାର୍ବତୀଙ୍କୁ ଗନ୍ଧଷଣ, ବନ୍ଦାପଣା କରାଯାଏ। ତା’ପରେ ପାର୍ବତୀ ବଧୂ ବେଶରେ ସଜ୍ଜିତ ହୋଇ ଶିବଙ୍କୁ ଅପେକ୍ଷା କରିଥା’ନ୍ତି।

ବରାତ: ଦେବୀ ପାର୍ବତୀଙ୍କ ପରି ସ୍ୱର୍ଣ୍ଣ, ରୌପ୍ୟ, ମୋତିମାଣିକ୍ୟରେ ମହାଦେବଙ୍କ ଶିଙ୍ଗାର କରାଯାଏ। ତା’ପରେ ମହାଦେବ ବୃଷଭ ପିଠିରେ ବସି ବରଯାତ୍ରୀରେ ବାହାରନ୍ତି। ବରବେଶରେ ସୁସଜ୍ଜିତ ମହାଦେବ ଶିବ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ଏକ ବିରାଟ ଶୋଭାଯାତ୍ରାରେ ଆସନ୍ତି। ଏହି ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନେତୃତ୍ୱ ନେଇଥା’ନ୍ତି ହନୁମାନ ଓ ନୃସିଂହ ମହାପ୍ରଭୁ। ପଶ୍ଚିମ ଓଡ଼ିଶାର ଘୁମୁରା, ଦୁଲ୍‌ଦୁଲି, ସଂପ୍ରଦା, ଘଣ୍ଟ ବାଦ୍ୟ, ଶଙ୍ଖ ଆଦି ବିଭିନ୍ନ ବାଦ୍ୟର ତାଳେତାଳେ ଶୈବ ଭକ୍ତଗଣ ବିଭୋର ହୋଇ ନୃତ୍ୟ କରନ୍ତି। ବରଯାତ୍ରୀ କନ୍ୟା ଘରେ ପହଞ୍ଚିଲା ପରେ କନ୍ୟାପିତାଙ୍କ ପକ୍ଷରୁ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଏ। କନ୍ୟାପିତାଙ୍କ ତରଫରୁ ବରପକ୍ଷର ଲୋକଙ୍କୁ ଶ୍ରଦ୍ଧା ଓ ସମ୍ମାନ ସହିତ ଖାଦ୍ୟପେୟ ଦେଇ ତୃପ୍ତ କରାଯାଏ।

ବିବାହ: ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ସଂପୂର୍ଣ୍ଣ ହିନ୍ଦୁ ପରମ୍ପରା ଅନୁସରଣରେ ଅନୁଷ୍ଠିତ ହୁଏ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ପରିଣୟ ପର୍ବ। ବ୍ରାହ୍ମଣ ଓ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପବିତ୍ର ହୋଇଉଠେ ସାରା ପରିବେଶ। କନ୍ୟାପିତା-ମାତା ପାର୍ବତୀଙ୍କୁ କନ୍ୟାଦାନ କରନ୍ତି। ଦେବୀ ପାର୍ବତୀଙ୍କୁ ଝିଅ ରୂପରେ ପାଇ ନିଜକୁ ଗୌରବାନ୍ୱିତ ମନେ କରନ୍ତି କନ୍ୟା ପିତା-ମାତା। ସାମାଜିକ ପ୍ରଥା ଅନୁଯାୟୀ ଜାନି ଯୌତୁକ ଦେଇ ଝିଅକୁ ବିଦାୟ ଦିଅନ୍ତି। ଏଥିରେ ପିତୃମାତୃ ହୃଦୟର ବେଦନା ପରିବେଶକୁ ଭାବମୟ କରି ତୋଳେ।

କନ୍ୟାବିଦାୟ: ଶ୍ମଶାନଚାରୀ ଶିବଙ୍କ ପବିତ୍ର ବିବାହ ଉତ୍ସବ ସଂପନ୍ନ ପରେ ଆରମ୍ଭ ହୁଏ କନ୍ୟା ବିଦାୟ। ମା’ଙ୍କୁ ଝିଅ ରୂପରେ ପାଇଥିବା ପିତା-ମାତା କନ୍ୟା ବିଦାୟ ସମୟରେ ଭାବବିହ୍ୱଳ ହୋଇ କନ୍ଦି ପକାନ୍ତି। ଆବେଗମୟ ହୋଇଉଠେ ସାରା ପରିବାର ଲୋକଙ୍କ ହୃଦୟ। କନ୍ୟା ବିଦାୟ ପରେ ଦେବ ଦମ୍ପତି ଏକ ବିରାଟ, ଆଡ଼ମ୍ୱରପୂର୍ଣ୍ଣ ଶୋଭାଯାତ୍ରାରେ ପ୍ରତ୍ୟାବର୍ତ୍ତନ କରନ୍ତି ସ୍ୱମନ୍ଦିରକୁ। ଲକ୍ଷଲକ୍ଷ ଲୋକଙ୍କ ଭିଡ଼ ଜମେ ଏହି ଆକର୍ଷଣୀୟ ଶୋଭାଯାତ୍ରା ଦେଖିବାକୁ। ହଜାର ହଜାର କଳାକାର ନୃତ୍ୟ, ଗୀତରେ ମସ୍‌ଗୁଲ ହେବାର ଦୃଶ୍ୟ ଏକ ଅଭୂତପୂର୍ବ ବାତାବରଣ ସୃଷ୍ଟି କରିଥାଏ। ସମଗ୍ର ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରାଣସ୍ପନ୍ଦନ ଏଠାରେ ଅନୁଭବ କରିହୁଏ।

ମନ୍ଦିର ପ୍ରବେଶ: ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଶେଷ ହୁଏ ମହାଦେବ ଶିବ ଓ ଦେବୀ ପାର୍ବତୀ ମନ୍ଦିରକୁ ପହଞ୍ଚିବା ପରେ। ଦେବ ବିବାହ ପରେ ଦେବ ଦମ୍ପତି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଆସି ମନ୍ଦିରରେ ପହଞ୍ଚନ୍ତି। ମନ୍ଦିର ପ୍ରବେଶ ପୂର୍ବରୁ ମହାଆଳତି ହୁଏ। ମହାଆଳତି ପରେ ଦେବ ଦମ୍ପତି ମନ୍ଦିର ପ୍ରବେଶ କରନ୍ତି। ସେଇଠି ହିଁ ଶେଷ ହୁଏ ଶୀତଳ ଷଷ୍ଠୀ ଯାତ୍ରାର ମହାପର୍ବ।

kinnaraଆକର୍ଷଣର କେନ୍ଦ୍ରବିନ୍ଦୁ ରଙ୍ଗ: ସମ୍ୱଲପୁର ଶୀତଳ ଷଷ୍ଠୀ ଯାତ୍ରାର ଅନ୍ୟତମ ଆକର୍ଷଣ ରଙ୍ଗ ବା କିନ୍ନରମାନେ। ଏମାନେ ସମ୍ୱଲପୁରରେ ନ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରା ଜମେ ନାହିଁ। ଷଷ୍ଠୀ ଯାତ୍ରା ଆସିଲେ, କିନ୍ନରଙ୍କ ଭିଡ଼ ଜମେ ସମ୍ୱଲପୁରରେ। ସମ୍ୱଲପୁର ରାଜରାସ୍ତାରେ ରଙ୍ଗମାନଙ୍କ ଯିବାଆସିବା ଦେଖିଲେ ଲୋକେ ବୁଝି ଯାଆନ୍ତି ଶୀତଳ ଷଷ୍ଠୀ ପାଖେଇ ଆସୁଛି। ସହରର ପ୍ରତିଟି ଗଳି କନ୍ଦିରେ ଭିଡ଼ ଜମେ ଏମାନଙ୍କର। ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ପ୍ରତିବର୍ଷ ପ୍ରାୟ ୪ ହଜାର କଳାକାରଙ୍କ ସମାଗମ ହୋଇଥାଏ। ଏହି କଳାକାରମାନେ କେବଳ ମୁଖ୍ୟ ଯାତ୍ରାରେ ସାମିଲ ହେଉଥିବାବେଳେ ରଙ୍ଗମାନେ ପତରପେଣ୍ଡିରୁ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥା’ନ୍ତି। ପ୍ରବଳ ଖରାରେ ମଧ୍ୟ ପଶ୍ଚିମ ଓଡ଼ିଶାର ପାରମ୍ପରିକ ଦୁଲ୍‌ଦୁଲି ବାଜାର ତାଳେତାଳେ ଏମାନେ ନୃତ୍ୟ କରିଥା’ନ୍ତି। ଯୁବକମାନଙ୍କ ଟାହିଟାପରା, ଥଟ୍ଟା ତାମସାକୁ ଭୃକ୍ଷେପ କରନ୍ତି ନାହିଁ ଏମାନେ। କେଉଁଠି ଥାଆନ୍ତି ଏମାନେ? କିଏ ମାନଙ୍କୁ ନିମନ୍ତ୍ରଣ କରେ? କ’ଣ ପାଇଁ ଏମାନେ ଟାଣି ହୋଇ ଆସନ୍ତି ଶୀତଳ ଷଷ୍ଠୀ ଯାତ୍ରାକୁ? ସେ ସବୁ ଏକ ଏକ ଅସମାହିତ ପ୍ରଶ୍ନ । ମହାଦେବ ଶିବ ଓ ମାତା ପାର୍ବତୀଙ୍କ ଯୁଗଳ ଦର୍ଶନ ତଥା ଦେବଦମ୍ପତିଙ୍କ ଆଗରେ ଉନ୍ମତ୍ତ ହୋଇ ନୃତ୍ୟ କଲେ ପୁଣ୍ୟ ମିଳେ ଓ କିନ୍ନର ଜନ୍ମରୁ ମୁକ୍ତି ମିଳେ ବୋଲି ସେମାନଙ୍କର ଗଭୀର ବିଶ୍ୱାସ ରହିଛି। ବୋଧ ହୁଏ ଏହି ଦୃଢ଼ ବିଶ୍ୱାସ ସେମାନଙ୍କୁ ବିନା ନିମନ୍ତ୍ରଣରେ ମଧ୍ୟ ଟାଣି ଆଣେ ଶୀତଳ ଷଷ୍ଠୀ ଯାତ୍ରାକୁ। ଯାତ୍ରା କମିଟି ପକ୍ଷରୁ କେବଳ ସେମାନଙ୍କର ରହିବା, ଖାଇବା ଏବଂ ଅଳତା, ସ୍ନୋ, ପାଉଡ଼ର ମାଖିବାର ଖର୍ଚ୍ଚ ଦିଆଯାଇଥାଏ। ଶୀତଳ ଷଷ୍ଠୀ ଯାତ୍ରାର ମାହୋଲକୁ ଅଧିକ ସରଗରମ କରିଥା’ନ୍ତି ଏହି କିନ୍ନରମାନେ।

dancingପୁରାତନରେ ଆଧୁନିକତାର ପ୍ରଭାବ: ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ଆଧାରିତ। ତେଣୁ ଏହି ଯାତ୍ରା ବହୁ ପୁରାତନ ଲୋକକଳା, ସଂସ୍କୃତି, ସାମାଜିକ ପରମ୍ପରାର ଏକ ସମ୍ମିଶ୍ରଣ। କିନ୍ତୁ ଧୀରେଧୀରେ ଆଧୁନିକତାର ପ୍ରଭାବରେ ଫିକା ପଡ଼ି ଯାଉଛି ପୁରାତନ ଲୋକକଳା ଓ ସଂସ୍କୃତି। ଯୁଗ ବଦଳିବା ସଙ୍ଗେସଙ୍ଗେ ଲୋକଙ୍କ ରୁଚି ମଧ୍ୟ ବଦଳୁଛି। ଆଗରୁ ଯାତ୍ରାରେ ସାମିଲ ହେଉଥିଲା କେବଳ ଲୋକନୃତ୍ୟ ଓ ଲୋକଗୀତ। କିନ୍ତୁ ଏବେ ଯାତ୍ରାରେ ଆଲବମ୍‌ କଳାକାର, ରେକର୍ଡ ଡ୍ୟାନ୍ସ ଓ ଅକ୍ରେର୍ଷ୍ଟ୍ରା ଦେଖିବାକୁ ମିଳୁଛି। ବିଭିନ୍ନ ଫିଲ୍ମ ଗୀତରେ ସୁରେସୁରେ ନର୍ତ୍ତକୀମାନଙ୍କ ନୃତ୍ୟ ଯୁବକମାନଙ୍କ ଭିତରେ ଉନ୍ମାଦନା ସୃଷ୍ଟି କରୁଛି। ବମ୍ୱେ, କୋଲକତା, ରାୟପୁର, ନାଗପୁର ପ୍ରଭୃତି ବଡ଼ବଡ଼ ନଗରୀରୁ ନର୍ତ୍ତକୀମାନଙ୍କୁ ଅଣାଯାଉଛି ଶୀତଳ ଷଷ୍ଠୀ ଯାତ୍ରାକୁ। ନର୍ତ୍ତକୀଙ୍କ ରଥ ଚାରି ପାଖରେ ଭିଡ଼ ଜମେ ଦର୍ଶକଙ୍କ। କିନ୍ନରମାନଙ୍କ ବେଶ ପୋଷାକରେ ବି ଆସିଛି ପରିବର୍ତ୍ତନ। ଶାଢ଼ି ବଦଳରେ ସେମାନେ ପିନ୍ଧୁଛନ୍ତି ଜିନ୍ସ ପ୍ୟାଣ୍ଟ, ଟି -ସାର୍ଟ। କଥାବାର୍ତ୍ତା କରୁଛନ୍ତି ହିନ୍ଦୀ ଓ ଇଂରାଜୀରେ। ରଙ୍ଗବେରଙ୍ଗ ସାଜସଜ୍ଜା ସହିତ ଘୂର୍ଣ୍ଣାୟମାନ ମେଢ଼ ପ୍ରସ୍ତୁତ କରାଯାଉଛି।

ସମ୍ୱଲପୁର ଝାଡୁଆପଡ଼ାର ଲୋକନାଥ ବାବା, ନନ୍ଦପଡ଼ାର ବଂ ବରାଡ଼ ବାଲୁଗ୍ଧେଶ୍ୱର ବାବା ଏବଂ ମୁଦି ପଡ଼ାର ଜାଗେଶ୍ୱର ବାବାଙ୍କ ପବିତ୍ର ବିବାହ ମହୋତ୍ସବ ସମେତ ସହରର ଅନ୍ୟ ଶୈବ ପୀଠ ଗୁଡ଼ିକରେ ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୁଏ। ଗତ କିଛି ବର୍ଷ ହେଲା ବଡ଼ ବଜାରରେ ମହା ଆଡ଼ମ୍ୱର ସହକାରେ ପାଳିତ ହେଉଛି ଷଷ୍ଠୀ ଯାତ୍ରା। ବଡ଼ବଜାର ଅଞ୍ଚଳର କିଛି ଉତ୍ସାହୀ ଯୁବକ ଓ ମୁରବୀମାନଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଶୀତଳେଶ୍ୱର ବାବାଙ୍କ ଷଷ୍ଠୀ ଯାତ୍ରା। ଏହା ବ୍ୟତୀତ ଭତରାର ସପ୍ନେଶ୍ୱର ବାବା, ଠାକୁର ପଡ଼ାର ଗୁପ୍ତେଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା, ଗୁଢ଼ିଆଳୀ ବନ୍ଧର ଭୁବନେଶ୍ୱର ବାବା, ବୁଢ଼ାରଜାର କୋଶଳେଶ୍ୱର ବାବା, କଟରଧୁଆର ମହାକାଳେଶ୍ୱର ବାବା, ସହର ଉପକଣ୍ଠସ୍ଥ ସିନ୍ଦୁରପଙ୍କର ତାରେକଶ୍ୱର ବାବା, ମାନେଶ୍ୱରର ମାନଧାତା ବାବାଙ୍କ ବିବାହ ଉତ୍ସବ ବା ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି। ଆୟୋଜନ ଛୋଟ ହେଲେ ବି ଭକ୍ତି ଭାବରେ ବନ୍ଧା ଥାଏ ଭକ୍ତଙ୍କ ମନ।

sambalpurସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାକୁ ସମଗ୍ର ପଶ୍ଚିମ ଓଡ଼ିଶାର ଲୋକେ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବରେ ଗ୍ରହଣ କରିଥାନ୍ତି। ଯାତ୍ରାକୁ ଉପଭୋଗ କରିବା ସହ ଜଗତର କଲ୍ୟାଣ ନିମନ୍ତେ, ସୁଖ ଓ ଶାନ୍ତିରେ ଜୀବନ ନିବାର୍ହ କରିବା ପାଇଁ ଲୋକେ ଭୋଳାନାଥ ବାବା ଓ ମାତା ପାର୍ବତୀଙ୍କୁ ପ୍ରାର୍ଥନା କରନ୍ତି ମନେମନେ। ମହାଦେବ ଶିବ ଓ ଜଗତଜନନୀ ମା’ ପାର୍ବତୀଙ୍କ ପରିଣୟ ଉତ୍ସବ ଦର୍ଶନ କରି କୋଟି ପୁଣ୍ୟ ଲାଭ କରନ୍ତି ଜନସାଧାରଣ।

କେବଳ ପଶ୍ଚିମ ଓଡ଼ିଶା ନୁହେଁ, ସମଗ୍ର ଓଡ଼ିଶାର ବିଭିନ୍ନ ଅଞ୍ଚଳ ତଥା ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ପ୍ରଭୃତି ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ବହୁ ଦର୍ଶକଙ୍କ ଭିଡ଼ ଜମେ ଶୀତଳ ଷଷ୍ଠୀ ଯାତ୍ରା ଦେଖିବା ପାଇଁ। ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରରେ ଲକ୍ଷ ଲକ୍ଷ ଦର୍ଶକ ଯେପରି ଆପଣାକୁ ଯାତ୍ରାରେ ଆନନ୍ଦମୟ ପରିବେଶ ସହିତ ସାମିଲ କରିଥା’ନ୍ତି, ତାହା ବାସ୍ତବରେ ସମଗ୍ର ଭାରତବର୍ଷର ଏକ ଉଲ୍ଲେଖଯୋଗ୍ୟ ଘଟଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story