‘ପ୍ରାଧାନମନ୍ତ୍ରୀ’ ଚରାନ୍ତି ଛେଳି ଓ ‘ରାଷ୍ଟ୍ରପତି’ ଜମିରେ ମଡ଼ାନ୍ତି ପାଣି; ପଢ଼ନ୍ତୁ କେଉଁଠି?

ନୂଆଦିଲ୍ଲୀ: ଆପଣ ଏହା ପଢ଼ିବା ମାତ୍ରେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଏହା ସତ। ଆପଣ କେବେ ଶୁଣି ନ ଥିବେ କୌଣସି ଦେଶର ’ପ୍ରାଧାନମନ୍ତ୍ରୀ’ ଛେଳି ଚରାଇବାକୁ ଯାଆନ୍ତି ଆଉ ‘ରାଷ୍ଟ୍ରପତି’ କ୍ଷେତରେ ପାଣି ମଡ଼ାନ୍ତି। କିନ୍ତୁ ଆମେ ଏଠାରେ ଯେଉଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କଥା କହୁଛୁ ସେମାନେ ଏକ ଗାଁରେ ରହନ୍ତି। ପୁଣି ସେଇ ଗାଁଟି ଆମ ଭାରତରେ।  ରାଜସ୍ତାନର ବୁନ୍ଦି ଜିଲ୍ଲାରେ ଥିବା ଏହି ଗାଁର ନାଁ ରାମନଗର।  ଏଠାରେ ପ୍ରାୟ […]

goats

Rakesh Mallick
  • Published: Monday, 01 May 2017
  • , Updated: 01 May 2017, 12:34 PM IST

ନୂଆଦିଲ୍ଲୀ: ଆପଣ ଏହା ପଢ଼ିବା ମାତ୍ରେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଏହା ସତ। ଆପଣ କେବେ ଶୁଣି ନ ଥିବେ କୌଣସି ଦେଶର ’ପ୍ରାଧାନମନ୍ତ୍ରୀ’ ଛେଳି ଚରାଇବାକୁ ଯାଆନ୍ତି ଆଉ ‘ରାଷ୍ଟ୍ରପତି’ କ୍ଷେତରେ ପାଣି ମଡ଼ାନ୍ତି। କିନ୍ତୁ ଆମେ ଏଠାରେ ଯେଉଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କଥା କହୁଛୁ ସେମାନେ ଏକ ଗାଁରେ ରହନ୍ତି। ପୁଣି ସେଇ ଗାଁଟି ଆମ ଭାରତରେ।  ରାଜସ୍ତାନର ବୁନ୍ଦି ଜିଲ୍ଲାରେ ଥିବା ଏହି ଗାଁର ନାଁ ରାମନଗର।  ଏଠାରେ ପ୍ରାୟ ୫୦୦ ଲୋକ ରହନ୍ତି। ସେମାନେ ସମସ୍ତେ କଞ୍ଜର ଓ ମୋଗିଆ ସମ୍ପ୍ରଦାୟର। ଗାଁର ଅଧିକାଂଶ ଲୋକ ଅଶିକ୍ଷିତ। କିନ୍ତୁ ସେମାନେ ନିଜ ପିଲାମାନଙ୍କ ନାମ ସରକାରୀ ପଦପଦବୀ ନାଁରେ ଦେଇ ଥାଆନ୍ତି ଯେମିତିକି- ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଆଇଜି, ଏସ୍‌ପି, ହାବିଲଦାର ଓ ମାଜିଷ୍ଟ୍ରେଟ୍‌ ଇତ୍ୟାଦି। ମୋବାଇଲ୍ ଫୋନ୍ ସହିତ ଜଡ଼ିତ ନାଁ ବି ଦେଉଛନ୍ତି। ଏଠାରେ ଅନେକ ପିଲାଙ୍କ ନାଁ ଏଣ୍ଡଡ୍ରଏଡ୍‌, ସିମ୍‌କାର୍ଡ, ଚିପ୍‌, ଜିଓନି ଓ ମିସ୍ କୋଲ୍‌ ମଧ୍ୟ ଦିଆଯାଇଛି।

ଏହି ଗାଁରେ ରହୁଥିବା ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କ ନାଁ କଲେକ୍ଟର। ଏହି କଲେକ୍ଟର ଜଣକ ସ୍କୁଲ ପିଣ୍ଡା ମାଡ଼ି ନାହାନ୍ତି। ସେହିପରି ଏଠାରେ ହାଇକୋର୍ଟ ନାମକ ଜଣେ ବ୍ୟକ୍ତି ଅଛନ୍ତି। ସେ ଜନ୍ମ ହେବା ପରେ ତାଙ୍କ ଦାଦାଙ୍କୁ ଏକ ମାମଲାରେ ହାଇକୋର୍ଟରୁ ଜାମିନ୍‌ ମିଳିଥିଲା। ପରେ ଏହି ପିଲାଟିର ନାମ ହାଇକୋର୍ଟ ରଖାଯାଇଥିଲା। କେବଳ ସେତିକି ନୁହେଁ, ଗୋଟିଏ ପରିବାର ସେମାନଙ୍କ ପିଲାଙ୍କ ନାମ ସୋନିଆ, ରାହୁଲ ଓ ପ୍ରିୟଙ୍କା ରଖିଛି।

Related story