ମୁମ୍ୱାଇ: ଫିଲ୍ମ ‘ବାହୁବଲୀ’ର ଫିଭର୍ ଏବେ ଚାରିଆଡେ ଦେଖିବାକୁ ମିଳୁଛି। ଯାହାକୁ ଦେଖିଲେ ‘ବାହୁବଲୀ’ ବିଷୟରେ କଥା ହେଉଛନ୍ତି। ସବୁଠି ‘ବାହୁବଲୀ’ର ଭୁରି ଭୁରି ପ୍ରଶଂସା। ଏହାର ସୁଯୋଗ ନେଇ ଅନେକ ‘ବାହୁବଲୀ’ ବ୍ରାଣ୍ଡର ସାମଗ୍ରୀ ବିକିବା ଆରମ୍ଭ କରି ଦେଇଛନ୍ତି। କେଉଁଠି ବାହୁବଲୀ ଥାଳି ପ୍ରସ୍ତୁତ କରାଯାଉଛି ତ ଆଉ କୋଉଠି ସ୍ପେଶାଲ ବର୍ଗର ଲୋକଙ୍କ ମନ ମହୁଛି। ଏବେ ବଜାରରେ ଉପଲବ୍ଧ ହେଉଛି ‘ବାହୁବଲୀ’ ପ୍ରିଣ୍ଟ୍ ଶାଢ଼ି । ମହିଳାଙ୍କୁ ଆକର୍ଷିତ କରୁଛି ଏହି ଶାଢ଼ି। ଏହି ଶାଢ଼ିରେ ଅମରେନ୍ଦ୍ର ବାହୁବଲୀ ଓ ଦେବସେନା ଏକାସଙ୍ଗେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ବିଏଏଫ୍ଏକ୍ସ ରଙ୍ଗରେ ଶାଢ଼ିର ଆଞ୍ଚଲ୍କୁ ରଙ୍ଗିନ୍ କରାଯାଇଛି।
ଏହି ଶାଢ଼ି ଅନ୍ଲାଇନ୍ର ପୃଥକ ପୃଥକ ୱେବସାଇଟ୍ରେ ଉପଲବ୍ଧ ହେଉଛି। amazon.comରେ ଏହି ଶାଢ଼ି ୨୪୯୯ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ jabong.com ରେ ୨୫୦୦ ଟଙ୍କାରେ ଓ ebay.com ରେ ୨୦୯୯ ଟଙ୍କାରେ ମିଳୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।