ସ୍ତ୍ରୀର ସୁନା ବନ୍ଧକ ରଖି ପୋଲ ଓ ରାସ୍ତା ତିଆରି କଲେ ଟ୍ରକ ଡ୍ରାଇଭର

କଲ୍ୟାଣସିଂହପୁର (ଓଡ଼ିଶା ରିପୋର୍ଟର): ଲୋକଙ୍କ ଦୁଃଖ ଜଳ ଜଳ ହୋଇ ଦେଖାଯାଉଛି। ସରକାର ସବୁ ଜାଣି ଚୁପ୍ ବସିଛନ୍ତି। କିନ୍ତୁ ଲୋକଙ୍କ ଦୁଃଖକୁ ଦେଖି ଚୁପ୍ ବସି ପାରିଲେନି ଜଣେ ଟ୍ରକ ଡ୍ରାଇଭର। ଯେଉଁ କାମ ସରକାର କରିବା କଥା, ସେହି କାମ ସେ ନିଜସ୍ୱ ଉଦ୍ୟମରେ କରିଛନ୍ତି। ଗାଁକୁ ରାସ୍ତା ସହିତ ନଦୀ ଉପରେ ଅସ୍ଥାୟୀ ପୋଲଟିଏ ନିର୍ମାଣ କରିଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଡଙ୍ଗାସିଲ୍ ପଞ୍ଚାୟତର ଗୁଞ୍ଜରାମପଞ୍ଜରା ଗାଁରେ ଦେଖିବାକୁ ମିଳିଛି ଏହି […]

rayagada

rayagada

Tapaswini Nayak
  • Published: Tuesday, 13 December 2022
  • Updated: 13 December 2022, 01:21 PM IST

Sports

Latest News

କଲ୍ୟାଣସିଂହପୁର (ଓଡ଼ିଶା ରିପୋର୍ଟର): ଲୋକଙ୍କ ଦୁଃଖ ଜଳ ଜଳ ହୋଇ ଦେଖାଯାଉଛି। ସରକାର ସବୁ ଜାଣି ଚୁପ୍ ବସିଛନ୍ତି। କିନ୍ତୁ ଲୋକଙ୍କ ଦୁଃଖକୁ ଦେଖି ଚୁପ୍ ବସି ପାରିଲେନି ଜଣେ ଟ୍ରକ ଡ୍ରାଇଭର। ଯେଉଁ କାମ ସରକାର କରିବା କଥା, ସେହି କାମ ସେ ନିଜସ୍ୱ ଉଦ୍ୟମରେ କରିଛନ୍ତି। ଗାଁକୁ ରାସ୍ତା ସହିତ ନଦୀ ଉପରେ ଅସ୍ଥାୟୀ ପୋଲଟିଏ ନିର୍ମାଣ କରିଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଡଙ୍ଗାସିଲ୍ ପଞ୍ଚାୟତର ଗୁଞ୍ଜରାମପଞ୍ଜରା ଗାଁରେ ଦେଖିବାକୁ ମିଳିଛି ଏହି ଚିତ୍ର। ସେହି ଟ୍ରକ ଡ୍ରାଇଭରଙ୍କ ନାଁ ରଞ୍ଜିତ ନାୟକ।

ଗୁଞ୍ଜରାମପଞ୍ଜରା ଗାଁରେ ୮୦ରୁ ଅଧିକ ପରିବାର ବସବାସ କରନ୍ତି। ଏହି ଗାଁ ଦେଇ ପ୍ରବାହିତ ହେଉଛି ବିଛଳା ନଦୀ। ଏହି ନଦୀ ପାର ହୋଇ ଗ୍ରାମବାସୀମାନେ ପଞ୍ଚାୟତ କାର୍ଯ୍ୟାଳୟଠୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ ଓ ଡାକ୍ତରଖାନାକୁ ଯାଆନ୍ତି।  ସ୍କୁଲ ଯିବାକୁ ପିଲାମାନଙ୍କୁ ଏହି ନଦୀ ପାର ହେବାକୁ ପଡ଼େ। କିନ୍ତୁ ନଦୀ ଉପରେ ସ୍ଥାୟୀ କି ଅସ୍ଥାୟୀ ପୋଲଟିଏ ନଥିଲା।  ଖରା ଓ ଶୀତ ଦିନେ  କୌଣସି ମତେ ସମସ୍ତେ ନଦୀ ପାର ହୋଇଯା’ନ୍ତି। ହେଲେ ବର୍ଷା ଦିନେ ନଦୀରେ ପାଣି ଅଧିକ ରହୁଥିବାରୁ ଗ୍ରାମବାସୀ ସଂପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି। ନଦୀ ପାର ହେବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼େ।

ସେହିପରି ଗୁଞ୍ଜରାମପଞ୍ଜରା ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନଥିଲା। ଲୋକମାନେ ପାହାଡିଆ ରାସ୍ତା ଦେଇ ଯିବା ଆସିବା କରୁଥିଲେ।  ନଦୀ ଉପରେ ପୋଲ ଓ ଗାଁକୁ ରାସ୍ତାଟିଏ ତିଆରି କରିବା ପାଇଁ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅନେକ ନେତାମନ୍ତ୍ରୀଙ୍କ ପାଖକୁ ଗ୍ରାମବାସୀ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି।  ହେଲେ କିଛି ସୁଫଳ ମିଳି ନ ଥିଲା। ଆଉ ରଞ୍ଜିତ ଛୁଆ ବେଳୁ ଏସବୁର ସାକ୍ଷୀ ଥିଲେ। ସେ ନିଜେ ଗାଁକୁ ଯା’ଆସ କଲା ବେଳେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ରାସ୍ତା ଓ ପୋଲ ନିର୍ମାଣ ନେଇ ସରକାରୀ ସ୍ତରରେ ଆଦୌ ତତ୍ପରତା ପ୍ରକାଶ ପାଉ ନଥିବା ଦେଖି ଶେଷରେ ନିଜେ ଏହି କାମ କରିବାକୁ ଅଣ୍ଟା ଭିଡ଼ିଥିଲେ ରଞ୍ଜିତ।

[caption id="attachment_788950" align="aligncenter" width="650"]rayagada ନିର୍ମାଣ କରିଥିବା ଅସ୍ଥାୟୀ ପୋଲ ଉପରେ ଠିଆ ହୋଇଛନ୍ତି ରଞ୍ଜିତ ଓ ତାଙ୍କ ବାପା[/caption]

ଟ୍ରକ୍ ଚଲାଇ ଯେତିକି ରୋଜଗାର ହୁଏ ସେତିକିରେ ପରିବାର ଚଳାନ୍ତି ରଞ୍ଜିତ। ନିଜେ ଅଭାବରେ ଚଳୁଥିଲେ ହେଁ ଗ୍ରାମବାସୀଙ୍କ ଦୁଃଖ ଦୂର କରିବା ପାଇଁ ସେ ଆଗଭର ହୋଇଥିଲେ। ତାଙ୍କର ଏହି ମହାନ କାର୍ଯ୍ୟରେ ଅର୍ଥ ବାଧକ ସାଜିଥିଲା। କିନ୍ତୁ ଅଟକି ନଥିଲେ ରଞ୍ଜିତ। ପତ୍ନୀଙ୍କ ସୁନା ଗହଣା ବନ୍ଧା ପକାଇ କାର୍ଯ୍ୟକୁ ଆଗେଇ ନେଇଥିଲେ।

ରଞ୍ଜିତ ପ୍ରଥମେ ତାଙ୍କ ବାପାଙ୍କ ସହଯୋଗରେ ଗାଁରୁ କିଛି ବାଉଁଶ ଓ କାଠ ସଂଗ୍ରହ କରିଥିଲେ। କିନ୍ତୁ ଅସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ସେତିକି ଯଥେଷ୍ଟ ହୋଇ ନଥିଲା। ଏଣୁ ରଞ୍ଜିତ ତାଙ୍କ ପତ୍ନୀଙ୍କ ସୁନା ଗହଣା ବନ୍ଧକ ରଖି ସେଥିରୁ ମିଳିଥିବା ଅର୍ଥରେ ବାକି କାଠ ଓ ବାଉଁଶ କିଣିଥିଲେ। ତା’ପରେ ବାପପୁଅ ମିଶି ନଦୀ ଉପରେ ଆରମ୍ଭ କରିଥିଲେ ଅସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ। ସେମାନେ ଅକ୍ଟୋବର ମାସରେ କାମ ଆରମ୍ଭ କରିଥିଲେ। ଚଳିତ ମାସରେ ରଞ୍ଚିତଙ୍କ ଲକ୍ଷ୍ୟ ପୂରଣ ହୋଇଛି। ଅସ୍ଥାୟୀ ପୋଲ ସହିତ ରାସ୍ତା କାମ ଶେଷ ହୋଇଛି। ଗାଁକୁ ପ୍ରାୟ ୪ କିମିର ରାସ୍ତା ନିର୍ମାଣ କରିଛନ୍ତି ସେ ଓ ତାଙ୍କ ବାପା। ନିଜେ ହାତରେ କୋଡ଼ି, କୋଦାଳ ଓ ଶାବଳ ଧରି ପାହାଡିଆ ରାସ୍ତାକୁ ସମତୁଲ୍ କରି ଯା’ଆସ କଲାଭଳି ରାସ୍ତାଟିଏ ନିର୍ମାଣ କରିଛନ୍ତି ସେମାନେ।

[caption id="attachment_788952" align="aligncenter" width="650"]rayagada ପଥୁରିଆ ରାସ୍ତାକୁ ସମତୁଲ କରୁଛନ୍ତି ରଞ୍ଜିତ ଓ ତାଙ୍କ ବାପା[/caption]

ଟ୍ରକ ଡ୍ରାଇଭର ରଂଜିତ ନାୟକ କହିଛନ୍ତି, ପୋଲ ନଥିବାରୁ  ନଦୀ ପାର ହୋଇ ଯିବାଆସିବା କରିବାରେ ଆସୁବିଧା ହେଉଥିଲା। ପ୍ରଶାସନକୁ କହିଲେ ମଧ୍ୟ ସେମାନେ ଆମ ଗୁହାରି ଶୁଣିଲେନି। ଶେଷରେ ମୁଁ ପୋଲ ତିଆରି କରିବା ପାଇଁ ସ୍ଥିର କରିଥିଲି। ଏକ ଅସ୍ଥାୟୀ ପୋଲି ତିଆରି କରିଛି।

ଜଣେ ଗ୍ରାମବାସୀ କହିଛନ୍ତି, ଯିବାଆସିବା କରିବା ପାଇଁ ଭାରି ଅସୁବିଧା ହେଉଥିଲା।  ରାସ୍ତା ନିର୍ମାଣ କରିବା ସହ ଅସ୍ଥାୟୀ ପୋଲ ହେବା ଦ୍ୱାରା ଭଲରେ ଯିବା ଆସିବା କରି ହେଉଛି। ସରକାର ବିଛଳା ନଦୀ ସ୍ଥାୟୀ ପୋଲଟି ନିର୍ମାଣ କରିବାକୁ ଆମେ ଦାବି କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story