ଲଣ୍ଡନ: କିଶୋର ବୟସରେ ଗର୍ଭଧାରଣ । ବ୍ରିଟେନର ଜଣେ ୧୧ ବର୍ଷର ବାଳିକା ମା’ ହେବ। କଥା ଟା ଅଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ମା’ ଡାକ ଶୁଣିବାକକୁ ଯାଉଥିବା ଏହି ବାଳିକା ଜଣକ ବ୍ରିଟେନର ସର୍ବକନିଷ୍ଟ ବୋଲି କୁହାଯାଉଛି। ପୂର୍ବରୁ ଦୁଇ ହଜାର ଚଉଦରେ ବାର ବର୍ଷର ଜଣେ ନାବାଳିକା ମା’ ହୋଇଥିଲା। ଆଉ ପିଲା ବାପାର ବୟସ ତେର ଥିଲା ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ବ୍ରିଟେନରେ ଗତ ଦଶନ୍ଧିରେ କିଶୋର ଅବସ୍ଥାରେ ଗର୍ଭଧାରଣ କରୁଥିବା ଯୁବତୀଙ୍କ ସଂଖ୍ୟା ଯଥେଷ୍ଟ ହାସ ପାଇଛି। କିନ୍ତୁ ପଶ୍ଚିମ ୟୁରୋପରେ ସ୍ଥିତି ଏବେ ବି ଗମ୍ଭୀର ରହିଛି। ଏଠାରେ ନାବାଳିକା ବୟସରେ ମା’ମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ତେବେ ଏକ୍ଷେତ୍ରରେ ରୋମାନିଆ, ବୁଲଗେରିଆ, ସ୍ଲୋଭେକିଆ, ହଙ୍ଗରୀ ଆଦି ରାଷ୍ଟ୍ର ବିଟେନ ଠାରୁ ଆଗରେ ରହିଛି।