ଆକାଶରେ ନିଆରା ଭୋଜିର ଆୟୋଜନ: ସବୁ ବର୍ଗର ଲୋକଙ୍କୁ କରୁଛି ଆକୃଷ୍ଟ
ଏ ପର୍ଯ୍ୟନ୍ତ ଆକାଶରେ ଭୋଜନ କରିବାର ସୁଯୋଗ ଆପଣଙ୍କୁ ସେବେ ମିଳିଥିବ ଯେବେ ଆପଣ କୌଣସି ବିମାନ ଯାତ୍ରା କରୁଥିବେ। କିନ୍ତୁ ବେଲଜିୟମରେ ଏକ ନିଆରା ଭୋଜନର ଆୟୋଜନ ଦେଖିବାକୁ ମିଳିଛି। ତଳୁ ପ୍ରାୟ 40 କିଲୋମିଟର ଉଚ୍ଚତାରେ ଆୟୋଜନ କରାଯାଇଥିଲା ଏହି ନିଆରା ଭୋଜି। ଯେଉଁଥିରେ ସମସ୍ତ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟର ବ୍ୟବସ୍ତା ମଧ୍ୟ ଉପଲବ୍ଧ ଥିଲା। ଆକାଶରେ କ୍ରେନ ମାଧ୍ୟମରେ ବସିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ ଏକାସଙ୍ଗରେ ଅନେକ ଲୋକ ଭୋଜିର […]
ଏ ପର୍ଯ୍ୟନ୍ତ ଆକାଶରେ ଭୋଜନ କରିବାର ସୁଯୋଗ ଆପଣଙ୍କୁ ସେବେ ମିଳିଥିବ ଯେବେ ଆପଣ କୌଣସି ବିମାନ ଯାତ୍ରା କରୁଥିବେ। କିନ୍ତୁ ବେଲଜିୟମରେ ଏକ ନିଆରା ଭୋଜନର ଆୟୋଜନ ଦେଖିବାକୁ ମିଳିଛି। ତଳୁ ପ୍ରାୟ 40 କିଲୋମିଟର ଉଚ୍ଚତାରେ ଆୟୋଜନ କରାଯାଇଥିଲା ଏହି ନିଆରା ଭୋଜି। ଯେଉଁଥିରେ ସମସ୍ତ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟର ବ୍ୟବସ୍ତା ମଧ୍ୟ ଉପଲବ୍ଧ ଥିଲା। ଆକାଶରେ କ୍ରେନ ମାଧ୍ୟମରେ ବସିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ ଏକାସଙ୍ଗରେ ଅନେକ ଲୋକ ଭୋଜିର ଆନନ୍ଦ ଉଠାଉଥିବା ଦେଖିବାକୁ ମିଳିଛି। ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ନିଆରା ଭୋଜିରେ ଆନନ୍ଦ ଉଠାଇଥିଲେ। ଏଥିରେ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା। ପ୍ରତି ସିଟ୍ ସହ ସିଟବେଲ୍ଟ୍ର ବ୍ୟବସ୍ଥା କରାଯାଇଥିଲା। ଏପରି ନିଆରା ଭୋଜିକୁ ନେଇ ବେଲଜିୟମ ବାସିନ୍ଦାଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।