Advertisment

ସାହିତ୍ୟ ଜଗତକୁ ପ୍ରଭାବିତ କରିବ କି କରୋନା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ଆସିବା ପରେ ସମସ୍ତଙ୍କ ଜୀବନଧାରାରେ ପରିବର୍ତ୍ତନ ଆସିଛି। ପ୍ରକୃତି ଓ ଜଳବାୟୁ, ମନୁଷ୍ୟ ଜୀବନ, ଜୀବଜନ୍ତୁ ସବୁକିଛି ବଦଳିଯାଇଛି। ତେବେ ଏଭଳି କିଛି ପରିବର୍ତ୍ତନ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି। ଲେଖକ ଓ ପାଠକ ବୌଦ୍ଧିକ କ୍ଷେତ୍ରରେ ଗୁରୁତ୍ୱ ଦେଉଥିବା ବେଳେ ପ୍ରକାଶନୀ ସଂସ୍ଥା ପାଇଁ ପୁସ୍ତକର ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଗାମୀ ଦିନରେ ଏହି ଦୁଇ ସ୍ତରରେ ସାହିତ୍ୟ ଜଗତ ପ୍ରଭାବିତ ହେବ ବୋଲି […]

ସାହିତ୍ୟ ଜଗତକୁ ପ୍ରଭାବିତ କରିବ କି କରୋନା!

literature world

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ଆସିବା ପରେ ସମସ୍ତଙ୍କ ଜୀବନଧାରାରେ ପରିବର୍ତ୍ତନ ଆସିଛି। ପ୍ରକୃତି ଓ ଜଳବାୟୁ, ମନୁଷ୍ୟ ଜୀବନ, ଜୀବଜନ୍ତୁ ସବୁକିଛି ବଦଳିଯାଇଛି। ତେବେ ଏଭଳି କିଛି ପରିବର୍ତ୍ତନ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି। ଲେଖକ ଓ ପାଠକ ବୌଦ୍ଧିକ କ୍ଷେତ୍ରରେ ଗୁରୁତ୍ୱ ଦେଉଥିବା ବେଳେ ପ୍ରକାଶନୀ ସଂସ୍ଥା ପାଇଁ ପୁସ୍ତକର ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଗାମୀ ଦିନରେ ଏହି ଦୁଇ ସ୍ତରରେ ସାହିତ୍ୟ ଜଗତ ପ୍ରଭାବିତ ହେବ ବୋଲି କୁହାଯାଉଛି।

Advertisment

କରୋନା ଜନିତ ଘଟୁଥିବା ପରିବର୍ତ୍ତନ ଉପରେ ଲେଖକ ଓ କବିକୂଳ ନିଜ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ଏବଂ ନିଜର ବ୍ୟାକୁଳତାକୁ ଶବ୍ଦରେ ସଜାଇବାକୁ ବି ଚାହୁଁଛନ୍ତି। ଆଜିର ପରିସ୍ଥିତି ଜୀବନକୁ ଏକ ଭିନ୍ନ ଅଭିଜ୍ଞତା ଦେଇଛି। ଅସ୍ତ-ବ୍ୟସ୍ତ ହୋଇପଡ଼ିଛି ଦୀର୍ଘ କାଳରୁ ଚାଲିଆସିଥିବା ଦୈନନ୍ଦିନ ଧାରା। ଏଭଳି ସ୍ଥିତି ସାହିତ୍ୟ ଜଗତରେ ନୂତନ ସୃଜନତା ସୃଷ୍ଟି କରିବାକୁ ପ୍ରେରଣା ଯୋଗାଇବ ନିଶ୍ଚୟ। ଅନ୍ୟପଟେ ଯୁବ ଲେଖିକା, ଲେଖକମାନଙ୍କ ଉତ୍କଣ୍ଠା ସାହିତ୍ୟ କ୍ଷେତ୍ରରେ ନୂତନ ସୃଷ୍ଟିର ଆଶାକୁ ବଳବତ୍ତର କରୁଛି। ତେବେ ପାଠକମାନେ ମଧ୍ୟ ଏହି ନୂତନ ଦୃଷ୍ଟିଭଙ୍ଗୀକୁ ଅନୁଭବ କରିବାର ସୁଯୋଗ ରହିଛି।

ସାମ୍ପ୍ରତିକ ସ୍ଥିତିରେ ଅନଲାଇନ ମାଧ୍ୟମରେ ସବୁ ଜିଜ୍ଞାସାର ଅନ୍ତ ଘଟୁଥିବା ବେଳେ ସାହିତ୍ୟ ଓ ପୁସ୍ତକ ଜଗତ ବି ଏଥିରୁ ବାଦ୍ ଯାଇନାହିଁ। ଲକଡାଉନ ଯୋଗୁ ପାଠକମାନେ ଅଧିକାଂଶ ଇ-ବୁକ୍, ବା ପିଡିଏଫ୍ ଫାଇଲରେ ନିଜ ମନପସନ୍ଦ ପୁସ୍ତକ ପଢ଼ୁଛନ୍ତି। ତେବେ ପ୍ରକାଶକମାନଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଯେତେବେଳେ ପୁସ୍ତକ ଭୌତିକ ଭାବେ ପାଠକଙ୍କଠାରେ ପହଞ୍ଚିପାରୁ ନାହିଁ, ନୂତନ ଲେଖକ ଓ ପାଠକଙ୍କ ସମ୍ପର୍କ ବଜାୟ ରହିବା କଷ୍ଟକର ହୋଇପଡ଼ିଛି। ଏଣୁ ଅନେକ ପ୍ରକାଶକ ଭିନ୍ନ ଭିନ୍ନ ଉପାୟରେ ପାଠକଙ୍କ ସହ ଯୋଡ଼ି ହେଉଛନ୍ତି। ଏବେ କିଛି ନିର୍ଦ୍ଦିଷ୍ଟ ପୁସ୍ତକ ଇ-ବୁକ୍ ମାଧ୍ୟମରେ ମାଗଣାରେ ଉପଲବ୍ଧ କରାଯାଉଛି। ତତ୍କାଳୀନ ସ୍ଥିତିରେ ଏହା ଏକ ଉଚିତ୍ ପଦକ୍ଷେପ ଲାଗୁଥିଲେ ହେଁ, ଆଗାମୀ ଭବିଷ୍ୟତରେ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ।

Advertisment

ଯଦି କରୋନା ସଂକଟ ସମୟରେ ବଡ଼ ବଡ଼ ପ୍ରକାଶନୀ ସଂସ୍ଥା ନିଜକୁ କେବଳ ବଜାରରେ ବଜାୟ ରହିବାକୁ କ୍ଷତି ସହିବାକୁ ପ୍ରସ୍ତୁତ ଥାଆନ୍ତି। ଆଉ ଟେକ୍ନୋଲୋଜୀ ସାହାଯ୍ୟରେ ପୁସ୍ତକ ଯୋଗାଇବାକୁ ଲାଗନ୍ତି। ତା'ହେଲେ ପାଠକଙ୍କୁ ମାଗଣାରେ ପୁସ୍ତକ ଯୋଗାଇବା ଲାଗି ଅନ୍ୟ ଛୋଟ ଛୋଟ ପ୍ରକାଶକଙ୍କ ଉପରେ ଏହାର ଚାପ ପଡ଼ିପାରେ। ଏଭଳି ସ୍ଥିତିରେ ଛୋଟ ଛୋଟ ପ୍ରକାଶକଙ୍କ ଭବିଷ୍ୟତ ଆଉ ରହିବ ନାହିଁ।

ଏଣୁ କମ୍ ପୁସ୍ତକ ବିକ୍ରି ହେଉଥିବା ସମସ୍ଯା ନେଇ ପ୍ରକାଶକମାନେ ଚିନ୍ତିତ ଥିବା ବେଳେ ଡିଜିଟାଲ ମିଡିଆରେ ମାଗଣା ପୁସ୍ତକ ଯୋଗାଇଦେବା ଭବିଷ୍ୟତରେ ମହଙ୍ଗା ପଡ଼ିପାରେ। ଆଗାମୀ ଦିନରେ ପାଠକମାନେ ଅଧିକରୁ ଅଧିକ ପୁସ୍ତକ ମାଗଣା କିମ୍ବା ସ୍ୱଳ୍ପ ମୂଲ୍ୟରେ ଆବଶ୍ୟକ କରିବେ। ଆଉ ଏହା ଲେଖକମାନଙ୍କ ପାଇଁ ବିପଜ୍ଜନକ ସ୍ଥିତି ସୃଷ୍ଟି କରିପାରେ। ଥରେ ମାଗଣା ପୁସ୍ତକ ପଢ଼ିବା ଅଭ୍ୟାସ ହୋଇଗଲେ, ଛୋଟ ଛୋଟ ପ୍ରକାଶକ ଓ ଲେଖକଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିପାରେ।

ଅନ୍ୟପଟେ ଏହାର ଆଉ ଏକ ପରିଣାମ ପୁସ୍ତକର ନୈତିକତା ଏବଂ ବିଷୟବସ୍ତୁର ଚୋରି ମଧ୍ୟ ହୋଇପାରେ। ଏଣୁ ପାଠକଙ୍କଠାରେ ଇ-ବୁକ୍ ପହଞ୍ଚାଇ ସେମାନଙ୍କଠାରୁ କିଛି ଶୁଳ୍କ ନିଆଗଲେ ଏଭଳି ସ୍ଥିତିକୁ ଅନେକ ମାତ୍ରାରେ ଏଡ଼ାଇ ଦିଆଯାଇପାରିବ। ପାଠକଙ୍କ ପାଇଁ ଲେଖକଙ୍କ ସୃଷ୍ଟିର ମହତ୍ୱ ରହିବା ବେଳେ ଲେଖକ ଓ ପ୍ରକାଶକ ମଧ୍ୟ ଉପକୃତ ହୋଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe