ଏହି ଦେଶରେ ପୁରୁଷମାନେ ଦୁଇ ଥର ବାହା ହେବା ବାଧ୍ୟତାମୂଳକ, ନ ହେଲେ ଜେଲ୍‌

ଭାରତରେ ବିବାହ ନେଇ ରହିଛି କଡ଼ା ନିୟମ। ଜଣେ ପତ୍ନୀ ଥାଉ ଥାଉ ଜଣେ ପୁରୁଷ ଆଉ ଜଣଙ୍କୁ ବିବାହ କରିପାରିବେ ନାହିଁ। ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଲା ପରେ ଯାଇ ସେ ଆଉ ଜଣେ ପତ୍ନୀ ଗ୍ରହଣ କରିପାରିବେ। କିନ୍ତୁ ଆଫ୍ରିକାର ଏକ ଦେଶରେ ନିୟମ ପୂରା ଓଲଟା। ଏଠି ଜଣେ ପୁରୁଷ ଦୁଇ ଜଣ ମହିଳାଙ୍କୁ ବିବାହ ନ କଲେ ତାକୁ ଜେଲ ଦଣ୍ଡ ଭୋଗିବାକୁ ହେବ। ଏମିତିକି ଆଜୀବନ ଜେଲ୍ ଦଣ୍ଡାଦେଶ ବି […]

doublemarriage

Rakesh Mallick
  • Published: Saturday, 08 April 2017
  • , Updated: 08 April 2017, 02:45 PM IST

ଭାରତରେ ବିବାହ ନେଇ ରହିଛି କଡ଼ା ନିୟମ। ଜଣେ ପତ୍ନୀ ଥାଉ ଥାଉ ଜଣେ ପୁରୁଷ ଆଉ ଜଣଙ୍କୁ ବିବାହ କରିପାରିବେ ନାହିଁ। ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଲା ପରେ ଯାଇ ସେ ଆଉ ଜଣେ ପତ୍ନୀ ଗ୍ରହଣ କରିପାରିବେ। କିନ୍ତୁ ଆଫ୍ରିକାର ଏକ ଦେଶରେ ନିୟମ ପୂରା ଓଲଟା। ଏଠି ଜଣେ ପୁରୁଷ ଦୁଇ ଜଣ ମହିଳାଙ୍କୁ ବିବାହ ନ କଲେ ତାକୁ ଜେଲ ଦଣ୍ଡ ଭୋଗିବାକୁ ହେବ। ଏମିତିକି ଆଜୀବନ ଜେଲ୍ ଦଣ୍ଡାଦେଶ ବି ମିଳିପାରେ। ଏ ଦେଶର ନାଁ ଇରିଟ୍ରିଆ। ଏଠାକାର ସରକାର ଆଇନ କରିଛନ୍ତି ପ୍ରତ୍ୟେକ ପୁରୁଷଙ୍କର ଦୁଇ ଜଣ ପତ୍ନୀ ରହିବା ଅନିବାର୍ଯ୍ୟ। ଯଦି କୌଣସି ପୁରୁଷଙ୍କର ପ୍ରଥମ ପତ୍ନୀ ଏହାକୁ ବିରୋଧ କରିବେ ତା’ହେଲେ ଦୁଇ ଜଣଙ୍କୁ ଜେଲ୍‌ ଦଣ୍ଡ ଦିଆଯିବ।

ଏଭଳି ନିୟମ ସପକ୍ଷରେ ଯୁକ୍ତି ବାଢ଼ି ଇରିଟ୍ରିଆ ସରକାର କହିଛନ୍ତି ଯେ ବେଳେ ବେଳେ ଦେଶରେ ଗୃହଯୁଦ୍ଧ ହେଉଛି। ଏଥିଯୋଗୁଁ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ଅପେକ୍ଷା କମି କମି ଯାଉଛି। ଏଭଳି ସ୍ଥିତିରେ ବହୁ ଯୁବତୀ ବାହା ହୋଇପାରିବେନି ଓ ଅସୁରକ୍ଷିତ ହୋଇଯିବେ। ସେମାନଙ୍କ ସୁରକ୍ଷା ପାଇଁ ପୁରୁଷମାନେ ଦୁଇ ଜଣ ପତ୍ନୀ ଗ୍ରହଣ କରିବାକୁ ବାଧ୍ୟତାମୂଳକ କରାଯାଇଛି।

Related story