ନୂଆଦିଲ୍ଲୀ: ସବୁ ଦେଶର ନିଜସ୍ୱ ପରମ୍ପରା ଓ ସଂସ୍କୃତି ରହିଛି। ଭାରତରେ ସାଧାରଣତଃ ନମସ୍କାର କରାଯାଇ ଅତିଥିଙ୍କୁ ସ୍ୱାଗତ କରାଯାଏ। ସାନମାନେ ବଡ଼ମାନଙ୍କୁ ହାତଯୋଡ଼ି ନମସ୍କାର କରି ଅବା ପାଦ ସ୍ପର୍ଶ କରି ସ୍ୱାଗତ କରନ୍ତି। ସମବୟସ୍କମାନେ ପରସ୍ପରକୁ ହାତଯୋଡ଼ି ସ୍ୱାଗତ କରନ୍ତି।
ବେଲଜିୟମ୍ରେ ଗାଲରେ ଚୁମ୍ବନ ଦେଇ ଅତିଥିଙ୍କୁ ସ୍ୱାଗତ କରାଯାଏ। ଚୀନର ଲୋକେ ସେମାନଙ୍କ ଅତିଥିକୁ ମୁଣ୍ଡ ହଲାଇ ସ୍ୱାଗତ କରିଥାଆନ୍ତି। ସେହିପରି ତିବ୍ଦତୀୟମାନେ ଜିଭକୁ ଅଳ୍ପ ବାହାର କରି ଅତିଥିଙ୍କୁ ସ୍ୱାଗତ କରନ୍ତି।
ନ୍ୟୁଜିଲ୍ୟାଣ୍ଡରେ ଜଣେ ଅନ୍ୟଜଣଙ୍କୁ ସ୍ୱାଗତ କରିବାର ଷ୍ଟାଇଲ୍ ଭିନ୍ନ। ସେମାନେ ନାକ ଓ ମୁଣ୍ଡକୁ ଦବାଇ ଅତିଥିଙ୍କୁ ସ୍ୱାଗତ କରନ୍ତି।
ଗ୍ରୀକ୍ରେ ଜଣେ ପୁରୁଷ ଆଉ ଜଣେ ପୁରୁଷଙ୍କ କାନ୍ଧରେ ହାତ ପକାଇ ସ୍ୱାଗତ କରିଥାଏ। ସେହିପରି ଥାଇଲାଣ୍ଡର ଲୋକେ ହାତ ଯୋଡ଼ି ପ୍ରାର୍ଥନା କରିବା ଷ୍ଟାଇଲ୍ରେ ଅତିଥିଙ୍କୁ ସ୍ୱାଗତ କରନ୍ତି। ଏହାକୁ ସେଠାରେ Wai କୁହାଯାଇଥାଏ। ମାଲେସିଆରେ ଲୋକେ ହାଲ୍କାରେ ହାତ ମିଳାଇ ଅତିଥିଙ୍କୁ ସ୍ୱାଗତ କରନ୍ତି ଓ ପରେ ହାତକୁ ହୃଦୟ ନିକଟରେ ରଖନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।